ETV Bharat / state

କୋରୋନା ମାଡରେ ବେହାଲ କ୍ୟାଟରିଂ ବ୍ୟବସାୟ

author img

By

Published : Nov 5, 2020, 4:13 PM IST

ଦୁର୍ଦ୍ଦିନରେ କ୍ୟାଟରିଂ ବ୍ୟବସାୟୀ । କୋରୋନା ପାଇଁ ଦୀର୍ଘ 8 ମାସ ଧରି ବିବାହ ଆଡ଼ମ୍ବରରେ ରୋକ୍ ଲାଗିଥିବାବେଳେ ଧରାଶାୟୀ ହୋଇଗଲେଣି ଏହାକୁ ଆଶ୍ରା କରି ଚଳୁଥିବା ବ୍ୟବସାୟୀ ଓ କର୍ମଚାରୀ । ତେବେ 5ଶହରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମକୁ ଅନୁମତି ଦିଅନ୍ତୁ ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି ବ୍ୟବସାୟୀ ସଂଘ । ଅଧିକ ପଢନ୍ତୁ...

corona effects on Catering business
କୋରୋନା ମାଡରେ ବେହାଲ କ୍ୟାଟରିଂ ବ୍ୟବସାୟ

ବଲାଙ୍ଗୀର: ମାସେ କି ଦୁଇମାସ ନୁହେଁ, ଦୀର୍ଘ 8 ମାସ ଧରି ବିବାହ ଆଡ଼ମ୍ବରରେ ଲାଗିଛି ରୋକ୍ । ସାଜସଜା ବନ୍ଦ । ‌ବଡ଼ ଧରଣର ଭୋଜିଭାତ ବି ବନ୍ଦ । ଆଉ ଧରାଶାୟୀ ହୋଇଗଲେଣି ଏହାକୁ ଆଶ୍ରା କରି ଚଳୁଥିବା ବ୍ୟବସାୟୀ ଓ କର୍ମଚାରୀ । ଟେଣ୍ଟ୍‌ରୁ ନେଇ କ୍ୟାଟରିଂ, ପୁଣି ଲାଇଟ-ସାଉଣ୍ଡରୁ ନେଇ ଫୁଲ ସାଜସଜ୍ଜା । କୋରୋନା କଟକଣା ମାଡ଼ରେ ଜୀବିକା ହରାଇଛନ୍ତି ଲକ୍ଷାଧିକ ବ୍ୟବସାୟୀ । ସ୍ଥିତି ଏତେ ଦୟନୀୟ ଯେ, କେଉଁଠି ଟେଣ୍ଟ୍‌ ଓ କ୍ୟାଟରିଂ ବ୍ୟବସାୟୀ ରାସ୍ତାକଡ଼ରେ ପରିବା ବି‌କିଲେଣି ତ କିଏ ମାଛ ବିକିଲେଣି । ଏପରିକି କେତେକ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଆଉ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି ଏହା ସହ ଜଡ଼ିତ ଥିବା ବଲାଙ୍ଗୀରର ବ୍ୟବସାୟୀ ଓ କର୍ମଚାରୀ ।

କୋରୋନା ମାଡରେ ବେହାଲ କ୍ୟାଟରିଂ ବ୍ୟବସାୟ

ବଲାଙ୍ଗୀର ଜିଲ୍ଲାରେ ମୋଟ 50 ରୁ ଅଧିକ ଟେଣ୍ଟ ବା କ୍ୟାଟରିଂ ଥିବାବେଳେ ଏମାନଙ୍କ ତଳେ ସିଧା ସଳଖ ଭାବରେ ବ୍ୟବସାୟରେ ଜଡିତ ଅଛନ୍ତି ଚାଳିଶ ହଜାରରୁ ଊର୍ଦ୍ଧ୍ବ ଲୋକ । ବାର୍ଷିକ ଏମାନଙ୍କର 15 ରୁ 20 କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ହେଲେ କୋରୋନା କଟକଣା ବଦଳାଇ ଦେଇଛି ଏମାନଙ୍କର ଜୀବିକା ବେଉସା । କେନ୍ଦ୍ର ସରକାର ୨ ଶହ ଲୋକରେ ବାହାଘର ପାଇଁ ଅନୁମତି ଦେଇଥିବାବେଳେ ରାଜ୍ୟରେ ଏବେ ବି ୫୦ ଜଣରେ ବାହାଘର ଉତ୍ସବ ସୀମିତ ରଖିବାକୁ ନିର୍ଦେଶ ରହିଛି । ଫଳରେ ଅସହାୟ ହୋଇ ପଡ଼ିଛନ୍ତି ଏଥିରୁ ଦୁଇ ପଇସା ରୋଜଗାର କରି ଚଳୁଥିବା ବ୍ୟବସାୟୀ ଓ କର୍ମଚାରୀ ।

କୋରୋନା ପାଇଁ ଅନ୍ୟ ବ୍ୟବସାୟ ଠୁଁ ଅଧିକ ପ୍ରଭାବିତ ହୋଇଛନ୍ତି କ୍ୟାଟରିଂ ବ୍ୟବସାୟୀ । ଅନ୍ୟପଟେ କିଛି ବ୍ୟବସାୟୀ ଅସହାୟ ହୋଇ ଅନ୍ୟ ବ୍ୟବସାୟ ଆପଣାଇଥିବାବେଳେ ଏବେ ବି କିଛି ବ୍ୟବସାୟୀ ଆଶାବାଦୀ ହୋଇ ପଡ଼ି ରହିଛନ୍ତି । ତେବେ 5ଶହରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ବା ଉତ୍ସବକୁ ଅନୁମତି ଦିଅନ୍ତୁ ଓ କ୍ୟାଟରିଂ ବ୍ୟବସାୟୀଙ୍କ ବେପାର କେମିତି ଚାଲିବ ତା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି ବ୍ୟବସାୟୀ ସଂଘ । ତେଣୁ ଏହାକୁ ଦୃଷ୍ଟିରେ ରଖି ଅନ୍ତତଃ ନଭେମ୍ବରରୁ ସରକାର ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ। ନଚେତ ଜିଲ୍ଲାସ୍ତରରୁ ନେଇ ସଦର ମହକୁମା ପର୍ଯ୍ୟନ୍ତ ପ୍ରଶାସନର ଦ୍ବାର ସମ୍ମୁଖରେ କର୍ମଚାରୀମାନେ ଗୁଜୁରାଣ ପାଇଁ ହାତ ପତାଇବାକୁ ବାଧ୍ୟ ହେବେ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.