ETV Bharat / state

ସମ୍ବଲପୁରରେ ଓକିଲ ଆନ୍ଦୋଳନ ଓ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲା କଂଗ୍ରେସ - ନରସିଂହ ମିଶ୍ର

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସରଗରମ ରାଜ୍ୟ ରାଜନୀତି । ଓକିଲମାନେ ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ପ୍ରତିକ୍ରିୟା ରଖିଛି କଂଗ୍ରେସ (Congress on High court bench ) । ଅଧିକ ପଢନ୍ତୁ

ପଶ୍ଚିମ ଓଡିଶା ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲା କଂଗ୍ରେସ

author img

By

Published : Dec 13, 2022, 4:04 PM IST

Updated : Dec 13, 2022, 4:21 PM IST

ସମ୍ବଲପୁରରେ ଓକିଲ ଆନ୍ଦୋଳନ ଓ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲା କଂଗ୍ରେସ

ଭୁବନେଶ୍ବର/ବଲାଙ୍ଗୀର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସରଗରମ ରାଜ୍ୟ ରାଜନୀତି । ଓକିଲ ମାନଙ୍କ ଆନ୍ଦୋଳନ ନେଇ ଜଳୁଛି ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର । ଦୀର୍ଘ ଦିନ ଧରି ଓକିଲ ମାନଙ୍କ ଆନ୍ଦୋଳନ ପରେ ଅଶାନ୍ତ ପଶ୍ଚିମ ଓଡିଶା । ସମ୍ବଲପୁରରେ ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ପ୍ରତିକ୍ରିୟା ରଖିଛି କଂଗ୍ରେସ (Congress on High court bench ) । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ତୁରନ୍ତ ଆଲୋଚନା କରି ବିହିତ କାର୍ଯ୍ୟକ୍ରମ କରନ୍ତୁ ବୋଲି କଂଗ୍ରେସ କହିଛି । ଏହାସହିତ ସୁପ୍ରିମକୋର୍ଟଙ୍କ ଆଦେଶକୁ ଓକିଲମାନେ ମାନିବା ଉଚିତ ବୋଲି ସେ କହିଛନ୍ତି ।

ସମ୍ବଲପୁରରେ ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ୧୨ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଏ ନେଇ ବରିଷ୍ଠ ଆଇନ ବିଶେଷଜ୍ଞ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଦେଶର ସମ୍ବିଧାନ ମୁତାବକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମସ୍ତେ ମାନିବା ପାଇଁ ବାଧ୍ୟ । ବିଶେଷ କରି ଓକିଲ ମାନେ ଏହାକୁ ମାନିବାକୁ ବାଧ୍ୟ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଭାରତ ସ୍ବାଧୀନ ହେବା ପରେ ମର୍ଜ ହୋଇଥିଲା । ଫଳରେ ଓଡ଼ିଶା ସହିତ ବଲାଙ୍ଗୀର ମିଶିଥିଲା । ସେ ସମୟରେ ଏହାକୁ ନେଇ ମର୍ଜର ଏଗ୍ରିମେଣ୍ଟ ଦସ୍ତଖତ ହୋଇଥିଲା । ଏହି ଚୁକ୍ତିନାମା ଅନୁସାରେ ଏଠାରେ ଯାହା ସବୁ ସୁବିଧା ଅଛି ତାହା ଯୋଗାଇ ଦେବାକୁ ରାଜିନାମା ହୋଇଥିଲା ଏବଂ ସେ ସମୟରେ ବଲାଙ୍ଗୀରରେ ହାଇକୋର୍ଟ ଥିଲା ।

ଏହା ବି ପଢନ୍ତୁ- Action Against Advocates: ସମ୍ବଲପୁରର 29 ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କଲା BCI

ତେଣୁ ସରକାର ଏଠି ହାଇକୋର୍ଟ ବେଞ୍ଚ ଦେବାକୁ ବାଧ୍ୟ ବୋଲି ସେ କହିଛନ୍ତି । ସେହିପରି ସରକାର ଦୁଇ ଦୁଇଟି କମିଶନ ଏହା ଉପରେ ଗଠନ କରିଥିବା ବେଳେ ୨ଟି କମିଶନ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଯୁକ୍ତି ଦେଇଥିଲେ । ହେଲେ ରାଜ୍ୟ ସରକାର ଏଥିରେ ଚୁପ ବସିଥିଲେ । ସମାନ ଭାବରେ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ଏଥିରେ ଚୁପ ରହିବା ଯୋଗୁଁ ଏହି ବିଷମ ପରିସ୍ଥିତି ଉପୁଜିଥିବାର ସେ କହିଛନ୍ତି । ପ୍ରଥମେ ଏହି ଘଟଣା କ୍ରମର ମୂଳକୁ ଧ୍ୟାନ ଦେବା ଜରୁରୀ ନହେଲେ ଜନ ଆନ୍ଦୋଳନ ହେବା ସ୍ବାଭାବିକ ବୋଲି କହିଛନ୍ତି ନରସିଂହ ।

ଏହା ବି ପଢନ୍ତୁ-ଉଗ୍ର ରୂପ ନେଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟରୁ ବିଚାରପତିଙ୍କୁ ବାହାର କଲେ ଆନ୍ଦୋଳନକାରୀ

ସେହିପରି ଏହାର ସମାଧାନ ପାଇଁ ରାଜ୍ୟ ସରକାର, ହାଇକୋର୍ଟ ଓ ସୁପ୍ରିମକୋର୍ଟ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି । ଓକିଲ ମାନେ ଏଭଳି ଆନ୍ଦୋଳନ ନ କରି ତା ପାଇଁ ଆଇନ ମୁତାବକ ଥିବା ରାସ୍ତା ବାଛିବା ଆବଶ୍ୟକ ବୋଲି ଓକିଲଙ୍କୁ ପରାମର୍ଶ ଦେଇଛନ୍ତି ନରସିଂହ । ଏହା ବ୍ୟତୀତ ସମ୍ବଲପୁର ଓକିଲଙ୍କ ଲାଇସେନ୍ସ କେଉଁ ଆଧାରରେ ରଦ୍ଦ କରାଯାଇଛି ତାହା ସେ ଜାଣି ନ ଥିବା ବେଳେ ଓକିଲ ମାନେ ଏହା ବିରୋଧରେ କୋର୍ଟର ଆଶ୍ରୟ ନେଇ ପାରିବେ ବୋଲି କହିଛନ୍ତି ନରସିଂହ ।

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, " ପଶ୍ଚିମ ଓଡ଼ିଶାରେ ବେଞ୍ଚ ପ୍ରତିଷ୍ଠା ହେଉ । ପଶ୍ଚିମ ଓଡିଶା ଦୂର ହୋଇଥିବାରୁ ସରକାରୀ କାର୍ଯ୍ୟକ୍ରମରେ ବିଳମ୍ବ ହେଉଛି ତେଣୁ ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ଦୃଷ୍ଟିରୁ ବେଞ୍ଚ ପ୍ରତିଷ୍ଠା ହେଉ । ସୁପ୍ରିମକୋର୍ଟ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଲୋଚନା କରି ତୁରନ୍ତ ବେଞ୍ଚ ପ୍ରତିଷ୍ଠା ସମସ୍ୟାର ସମାଧାନ କରନ୍ତୁ ।"

ସୂଚନା ଥାଉକି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର କଚେରୀ ଛକ ଆସନ୍ତାକାଲି ରଣାଙ୍ଗନ ପାଲଟିଥିଲା । ବହୁ ଦିନରୁ ଆନ୍ଦୋଳନ କରିଆସୁଥିବା ଓକିଲ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କୋର୍ଟ ବ୍ୟାରିକେଡ ଭାଙ୍ଗି କୋର୍ଟ ମଧ୍ୟକୁ ପ୍ରବେଶ କରିଥିଲେ ଆନ୍ଦୋଳନରତ ଓକିଲ ଏବଂ କୋର୍ଟ ପରିସରରେ ଭଙ୍ଗାରୁଜା କରିଥିଲେ । ଏହାକୁ ସୁପ୍ରିମକୋର୍ଟ କଡା ନିନ୍ଦା କରିଛନ୍ତି । ଗିରଫ ହୋଇଥିବା ୯ ଆଇନଜୀବୀଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କଚେରୀ ଛକରେ ୧୪୪ ଧାରା ଜାରି ହୋଇଛି । ଯେଉଁମାନେ ୨୦୦ ମିଟର ନିଷିଦ୍ଧାଞ୍ଚଳକୁ ଆସିବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ଏହାସହ ମୋଟ ୨୯ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି ବାର କାଉନ୍ସିଲ ଅଫ୍ ଇଣ୍ଡିଆ ।

ଇଟିଭି ଭାରତ, ଭୁବନେଶ୍ବର ଓ ବଲାଙ୍ଗୀର

Last Updated : Dec 13, 2022, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.