ETV Bharat / state

ବଲାଙ୍ଗୀର ସହର ପାଖରେ ବୁଲୁଛି ଦନ୍ତା, ହାତୀକୁ ଟ୍ରାକ କରି ଲୋକଙ୍କୁ ସଚେତନ କଲା ବନ ବିଭାଗ - ସଜାଗ ହେଲା ବନ ବିଭାଗ

ଦନ୍ତା ଆକ୍ରମଣରେ ପୁଣି ଜଣଙ୍କ ଜୀବନ ଯିବା ପରେ ସଜାଗ ହେଲା ବନ ବିଭାଗ । ଆଧୁନିକ ପଦ୍ଧତିରେ ହାତୀକୁ ଟ୍ରାକ୍‌ କରିବା ସହ ଲୋକଙ୍କୁ କଲା ସଚେତନ ବିଭାଗ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ସହର ପାଖରେ ବୁଲୁଛି ଦନ୍ତା
ବଲାଙ୍ଗୀର ସହର ପାଖରେ ବୁଲୁଛି ଦନ୍ତା
author img

By

Published : Aug 21, 2023, 4:12 PM IST

ବଲାଙ୍ଗୀର ସହର ପାଖରେ ବୁଲୁଛି ଦନ୍ତା

ବଲାଙ୍ଗୀର: ସହର ପାଖରେ ବୁଲୁଛି ଦନ୍ତା ହାତୀ । ଗତକାଲି ଜଣେ ବୃଦ୍ଧାଙ୍କୁ ଦଳି ମାରିବା ପରେ ଏବେ ବନ ବିଭାଗ ସଜାଗ ହୋଇଛି । ଆଧୁନିକ ପଦ୍ଧତିରେ ହାତୀକୁ ଟ୍ରାକ କରିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି ବିଭାଗ । ତାର ଗତି ପଥ ଉପରେ ଟିକି ନିକି ନଜର ରଖିବା ସହ ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଜଙ୍ଗଲକୁ ଯାଇଥିଲେ ବୃଦ୍ଧା, କଚାଡି ମାରିଲା ଦନ୍ତା

ବଲାଙ୍ଗୀର ସହରଠାରୁ ୮ କିମି ଦୂରରେ ଥିବା ମାକର ଚୁଆଁ ଗ୍ରାମ ଝାଙ୍କର କୋଟ ଜଙ୍ଗଲକୁ ଆଠଗାଁର ପ୍ରେମଲତା ନନ୍ଦ ନାମକ ଜଣେ ବୃଦ୍ଧା ଦାନ୍ତ ଘସା କାଠି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇ ନିଖୋଜ ହୋଇଥିଲେ । ତାଙ୍କୁ ଖୋଜାଖୋଜି କରିବା ପରେ ପରିବାର ଲୋକେ ବଲାଙ୍ଗୀର ସଦର ଥାନରେ ଲିଖିତ ଅଭିଯୋଗ କରିଥିଲେ । ଏହାର ପରଦିନ ସକାଳୁ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ବୃଦ୍ଧାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ହାତୀ ତାଙ୍କୁ ଦଳି ମାରିଥିବାର ଜାଣି ପାରିଥିଲେ । ଖବର ପାଇଁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବଲାଙ୍ଗୀର ରେଞ୍ଜର କେଶବ କିଶୋର ନାଏକ କହିଛନ୍ତି ଯେ, "ମୃତ ବୃଦ୍ଧାଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ମୂଳକ 10 ହଜାର ଟଙ୍କା ପ୍ରଦାନ କରାଯାଇଛି । ଖୁବଶୀଘ୍ର ସରକାରଙ୍କ ସହାୟତା ରାଶି ୬ ଲକ୍ଷ ଟଙ୍କା ମଧ୍ୟ ତାଙ୍କୁ ଦିଆଯିବ । ସ୍ଥାନୀୟ ଅଞ୍ଚଳରେ ଏବେବି ଏକ ଦନ୍ତା ହାତୀ ବୁଲୁଛି । ହାତୀଟି ଦଳ ଛଡ଼ା ହୋଇ ବଲାଙ୍ଗୀର ଗୁଡଭେଲା ଜଙ୍ଗଲରୁ ଏଠିକୁ ପଳାଇ ଆସିଛି । ଜଙ୍ଗଲ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଆଧୁନିକ ଥର୍ମାଲ ଓ ଇନଫ୍ରା ରେଡ ଟାକିଂ କରି ହାତୀକୁ ଠାବ କରିଛନ୍ତି । ହାତୀ ଉପରେ କଡା ନଜର ବିଭାଗ ରଖିଛି । ସ୍ଥାନୀୟ ଲୋକଙ୍କୁ ମାଇକ ଓ ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି ।"

ଏହି ଅଞ୍ଚଳରେ ହାତୀ ମଣିଷ ଲଢ଼େଇରେ ଆଜି ଦୁଇ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ୮ ମାସ ପୂର୍ବରୁ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏବେ ଆଉ ଜଣଙ୍କ ଜୀବନ ନେଲା ହାତୀ । ଯାହା ଫଳରେ ଉକ୍ତ ଗ୍ରାମରେ ଭୟର ବାତାବାରଣ ସୃଷ୍ଟି ହୋଇଛି । ବନ ବିଭାଗ ଏହାକୁ ଗୁରୁତର ସହକାରେ ନେଇ ତୁରନ୍ତ ହାତୀକୁ ଘଉଡ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.