ETV Bharat / state

ବିବାହର 2 ମାସ ନ ବିତୁଣୁ ନବବଧୂର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗୀର କଂସାରି ପଡାରେ ବିବାହର ଦୁଇ ମାସ ବିତୁଣୁ ନବବଧୂର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ।

author img

By

Published : May 25, 2019, 4:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ବିବାହର ଦୁଇ ମାସ ନ ବିତୁଣୁ ନବବଧୂର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ବଲାଙ୍ଗୀର କଂସାରି ପଡାରେ ଘଟିଛି ଏହି ଅଭାବନୀୟ ଘଟଣା । ଯାହାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ ପୋଲିସ ଏଘଟଣାର ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

କଂସାରି ପଡାରେ ରହୁଥିବା ବିନୟ ପରିଡା ନୟାଗଡର ପୁଷ୍ପାଞ୍ଜଳୀ ପରିଡାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବରଘର ଲୋକ ସୁନା ଓ ବାଇକ ଯୌତୁକ ଦାବି କରିଥିବା ବେଳେ ଝିଅ ଘର ଲୋକେ ତାହା କିଛି ମାସ ପରେ ଦେବେ ବୋଲି କହିଥିଲେ । ତେବେ ବାଇକ ଓ ସୁନା ପାଇଁ ଝିଅକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବାର ଝିଅ ନିଜେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିବା କଥା ପରିବାର ଲୋକ କହିଛନ୍ତି । ଏଥିପାଇଁ ତାକୁ ନିର୍ଯାତନା ଦେଇ ହତ୍ୟା କରିଥିବାର ପରିବାର ଲୋକେ ପୋଲିସ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ବଲାଙ୍ଗୀର ଟାଉନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ଦିଗରେ ଏକ ଯୌତୁକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ମୃତ ନବବଧୂଙ୍କ ସ୍ୱାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.