ETV Bharat / state

ପାଟଣାଗଡ଼ରେ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Jun 6, 2022, 3:11 PM IST

ନିମ୍ନ ମାନର ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ଜଳକଷ୍ଟ:ନିମ୍ନ ମାନର ପାନୀୟ ଜଳ ପ୍ରକଳ୍ପ ପାଇଁ ହିନସ୍ତା ଗମ୍ଭାରୀ ଗ୍ରାମବାସୀ

ବଲାଙ୍ଗୀର: ନିମ୍ନ ମାନର ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଯୁବ ସଂଗଠନ । ବଲାଙ୍ଗୀର ପାଟଣାଗଡ଼ ବ୍ଲକ ଗମ୍ଭାରୀ ଗାଁରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାରେ ପିଇବା ପାଣି ପାଇଁ ପ୍ରକଳ୍ପ ଆରମ୍ଭ ହୋଇଥିଲା । କାମ ଶେଷ ହୋଇଥିବାବେଳେ, ଖୋଲା ଯାଇଥିବା କୂଅରେ ପାଣି ନାହିଁ । ଅଭିଯୋଗ ଅନୁସାରେ ଏଠି ୩୦ ଫୁଟ ଗଭୀର ପାଣି କୂଅ ଖୋଲିବା କଥା ହେଲେ ମାତ୍ର ୧୬ ଫୁଟ ଗଭୀର ଖୋଳାଯାଇଥିବା ଅଭିଯୋଗ ହୋଇଛି ।

ଉପରୋକ୍ତ ଅଧିକାରୀଙ୍କୁ ପାଖ ଏକ କୂଅରୁ ପାଣି ଏଠି ଭରି ଦେଖା ଯାଇ ବିଲ୍‌ ଉଠାଯାଇଛି ବୋଲି ଅଭିଯୋଗ କରିଛନ୍ତି ଯୁବ ସଂଗଠନର ସଦସ୍ୟ । ତେବେ ପ୍ରକଳ୍ପ ଥାଇ ସୁଦ୍ଧା ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ଏହାର ସମାଧାନ ଓ ଦୁର୍ନୀତିର ତଦନ୍ତ ଦାବି କରି ଯୁବ ସଂଗଠନର ସଦସ୍ୟ ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଫଳରେ ଶୀଘ୍ର ଗାଁ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.