ETV Bharat / state

ବଲାଙ୍ଗୀର ଜିଲ୍ଲାରେ ହଜାରେ ମୁହାଁ କୋରୋନା ଗ୍ରାଫ - କୋରୋନା ଗ୍ରାଫ

ଆଜି ଜିଲ୍ଲାରେ ସର୍ବମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 944 ରେ ପହଁଚିଛି ।

ବଲାଙ୍ଗୀର ଜିଲ୍ଲାରେ ହଜାରେ ମୁହାଁ କୋରୋନା ଗ୍ରାଫ

author img

By

Published : Aug 17, 2020, 8:46 PM IST

ବଲାଙ୍ଗୀର: କୋରୋନା ବଢି ଚାଲିଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇଛି। ଏଥିରେ ଆଜି ପୁଣି 37 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ବଲାଙ୍ଗୀର ସହର ମଧ୍ୟରୁ 15 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଟିଟିଲାଗଡ଼ ସହ ମଧ୍ୟ କଣ୍ଟେନମେଣ୍ଟ ଜୋନ ତିକ୍ରାପଡାରୁ ପୁଣି 8 ଜଣ କୋରୋନା ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ହଜାରେ ମୁହାଁ କୋରୋନା ଗ୍ରାଫ

ସେପଟେ ବଲାଙ୍ଗୀର ଜିଲ୍ଲାରେ କୋଭିଡ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା କାମ ଥିବାରୁ କେବଳ ଲକ୍ଷଣ ଥିବା ରୋଗୀଙ୍କୁ ଭର୍ତ୍ତି କରାଯାଇ ଅନ୍ୟ ମାନଙ୍କୁ ସରକାରଙ୍କ ନିୟମ ମୁତାବକ ନିଜ ଘରେ ଆଇସଲେସନରେ ରଖାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପଟେ ଆଜି ଜିଲ୍ଲାରେ ସର୍ବମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 944 ରେ ପହଁଚିଥିବା ବେଳେ ଏମଧ୍ୟରୁ 592 ଜଣ ସୁସ୍ଥ ହୋଇଛନ୍ତି। ସେହିପରି କୋରୋନା ଜନିତ ମୃତ୍ୟୁ ଏକ ଥିବା ବେଳେ ବର୍ତ୍ତମାନ 351 ଜଣ ଚିକିତ୍ସାଧୀନ ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.