ETV Bharat / state

ପର କରିଦେଲେ ପରିବାର, ବୃଦ୍ଧ ଦମ୍ପତ୍ତିଙ୍କ ସତ୍କାର କଲେ ସ୍ଵେଚ୍ଛାସେବୀ ସଂଗଠନ

author img

By

Published : Oct 21, 2020, 7:46 AM IST

ବଲାଙ୍ଗୀରରେ ଅଭାବନୀୟ ଘଟଣା । ପର କରିଦେଲେ ଆତ୍ମୀୟ ସ୍ବଜନ । ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଦାହ କଲେ ସ୍ଵେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ...

elderly couple were cremated by a voluntary organization
ପର କରିଦେଲେ ପରିବାର,ବୃଦ୍ଧ ଦମ୍ପତ୍ତିଙ୍କ ଶବଦାହ କଲେ ସ୍ଵେଚ୍ଛାସେବୀ ସଂଗଠନ

ବଲାଙ୍ଗୀର : ବଞ୍ଚିଥିବାବେଳେ ନିର୍ଯାତନା ଦେଲେ ଆଉ ମୃତ୍ୟୁ ପରେ ବି ପାଖ ମାଡିଲେନି । ପର କରିଦେଲେ ପରିବାର ଲୋକେ । ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହକୁ ବି ନେବାକୁ ମନା କରିଦେଲେ ପାଳିତ କନ୍ୟା । ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଚନ୍ଦ୍ରଶେଖର ନଗରରେ ଦେଖିବାକୁ ମିଳିଛି ।

ଚନ୍ଦ୍ରଶେଖର ନଗରରେ ରହୁଥିବା ବୃଦ୍ଧ ବୃନ୍ଦାବନ ସାହୁଙ୍କ ମୃତ୍ୟୁ ହୋଇଥିଲା। । ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ନିରାଶ୍ରୟ ସାହୁ ମଧ୍ୟ ଆତ୍ମହତ୍ୟା କରିଥିଲେ । ପୋଲିସ ଦୁଇ ଜଣଙ୍କର ମୃତଦେହ ଘରୁ ଉଦ୍ଧାର କରିଥିଲା । ହେଲେ ବ୍ୟବଚ୍ଛେଦ ପରେ ପାଳିତ କନ୍ୟା ପିତାମାତାଙ୍କର ମୃତଦେହ ନେବାକୁ ମନା କରିଦେଇଥିଲେ ।

ପଡୋଶୀ ଓ ସମ୍ପର୍କୀୟ ମଧ୍ୟ ସତ୍କାର ପାଇଁ ପଛଘୁଞ୍ଚା ଦେଇଥିଲେ । ଶେଷରେ ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତମାନେ ମୃତଦେହକୁ ନେଇ ରୀତିନୀତି ଅନୁସାରେ ସତ୍କାର କରିଥିଲେ ।

ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.