ETV Bharat / state

ପାଣିରେ ଛପିଥିଲା ମୃତ୍ୟୁ ! କ୍ୟାମେରାରେ କଏଦ ହେଲା ମୃତ୍ୟୁର ଦୃଶ୍ୟ - ବଲାଙ୍ଗୀର ଜିଲ୍ଲାର ଜାମୁଟ ଗ୍ରାମ

ବଲାଙ୍ଗୀର ଜଙ୍ଗଲରେ ବଣ ଭୋଜି କରି ମଜା ମଜଲିସ ବେଳେ ଯୁବକଙ୍କର ମୃତ୍ୟୁ । କ୍ୟାମେରାରେ କଏଦ ହେଲା ମୃତ୍ୟୁ ବେଳର ଭିଡିଓ । ସାଙ୍ଗ ମାନଙ୍କର ସାମନାରେ ଯୁବକର ମୃତ୍ୟୁ । ଅଧିକ ପଢନ୍ତୁ

youth enjoying picnic
youth enjoying picnic
author img

By

Published : Dec 19, 2022, 8:14 AM IST

ପିକନିକ ସମୟରେ କ୍ୟାମେରାରେ କଏଦ ହେଲା ଯୁବକଙ୍କର ମୃତ୍ୟୁ

ବଲାଙ୍ଗୀର:ବଣଭୋଜିରେ ମଜା ମଜଲିସ କଲାବେଳେ ଯୁବକଙ୍କ ମୃତ୍ୟୁ । ମୃତ୍ୟୁ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ଜାମୁଟ ଗ୍ରାମ । ମୃତ ବ୍ୟକ୍ତି ଜଣକ ଟଲିଉଡାର ଗ୍ରାମର ତ୍ରିନାଥ ପ୍ରଧାନ ବୋଲି ଜଣାପଡିଛି ।

ସୂଚନା ମୁତାବକ, ତ୍ରିନାଥ ଦୋକାନରେ କାମ କରୁଥିବା ବେଳେ ଦୋକାନର ସମସ୍ତ ସହକର୍ମୀ ସହ ଗତ ଶନିବାର ବଲାଙ୍ଗୀର ଜାମୁଟ ଗ୍ରାମ ସ୍ଥିତ ଗଦଗଦାକୁ ବଣ ଭୋଜି କରିବାକୁ ଯାଇଥିଲେ । ଏନେଇ ସେଠି ସମସ୍ତେ ମଜା ମଜଲିସ କରୁଥିବା ବେଳେ ରାହୁଲ ନଦୀରେ ସମସ୍ତେ ଗାଧୋଇବାକୁ ଯାଇଥିଲେ । ଏଣୁ ତ୍ରିନାଥ ପ୍ରଧାନ ମଧ୍ୟ ପାଣିକୁ ଡେଇଁବା ପରେ ହିଁ ତାଙ୍କର ହଠାତ୍‌ ମୃତ୍ୟୁ ଘଟିଥିଲା ।

ସେପଟେ ତାଙ୍କର ଜଣେ ବନ୍ଧୁ ଏହି ସବୁ ମସ୍ତି ମଜାକର ଭିଡିଓ କରୁଥିବା ବେଳେ ଅଜାଣତରେ ତାଙ୍କ ସହକର୍ମୀର ମୃତ୍ୟୁ ଭିଡିଓ ମଧ୍ୟ ସେ ରେକର୍ଡ କରିଥିଲେ । ତେବେ ସବୁ ସହକର୍ମୀ ଏକା ସାଙ୍ଗରେ ଗାଧୋଉ ଥିବାବେଳେ ତ୍ରିନାଥ ପାଣିରେ ପଡି ଥିବା ନେଇ ତାଙ୍କ ଉପରକୁ କାହାରି ନଜର ଯାଇ ନ ଥିଲା । ଏହା ପରେ ସେ ପାଣିରେ ଭାସୁଥିବା ଦେଖି ତାଙ୍କୁ ସମସ୍ତେ ଉଦ୍ଧାର କରି ପଲ ଗୁଡ଼ଭେଳା ଡାକ୍ତରଖାନା ଆଣିଥିଲେ । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ଅନ୍ୟପଟେ ତୁଷରା ପୋଲିସ ଏହାର ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଗତକାଲି ତାଙ୍କ ମୃତଦେହ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ବ୍ୟବଚ୍ଛେଦ ପାଇଁ ଅଣା ଯାଇଥିଲା । କିନ୍ତୁ ଏଠି ମୃତକଙ୍କ ପରିବାର ତାଙ୍କୁ ଅବହେଳା ଓ ହତ୍ୟା ଅଭିଯୋଗ ଆଣି ହୋ ହଙ୍ଗାମା କରିଥିଲେ । ପରେ ପୋଲିସର ହସ୍ତକ୍ଷେପ ପରେ ସବୁ ଶାନ୍ତ ହୋଇଥିଲା । ସେହିପରି ଦୋକାନ ମାଲିକ ନିଜ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ 30 ହଜାର ଟଙ୍କା ସାହାଯ୍ୟ ଦେଇଥିବା ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.