ETV Bharat / state

ଦରମା କାଟ ଅଭିଯୋଗ ଆଣି ଅଫିସ ଘେରିଲେ ବିଦ୍ୟୁତ କର୍ମଚାରୀ, ଖଣ୍ଡନ କଲା ସଂସ୍ଥା

author img

By

Published : Mar 17, 2023, 12:56 PM IST

ବଲାଙ୍ଗୀର ଏକ ଘରୋଇ ସଂସ୍ଥା ଦ୍ୱାରା ବିଭିନ୍ନ ସ୍ଥାନରେ ନିଯୁକ୍ତ ପାଇଥିବା ବିଦ୍ୟୁତ ଶ୍ରମିକଙ୍କ ଅଭିଯୋଗ । ଶ୍ରମିକ ମାରଣ ନୀତି ଅବଲମ୍ବନ କରି ବେଆଇନ ଦରମା କାଟର ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

surya construction company
surya construction company
surya construction company

ବଲାଙ୍ଗୀର: ବଲାଙ୍ଗୀର ବିଦ୍ୟୁତ୍‌ ବିଭାଗର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଛନ୍ତି ଶତାଧିକ ଶ୍ରମିକ । ହେଲେ ଏବେ ଏହି କାର୍ଯ୍ୟରତ ଶ୍ରମିକମାନେ ସମ୍ପୃକ୍ତ କମ୍ପାନୀ ବିରୋଧରେ ବେଆଇନ ଦରମା କାଟର ଆଣିଛନ୍ତି ଅଭିଯୋଗ । ଏନେଇ କମ୍ପାନୀର କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ଶ୍ରମିକ । ତେବେ ବଲାଙ୍ଗୀର ଜିଲ୍ଲା ଅଧୀନରେ ଆସୁଥିବା 3ଟି ବିଦ୍ୟୁତ ଡିଭିଜନ ସୋନପୁର, ବଲାଙ୍ଗୀର ଓ ଟିଟିଲାଗଡ଼ରେ ପାଖାପାଖି 492 ଜଣ ଶ୍ରମିକଙ୍କୁ ସୂର୍ଯ୍ୟ କନଷ୍ଟ୍ରକ୍ସନ କମ୍ପାନୀ ନିଯୁକ୍ତି ଦେଇଛି । ହେଲେ ଏହି କମ୍ପାନୀରେ କାମ କରୁଥିବା ଶ୍ରମିକ ମାନଙ୍କର ଦରମା ବିନା କାରଣରେ କାଟ କରୁଥିବା ଓ ନିର୍ଯାତନା ଦେଉଥିବାର ଏମାନେ ଅଭିଯୋଗ କରିଛନ୍ତି । ଏମାନେ ଦରମା ବାବଦରେ ମାସକୁ 11 ହଜାର ଟଙ୍କା ପାଉଥିବା ବେଳେ କମ୍ପାନୀ ବିନା କାରଣରେ ମାସକୁ ସାତ ହଜାର ଟଙ୍କାରୁ ଊର୍ଦ୍ଧ୍ବ କାଟି ଦେଉଥିବାର ଶ୍ରମିକମାନେ ଅଭିଯୋଗ ଆଣିଛନ୍ତି ।

ତେବେ ଏନେଇ ନିଯୁକ୍ତି ପାଇଥିବା ଶ୍ରମିକ ଚନ୍ଦନ ଚରଣ ସାହୁ ଓ ପଦ୍ମଚରଣ ଥପା କହିବା ଅନୁସାରେ, ଦୀର୍ଘ ଦେଢ଼ ବର୍ଷ ହେବ ଏମାନେ ଏହି ସୂର୍ଯ୍ୟ କନଷ୍ଟ୍ରକ୍ସନ କମ୍ପାନୀ ଅଧୀନରେ ବିଭିନ୍ନ ଡିଭିଜନରେ କାମ କରି ଆସୁଛନ୍ତି । ତେବେ କମ୍ପାନୀ ବିଭିନ୍ନ ବାହାନା କରି ତାଙ୍କର ଦରମା 70 ପ୍ରତିଶତ କାଟି ଦେଉଥିବାର କହିଛନ୍ତି । ଯେଉଁଥିରେ ମାସକୁ ସେମାନେ 11 ହଜାର ଟଙ୍କା ପାଇବାର ଥିବା ବେଳେ ସାତ ହଜାର ଟଙ୍କା ଏମାନେ କାଟି ଦେଉଛନ୍ତି । ଯାହା ଫଳରେ ଏମାନେ ତାଙ୍କ ପରିବାର ପୋଷଣ କେମିତି କରିବେ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଟିଟିଲାଗଡ଼ ରୋଡ଼ ଠାରେ ଥିବା ଏହି କମ୍ପାନୀର କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

ସେପଟେ କମ୍ପାନୀର ସଂଯୋଜକ ଅଭିନାଶ ଅଭିଜିତ ମହାନ୍ତି ଏ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ତେବେ କିଛି ଶ୍ରମିକ କାମ କରିବା ବଦଲରେ ସେଠି ମଦ ପିଇ ବିଶୃଙ୍ଖଳା କରୁଥିବାର ସେ କହିଛନ୍ତି । ସେହିପରି ବିନା ପିପିକିଟ୍‌ ପିନ୍ଧି ନିୟମକୁ ବେଖାତିର କରି କିଛି ଶ୍ରମିକ କାମ କରିବା ଯୋଗୁଁ ତାଙ୍କର ଦରମା କଟିଥିବାର ସେ କହିଛନ୍ତି । ତେବେ ଏଥିପାଇଁ ତାଙ୍କୁ ତିନି ଥର ଲେଖାଏଁ ନୋଟିସ ମଧ୍ୟ ହୋଇଥିଲା ହେଲେ ସମାନ ଭାବରେ ପ୍ରତ୍ୟେକ ଗ୍ରୀଡ଼ରେ ଏମାନେ ଏଭଳି ବିଶୃଙ୍ଖଳା ଆଚରଣ କଲେ ସେଠିକାର ବ୍ୟବସ୍ଥା ବିଗୁଡୁଛି ବୋଲି କହିଛନ୍ତି । ଏହାଛଡା ଯଦି କୌଣସି ଶ୍ରମିକ ମାନଙ୍କର ଦରମା କଟିଛି ତାହା ହେଲେ ସେ ତାର ତଦନ୍ତ କରିବେ ଓ ସେମାନେ ତାଙ୍କର କଟି ଥିବା ଟଙ୍କା ଫେରି ପାଇବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.