ETV Bharat / state

ବଲାଙ୍ଗୀର ଲଜରୁ ବରଗଡ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀରର ଏକ ଲଜରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧର ହୋଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

author img

By

Published : Jun 18, 2019, 9:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଲଜରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକର ପରିଚୟ ମିଳିଥିବା ବେଳେ ସେ ବରଗଡ଼ ଜିଲ୍ଲାର ବୋଲି ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଲଜରେ ଗୋଟିଏ କୋଠରୀ ପାଞ୍ଚ ଦିନରୁ ବନ୍ଦ ଥିବାବେଳେ ଦୁର୍ଗନ୍ଧ ବାହାରୁଥିବାର ପୋଲିସ ପାଖରେ ଅଭିଯୋଗ ହୋଇଥିଲା । ବଲାଙ୍ଗୀର ଟାଉନ ପୋଲିସ ତନାଘନା ଆରମ୍ଭ କରି କୋଠରୀ ଖୋଲିଥିଲା । ତେବେ ସେହି କୋଠରୀରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ପୋଲିସ ଦେଖିବାକୁ ପାଇଛି ।

ମୃତବ୍ୟକ୍ତି ଜଣକ ବରଗଡ଼ ଜିଲ୍ଲାର ଗୋକୁଳାନନ୍ଦ ଭୋଇ ବୋଲି ପୋଲିସ ସୂଚନା ଦେଇଛି । ସେପଟେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଥାନା ଅଧିକାରୀ ତୁଫାନ ବାଗ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ସହମ୍ମଦ ଓ୍ବାହିଦ, ଇଟିଭି ଭାରତ

Intro:ଆସନ୍ତା ମାସ ପ୍ରଥମ ସପ୍ତାହ ରୁ ଆରମ୍ଭ ହେଉଛି ଏକୋନୋମିକ ସେନ୍ସସ ସର୍ଭେ। ଆଉ ଏହି ସର୍ଭେ କୁ ଜନସେବା କେନ୍ଦ୍ର ର ପ୍ରାଇମେରୀ ୱାର୍କର ମାନେ କରିବାକୁ ଥିବା ବେଳେ ଏହାର ତଦାରଖ କରିବେ ଜନସେବା କେନ୍ଦ୍ରର ଭିଲେଜ ଲେଭେଲ ଇଣ୍ଟରପିନିୟର ବ ଭିଏଲ ଇ ମାନେ।ସେଥିପାଇଁ ଆଜି ସମ୍ବଲପୁର ତାପସ୍ୱିନୀ ହଲରେ ଏହି ଭିଏଲଇ ମାନଙ୍କ ପାଇଁ ଏକ ତାଲିମ କର୍ମଶାଳା ଆୟୋଜିତ ହୋଇଯାଇଛି।ଆଉ ଏଥର ପ୍ରଥମ ଥର ପାଇଁ ସବୁ ତଥ୍ୟ ଆପ ଜାରିଆରେ ଡାଟା ଏଣ୍ଟ୍ରି ହେବ।

Body:ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ କାହାର କେତେ ଭାଗିଦାରୀ ରହିଛି।ଏନେଇ ପ୍ରତ୍ୟେକ 3 ବର୍ଷରେ ଥରେ ଏକୋନୋମିକ ସେନ୍ସସ ହୋଇଥାଏ।ଏହି ପରିପ୍ରେକ୍ଷୀରେ ଆସନ୍ତା ମାସ ପ୍ରଥମ ସପ୍ତାହରୁ 7ମ ଏକୋନୋମିକ ସେନ୍ସସ ହେବାକୁ ଯାଉଛି। ପୂର୍ବରୁ ମଧ୍ୟ ଏହି ସର୍ଭେ ହେଉଥିଲା।ତେବେ ବହୁ ଛୋଟ ଇଣ୍ଟରପିନିୟର ଏଥିରୁ ଜାଣତରେ ବା ଅଜାଣତରେ ବାଦ ପଡୁଥିଲେ ଓ ଦେଶର ଅର୍ଥନୀତିରେ ଏମାନଙ୍କ ଯୋଗଦାନ ଜଣା ପଡୁନଥିଲା। ଏଥର କିନ୍ତୁ ସବୁ ଛୋଟ ବଡ ଇଣ୍ଟରପିନିୟର କୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରିବାପାଇଁ ସରକାର ଚାହୁଁଛନ୍ତି।ଏଥିପାଇଁ ପ୍ରତ୍ୟେକ ବ୍ଲକ ର ପଂଚାୟତରେ ଥିବା ଜନସେବା କେନ୍ଦ୍ରର ଭିଏଲଇ ମାନଙ୍କୁ କର୍ମଶାଳା ଜରିଆରେ ତାଲିମ ଦିଆଯାଉଛି। ଏମାନେ ତାଲିମ ପାଇବା ପରେ ଏମାନଙ୍କ ସହିତ କାମ କରୁଥିବା ପ୍ରାଇମେରୀ ୱର୍କର ମାନେ ଘରକୁ ଘର ଯାଇ ଘର ଲୋକ କେଉଁ କାମ କରୁଛନ୍ତି, ଛୋଟ ବଡ଼ ବ୍ୟବସାୟ, ସିଜିନାଲ ବ୍ୟବସାୟ ସବୁର ସଠିକ ତଥ୍ୟ ସଂଗ୍ରହ କରି ଇକୋନୋମିକ ସେନ୍ସସ ଆପରେ ଡାଟା ଏଣ୍ଟ୍ରି କରିବେ।ଏହା ଫଳରେ ସରକାରୀ ଅର୍ଥନୀତିରେ ସମସ୍ତଙ୍କ ଭାଗିଦାରୀ କେତେ ତାହା ଜଣା ପଡିବ ଓ ସେହି ଅନୁସାରେ ସରକାର ନିର୍ଦ୍ଧିଷ୍ଟ ସ୍ଥାନରେ କେଉଁ ଶିଳ୍ପ ବା ଅନୁଷ୍ଠାନ ସ୍ଥାପନ କରିପାରିବେ ତାହା ସହଜ ହୋଇ ପାରିବ।ଏହି ଉଦ୍ଦେଶ୍ୟରେ ଆଜି ସମ୍ବଲପୁର ତାପସ୍ବିନୀ ହଲରେଏହି କର୍ମଶାଳା ଆୟୋଜିତ ହୋଇଛି।ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଥର ପ୍ରଥମ ଥର ପାଇଁ ଆପ ଜରିଆରେ ଏହି ସେନ୍ସସ ର ସର୍ଭେ ହେବ।

ବାଇଟ-1-ଅସିତ ମହାନ୍ତି ,ଜିଲ୍ଲା ପରିଚାଳକ, CSC.

ବାଇଟ-2-ଇତିଶ୍ରୀ ପ୍ରିୟଦର୍ଶିନୀ, ଡେପୁଟୀ ଡ଼ାଇରେକ୍ଟର,DPMU,
(Dist Planning & Monitoring Unit.)

Conclusion:ସମ୍ବଲପୁର ରେ ହୋଇଥିବା ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ସମେତ ଡିପିଏମୟୁର ନିର୍ଦେଶକ ଜନସେବା କେନ୍ଦ୍ରର ଭିଏଲ ଇ ମାନେ ଯୋଗ ଦେଇଥିଲେ।

ବାଇଟ-3-ସମର୍ଥ ବର୍ମା,ଜିଲ୍ଲାପାଳ,ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.