ବଲାଙ୍ଗୀର: ଜନ୍ମମାଟିରେ ପହଞ୍ଚିଲା ସିଆରପିଏଫ ଯବାନଙ୍କ ମୃତଦେହ । ଆସାମରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଟ୍ରେନ ଯୋଗେ ତାଙ୍କ ପାର୍ଥିବ ଶରୀର ବଲାଙ୍ଗୀର ଅଣାଯାଇଛି । ଯେଉଁଠି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ପୈତୃକ ଗ୍ରାମରେ ଅନ୍ତିମ ସଂସ୍କାର ସମ୍ପର୍ନ୍ନ ହୋଇଛି ।
ମୃତ ଯବାନ ଜଣକ ବଲାଙ୍ଗୀର ଲୋଇସିଙ୍ଗା ବ୍ଲକ ଅନ୍ତର୍ଗତ କୁଟେନପାଳି ଗାଁର ନିବାସୀ ଥିଲେ । ଗତ 2013ରେ ସେ ସିଆରପିଏଫରେ ଯୋଗଦାନ କରି 175 ବାଟାଲିୟନରେ ଆସାମ ରାଜ୍ୟ ଶିଳାଚରରେ ଥିଲେ । ତେବେ ସେଠି ଟ୍ରେନିଂ ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଜି ଅନ୍ତିମ ସଂସ୍କାର ବେଳେ ବଲାଙ୍ଗୀର 189 ସିଆରପିଏଫ ବାଟାଲିୟନର ସମସ୍ତ ଯବାନ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ