ETV Bharat / state

ବାଣ ବଜାରରେ ବର୍ଷା ଚଡକ, ବ୍ୟବସାୟ ଠପ୍ - crackers business loss due to heavy rainfall

ବଲାଙ୍ଗୀରରେ ଗତ ତିନି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ କୋହଲା ପାଗ ଲାଗି ରହିଛି । ଏଥିପାଇଁ ବାଣ ବ୍ୟବସାୟ ଠପ୍ ହୋଇଥିବା ବେଳେ ବ୍ୟବସାୟୀ ଚିନ୍ତାରେ ପଡ଼ି ଯାଇଛନ୍ତି ।

ବାଣ ବଜାରରେ ବର୍ଷା ଚଢକ, ବ୍ୟବୟାସ ଠପ୍
author img

By

Published : Oct 25, 2019, 10:50 PM IST

ବଲାଙ୍ଗୀର: ଆଉ ଦିନକ ପରେ ଆଲୁଅର ପର୍ବ ଦୀପାବଳି । ହେଲେ ଏଥର ଦୀପାବଳି ପଡିବ ଫିକା । କାରଣ ରାଜ୍ୟରେ ଲଗାଣ ବର୍ଷା ସାଜିଛି ବାଧକ। ବିଶେଷ କରି ଏଥିପାଇଁ ବାଣ ବ୍ୟବସାୟ ଠପ୍ ହୋଇଥିବା ବେଳେ ବ୍ୟବସାୟୀ ଚିନ୍ତାରେ ପଡ଼ି ଯାଇଛନ୍ତି । ଚଳିତ ବର୍ଷ ଏଥିଯୋଗୁଁ ବିପୁଳ କ୍ଷତି ସହିବେ ବୋଲି କହିଛନ୍ତି ବାଣ ବ୍ୟବସାୟୀ ।

ବାଣ ବଜାରରେ ବର୍ଷା ଚଢକ, ବ୍ୟବୟାସ ଠପ୍

ବଲାଙ୍ଗୀରରେ ଗତ ତିନି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ କୋହଲା ପାଗ ଲାଗି ରହିଛି । ଏଥିଯୋଗୁଁ ଦୀପାବଳି ପାଳନ ମଧ୍ୟ ଫିକା ବୋଲି ଜଣାପଡୁଛି । ବିଶେଷ କରି ଦୀପାବଳିରେ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବେ ବୋଲି ଯେଉଁ ଆଶା ବାନ୍ଧିଥିଲେ ବ୍ୟବସାୟୀ ତାହା ଏବେ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଏନେଇ ଛୋଟରୁ ବଡ଼ ବ୍ୟବସାୟୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ସମାନ ଭାବରେ ବଲାଙ୍ଗୀରରେ ଦୁଇ କୋଟିରୁ ଊର୍ଦ୍ଧ୍ବ ବାଣ ବ୍ୟବସାୟ ହଉଥିବା ବେଳେ ଏଥର ମଧ୍ୟ ବ୍ୟବସାୟୀମାନେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଟଙ୍କାର ବାଣ କିଣି ଏଠାରେ ଦୋକାନ ଲଗାଇଛନ୍ତି ।

ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରଦତ୍ତ ସ୍ଥାନ ରାଜୀବ ନଗର ସ୍ଥିତ ପଡ଼ିଆରେ 93 ଜଣ ବାଣ ବ୍ୟବସାୟୀ ଦୋକାନ ଲଗାଇଛନ୍ତି । ଫୁଲ ଝଡି ସହ ଭଳିକି ଭଳି ବାଣ ଆଣିଛନ୍ତି । ତେବେ ଦୀପବଳୀକୁ ମାତ୍ର ଆଉ ଗୋଟିଏ ଦିନ ଥିବା ବେଳେ ଏଯାଏଁ ଗ୍ରାହକଙ୍କ ଦେଖାନାହିଁ । ଦୀପାବଳି ଦିନ ଯାହା ବାଣ ବିକ୍ରି ହେବ ତାକୁ ହିଁ ଏମାନେ ଆଶା ରଖିଛନ୍ତି । ଚଳିତବର୍ଷ ବର୍ଷା ଯୋଗୁଁ ବାଣ ବ୍ୟବସାୟୀ ନିହାତି ଭାବେ ବିପୁଳ ପରିମାଣରେ କ୍ଷତି ସହିବେ ବୋଲି କହିଛନ୍ତି । ଯଦି ଦୀପାବଳି ଦିନ ଶୁଖିଲା ପାଗ ରହେ ତେବେ କିଛି ମାତ୍ରାରେ ବାଣ ବିକ୍ରି ହେବ ବୋଲି ଆଶା କରିଛନ୍ତି ବ୍ୟବସାୟୀ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଆଉ ଦିନକ ପରେ ଆଲୁଅ ର ପର୍ବ ଦୀପାବଳି ପାଳନ ହେବାକୁ ଥିବା ବେଳେ ଲଗାଣ ବର୍ଷା ସାଜିଛି ବାଧକ। ବିଶେଷ କରି ଏଥିପାଇଁ ବନ ବ୍ୟବସାୟ ଠପ ହୋଇଥିବା ବେଳେ ବ୍ୟବସାୟୀ ଚିନ୍ତାରେ ପଡ଼ି ଯାଇଛନ୍ତି । ଏବଂ ଏବର୍ଷ ଏଠି ଯୋଗୁଁ ବିପୁଳ କ୍ଷ୍ୟତି ସହିବେ ବୋଲି କହିଛନ୍ତି ।

Body:ବଲାଂଗୀର ଆଉ ଦିନକ ପରେ ଆଲୁଅ ର ପର୍ବ ଦୀପାବଳି ପାଳନ ହେବାକୁ ଥିବା ବେଳେ ଲଗାଣ ବର୍ଷା ସାଜିଛି ବାଧକ। ବଲାଙ୍ଗୀରରେ ଗତ ତିନି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ କୋହଳ ପାଗ ଲାଗି ରହିଛି। ଏବଂ ଏଠି ଯୋଗୁଁ ଦୀପାବଳି ପାଳନ ମଧ୍ୟ ଫିକା ଫିକା ଜଣା ପଡୁଛି । ବିଶେଷ କରି ଦୀପାବଳୀର ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବା ପାଇଁ ଆସ ରଖିଥିବା ଛୋଟ ରୁ ବଡ଼ ବ୍ୟବସାୟୀ ମାନେ ଏବେ ଚିନ୍ତାରେ ପଡ଼ି ଯାଇ ଛନ୍ତି। ସମାନ ଭାବରେ ବଲାଙ୍ଗୀରରେ ଦୁଇ କୋଟିରୁ ଉର୍ଧ୍ୱ ର ବାଣ ବ୍ୟବସାୟ ହଉଥିବ ବେଳେ ଏଥର ମଧ୍ୟ ବ୍ୟବସାୟୀ ମାନେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଟଙ୍କାର ବାଣ କିଣି ଏଠି ଦୋକାନ ଲଗାଇଛନ୍ତି। ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଦତ୍ତ ସ୍ଥାନ ରାଜୀବ ନଗର ସ୍ଥିତ ପଡ଼ିଆ ଠାରେ 93 ଜଣ ବାଣ ବ୍ୟବସାୟୀ ଦୋକାନ ଲଗାଇଛନ୍ତି । ଏବଂ ଫୁଲ ଝଡି ସହ ଭଳିକି ଭଳି ବାଣ ଆଣି ଛନ୍ତି । ତେବେ ଦୀପବଳୀକୁ ମାତ୍ର ଆଉ ଗୋଟିଏ ଦିନ ଥିବା ବେଳେ ଏଯାଏଁ ଗ୍ରାହକ ଙ୍କ ଦେଖା ନାହିଁ। ତେବେ ଦୀପାବଳି ଦିନ ଯାହା ବାଣ ବିକ୍ରି ହେବ ତାହା କୁ ହିଁ ଏମାନେ ଆଶା ରଖିଛନ୍ତି । ଏବଂ ଏବର୍ଷ ଏମାନେ ନିହାତି ଭାବରେ ବିପୁଳ କ୍ଷ୍ୟତି ସହିବେ ବୋଲି କହିଛନ୍ତି । ତେବେ ଦୀପାବଳି ଦିନ ଶୁଖିଲା ପାଗ ରଖିଲେ କିଛି ମାତ୍ରାରେ ବାଣ ବ୍ୟବସାୟ ହେବ ବୋଲି ଏମାନେ ଆଶା ବାଦି ଅଛନ୍ତି ।
ବାଇଟ ଏମ ଦି ବାବ୍ଲୁ ବ୍ୟବସାୟୀ
ବାଇଟ ବାବୁଲାଲ ସୋନି ବ୍ୟବସାୟୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.