ETV Bharat / state

ଯାଦବ ସମ୍ପ୍ରଦାୟ ଲୋକେ ପାରମ୍ପରିକ ରୀତିନୀତିରେ ପାଳିଲେ ଦୋଳପୂର୍ଣ୍ଣିମା

ବଲାଙ୍ଗୀରରେ ଯାଦବ ସମ୍ପ୍ରଦାୟ ଲୋକେ ପାରମ୍ପାରିକ ରୀତି ନୀତି ଓ ନାଚ ଗୀତରେ ମସଗୁଲ ହୋଇ ପାଳିଲେ ଦୋଳପୂର୍ଣ୍ଣିମା । ଅଧିକ ପଢନ୍ତୁ

dola purnima celebration
dola purnima celebration
author img

By

Published : Mar 7, 2023, 8:58 PM IST

dola purnima celebration

ବଲାଙ୍ଗୀର: ଭାଇଚାରାର ପର୍ବ ହୋଲି। ଏନେଇ ବଲାଙ୍ଗୀରରେ ଯାଦବ ସମ୍ପ୍ରଦାୟ ତାଙ୍କର ପାରମ୍ପାରିକ ରୀତି ନୀତି ଓ ନାଚ ଗୀତରେ ମସଗୁଲ ହୋଇ ପାଳିଛନ୍ତି ଦୋଳପୂର୍ଣ୍ଣିମା। ବିଶେଷ କରି ଦୋଳପୂର୍ଣ୍ଣମାରେ ଏମାନେ ରୀତିନୀତି ଅନୁସାରେ ରାଧା ମାଧବଙ୍କ ପୂଜା କରିବା ସହ ତାଙ୍କର ଯୁଗଳ ମୂର୍ତ୍ତି ନେଇ ସହର ପରିକ୍ରମା କରିଛନ୍ତି। ଯେଉଁଥିରେ ଜିଲ୍ଲାର ସବୁ ଯାଦବ ସମ୍ପ୍ରଦାୟର ଲୋକେ ସାମିଲ ହୋଇଛନ୍ତି।

ତେବେ ଏଥିରେ ତାଙ୍କର ପାରମ୍ପାରିକ ବାଡି ଖେଳ, ଘୋଡା ନାଚ ଓ ଆଦିବାସୀ ନାଚର ବେଶ ଝଲକ ଦେଖିବାକୁ ମିଳିଛି। ଏନେଇ ଆଜି ସକାଳୁ ଏମାନେ ପ୍ରଥମେ ବଲାଙ୍ଗୀର ଇଷ୍ଟଦେବୀ ସମଲେଇଙ୍କ ପୂଜା ଅର୍ଚ୍ଚନା ପରେ ରାଧା ମାଧବଙ୍କ ପୂଜା କରିଥିଲେ। ସେହିପରି ରାଧାମାଧବଙ୍କ ଯୁଗଳ ମୂର୍ତ୍ତି ସହ ଏମାନେ ସାରା ସହର ପରିକ୍ରମା କରିଥିଲେ। ଯେଉଁଥିରେ ସାଧାରଣ ଲୋକେ ଯୁଗଳ ମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ଏହା ସହ ଲୋକ ଏମାନଙ୍କ ର ପାରମ୍ପାରିକ ରୀତି ନୀତି ଓ ସଂସ୍କୃତି କୁ ମଧ୍ୟ ଦେଖିବାର ସୁଯୋଗ ପାଇଥିଲେ। ଯେଉଁଥିରେ ବାଡି ଖେଳ ଓ ଆଦିବାସୀ କଲଙ୍ଗା ନୃତ୍ୟ ବେଶ ଆକର୍ଷଣୀୟ ଥିଲା। ପାରମ୍ପାରିକ ଢୋଲ ବାଦ୍ୟରେ ବଲାଙ୍ଗୀରରେ ରାସ୍ତା ଦୁଲୁକିଛି।

ଅନ୍ୟପଟେ ଯାଦବ ସମ୍ପ୍ରଦାୟର ମହିଳା ଦମୟନ୍ତି ବାଗଙ୍କ କହିବା ଅନୁସାରେ, ହୋଲି ତାଙ୍କର ଏକ ବଡ ପର୍ବ ଅଟେ। ତେଣୁ ଏହି ସ୍ନେହ ଭାଇଚାରାର ପର୍ବ ରେ ଏଠି ସବୁ ଯାଦବ ଭାଇ ଭଉଣୀ ମାନେ ଏକାଠି ହୋଇ ରୀତି ନୀତି ଅନୁସାରେ ଫଗୁଣ ପୁନିରେ ଦୋଳ ପୂର୍ଣ୍ଣିମା ପାଳନ କରିଛନ୍ତି। ଏଣୁ ସମସ୍ତେ ମିଳିତ ଭାବରେ ରାଧାମାଧବଙ୍କ ଯୁଗଳ ମୂର୍ତ୍ତି ଧରି ସହର ପରିକ୍ରମା କରିଥିବାର ସେ କହିଛନ୍ତି। ସେହିପରି ସମସ୍ତେ ମିଶି ରଙ୍ଗ ଖେଳୁଥିବାର ସେ କହିଛନ୍ତି।

ସମାନ ଭାବରେ ଯାଦବ ସମାଜ ନଗର ସଭାପତି ପଙ୍କଜ ସେଲମା ମଧ୍ୟ କହିଛନ୍ତି ଏହା ତାଙ୍କର ଐତିହ୍ୟ ସଂସ୍କୃତି ଅଟେ। ଆଜି ଫଗୁଣ ପୁନିରେ ସମସ୍ତେ ଏକାଠି ହୋଇ ତାଙ୍କର ରୀତି ନୀତି ଅନୁସାରେ ପୂଜା ଅର୍ଚ୍ଚନା କରିଥିଲେ। ସେହିପରି ତାଙ୍କର ବାଡ଼ି ଖେଳ ପାରମ୍ପରିକ କଲଙ୍ଗା ନୃତ୍ୟ କରି ସହର ପରିକ୍ରମା କରିଥିଲେ। ଶେଷରେ ସେମାନେ ଏକାଠି ରଙ୍ଗ ଖେଳିବା ସହ ପ୍ରସାଦ ସେବନ କରି ହୋଲି ପର୍ବ କୁ ଧୁମ ଧାମ ରେ ପାଳିବେ ବୋଲି କହିଛନ୍ତି। ତେବେ ହୋଲି ପର୍ବରେ ବଲାଙ୍ଗୀରରେ ଦୁଇ ଦିନ ଧରି ସମସ୍ତେ ରଙ୍ଗ ଖେଳରେ ହେବେ ମସଗୁଲ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.