ETV Bharat / state

ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଲରମ୍ଭା ଚିଟିକାମାଲ୍‌ଠାରେ ଦମ୍ପତିଙ୍କୁ ନିର୍ମମ ହତ୍ୟା । ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି ।

author img

By

Published : Sep 16, 2019, 4:33 PM IST

ଡାହାଣୀ ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

ବଲାଙ୍ଗୀର: ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ଭାବେ କରାଯାଇଛି ହତ୍ୟା । ହତ୍ୟା ପରେ ଉଭୟଙ୍କ ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିଲା । ସୋମବାର ପୋଲିସ ଏହି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

ଡାହାଣୀ ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଲରମ୍ଭା ଚିଟିକାମାଲ୍‌ଠାରେ ଦେଖିବାକୁ ମିଳିଛି ଏପରି ନିର୍ମମ ହତ୍ୟା । କିଛିଦିନ ପୂର୍ବରୁ ଏହି ଗାଁର ନାରାୟଣ ବରିହାଙ୍କ ଦେଢବର୍ଷ ପୁଅର ଜ୍ବରରେ ମୃତ୍ୟୁ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କ ମୃତଦେହକୁ ଜମିରେ ପୋତି ଦେଇଥିଲେ । କିଛିଦିନ ପରେ ସେଠାରେ କେହି ପୂଜାର୍ଚ୍ଚନା କରୁଥିବାର ଗ୍ରାମବାସୀ ସନ୍ଦେହ କରିଥିଲେ । ତେବେ ଏସବୁ କାର୍ଯ୍ୟ ସେହି ଗାଁର ବୃଦ୍ଧା ଦମ୍ପତ୍ତି ଚିନ୍ତାମଣି ବରିହା ଓ ତାଙ୍କ ସ୍ତ୍ରୀ ରୁକ୍ମଣୀ ବରିହା କରୁଥିବାର ସନ୍ଦେହ କରିଥିଲେ ଗାଁ ଲୋକେ । ପରେ ଡାହାଣୀ ସନ୍ଦେହରେ ରବିବାର ରାତିରେ ତାଙ୍କୁ ଗାଁ ନିକଟ ସ୍କୁଲ ପାଖରେ ହତ୍ୟା କରିବା ପରେ ପାଖ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।

ଏନେଇ ପାଟଣାଗଡ ପୋଲିସ ଖବର ପାଇବା ପରେ ଜଙ୍ଗଲରେ ଖୋଜାଖୋଜି କରିଥିଲା । ଶେଷରେ ମୃତଦେହ ଦୁଇଟିକୁ ଏକ ପଥର ଖୋଲରୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହିତ ନିଜେ ବଲାଙ୍ଗୀର ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ପ୍ରାଥମିକ ତଦନ୍ତ ସରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯିବାନେଇ ସୂଚନା ଦେଇଛନ୍ତି ।

ବଲାଙ୍ଗିରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଙ୍ଗୀର ଏକ ଅଭାବ ନୀୟ ଘଟଣାରେ ଏକ ଦମ୍ପତ୍ତିଁ ଙ୍କୁ ଡାହାଣୀ ସନ୍ଦେହ କରି ନିର୍ମମ ଭାବରେ ହତ୍ୟା କରାଯାଇଛି । ଏବଂ ହତ୍ୟା ପରେ ଦୁଇ ଜଣଙ୍କ ଶବକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦିଅ ଯାଇଥିବା ବେଳେ ପୋଲିସ ଆଜି ସବ୍ ଦୁଇ ଟିକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। Body:ବଲାଙ୍ଗୀର ଏକ ଅଭାବ ନୀୟ ଘଟଣାରେ ଏକ ଦମ୍ପତ୍ତିଁ ଙ୍କୁ ଡାହାଣୀ ସନ୍ଦେହ କରି ନିର୍ମମ ଭାବରେ ହତ୍ୟା କରାଯାଇଛି । ଘଟଣାଟି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଲରମ୍ଭା ଚିକିତାମାଲ୍ ଘଟିଛି । କିଛିଦିନ ପୂର୍ବରୁ ଏହି ଗାଁର ନାରାୟଣ ବାରିହାଙ୍କ ଦେଢ଼ ବର୍ଷ ପୁଅ ର ଜ୍ବରରେ ମୃତ୍ୟୁ ହୋଇଥିଲା । ଜହାପରେ ତାଙ୍କ ପରିବାର ଲୋକେ ଶବକୁ ତାଙ୍କ ଜମିରେ ପୋତି ଥିଲେ । ତେବେ କିଛି ଦିନ ପରେ ସେଠି କେହି ପୂଜା ଅର୍ଚ୍ଚନା କରୁଥିବାର ଗ୍ରାମ ବାସି ସନ୍ଦେହ କରିଥିଲେ । ଏବଂ ଏଥିରେ ସେହି ଗାଁ ର ବୃଦ୍ଧା ଦମ୍ପତ୍ତି ଚିନ୍ତା ମନି ବରିହା ଓ ତାଙ୍କ ସ୍ତ୍ରୀ ରୁକ୍ମଣୀ ବରିହା ଏସବୁ କାମ କରୁଥିବାର ସନ୍ଦେହ କରିଥିଲେ । ଏବଂ ଡାହାଣୀ ସନ୍ଦେହରେ ଗତ ରାତି ତାଙ୍କୁ ଗାଁ ନିକଟ ସ୍କୁଲ୍ ପାଖରେ ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ତେବେ ଆଜି ପାଟଣା ଗଡ଼ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜଙ୍ଗଲରେ ଖୋଜ୍ବିଁ କରିଥିଲା । ଏବଂ ଶବ ଦୁଇଟିକୁ ଏକ ପଥର ଖୋଳରୁ ଉଦ୍ଧାର କରିଥିଲା । ତେବେ ବର୍ତ୍ତମାନ ଘଟଣା ସ୍ଥଳରେ ସାଇନ୍ତି ଫିକ୍ ଦଳ ସହିତ ନିଜେ ବଲାଙ୍ଗୀର ଏସପି ପହଞ୍ଚି ତଦନ୍ତ କରୁଛନ୍ତି । ଏବଂ ପ୍ରାଥମିକ ତଦନ୍ତ ସରିଲେ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠା ଯିବା ବୋଲି ସୂଚନା ମିଳିଛି । ସେହିପରି ଏହି ଘଟଣାରେ ପୋଲିସ ଏଯାଏଁ କାହାରିକୁ ଗିରଫ କରିନାହିଁ । ସେପଟେ ଏହି ନିର୍ମମ ହତ୍ୟା କୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.