ETV Bharat / state

5 ରାଜ୍ୟ ବିଧାନସଭା ନିର୍ବାଚନ ପ୍ରସଙ୍ଗ, 4 ରାଜ୍ୟରେ କଂଗ୍ରେସ ବାଜି ମାରିବ କହିଲେ ନରସିଂହ

5 ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । 4 ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 10, 2023, 7:47 AM IST

Narasingh mishra on five state assembly election
5 ରାଜ୍ୟ ବିଧାନସଭା ନିର୍ବାଚନ
Narasingh mishra on five state assembly election

ବଲାଙ୍ଗୀର: ଆସନ୍ତା ମାସରେ ଦେଶର 5 ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ତାରିଖ ଘୋଷଣା ହୋଇସାରିଛି । ନଭେମ୍ବର 7ରୁ 30 ମଧ୍ୟରେ 5 ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । 4 ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ । ବିଜେପି କେଉଁ ରାଜ୍ୟରେ ସରକାର ଗଠନ କରିପାରିବ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ''ଯେଉଁ 5 ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ନିର୍ବାଚନ କମିଶନ ଠିକ ସମୟରେ ତାରିଖ ଘୋଷଣା କରିଛନ୍ତି । ଆଶା କରୁଛି ନିରପେକ୍ଷ ଭାବେ ନିର୍ବାଚନ ଶେଷ ହେବ । 5ଟି ରାଜ୍ୟରୁ 4ଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ । କଂଗ୍ରେସ ନିଶ୍ଚିତ ଭାବରେ ସବୁଠି ସଫଳ ହେବ । କୌଣସି ରାଜ୍ୟରେ ବିଜେପି ସରକାର ଗଠନ କରିପାରିବ ନାହିଁ । ଏହି ସବୁ ରାଜ୍ୟରେ ବିଜେପି ସରକାର ଗଢିବାରେ ବିଫଳ ହେବ ।''

ଓଡିଶାରେ ଶାସନ ପରିବର୍ତ୍ତନ ହେଉ: ଓଡିଶା ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ବିଧାୟର ନରସିଂହ ମିଶ୍ର କହିଛନ୍ତି ଯେ, ଓଡିଶା ନିର୍ବାଚନ ପାଇଁ ଅହୁରି 5 ମାସ ସମୟ ଅଛି । ଯେଉଁ ସମୟରେ ହେବା କଥା ସେହି ସମୟରେ ନିର୍ବାଚନ ହେବ । ଆମେ ଆଶା କରୁଛୁ କି ଓଡିଶାରେ ଶାସନ ପରିବର୍ତ୍ତନ ହେଉ କଂଗ୍ରେସ ଲାଭବାନ ହେବ ।

ଏହା ବି ପଢନ୍ତୁ...ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି

ପ୍ରକାଶ ଥାଉକି, ଆସନ୍ତା ନଭେମ୍ବର 7ରୁ 30 ତାରିଖ ମଧ୍ୟରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । 40 ଆସନ ବିଶିଷ୍ଟ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର 7ରେ ଭୋଟ ଗ୍ରହଣ ହେବ । ସେହିପରି 90 ଆସନ ବିଶିଷ୍ଟ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ନଭେମ୍ବର 7 ଓ 17 ତାରିଖରେ ମଦଦାନ ହେବ । 230 ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ନଭେମ୍ବର 17 ତାରିଖ, 200 ଆସନ ବିଶିଷ୍ଟ ରାଜସ୍ଥାନରେ ନଭେମ୍ବର 23 ଓ 119 ଆସନ ବିଶିଷ୍ଟ ତେଲେଙ୍ଗାନାରେ ନଭେମ୍ବର 30 ତାରିଖରେ ଭୋଟ ଗ୍ରହଣ ହେବ ।

ଡିସେମ୍ବର 3 ତାରିଖରେ ସମସ୍ତ ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସମସ୍ତ 5 ରାଜ୍ୟରେ ମୋଟ 16.14 କୋଟି ଭୋଟର ଅଛନ୍ତି । ମିଜୋରାମରେ ମିଜୋ ନ୍ୟାସନାଲ ଫଣ୍ଟ ସରକାର ଥିବାବେଳେ ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସ ସରକାର ରହିଛି । ମଧ୍ୟପ୍ରଦେଶରେ ବିଜେପି ସରକାର ରହିଛି । 2024 ନିର୍ବାଚନରେ କେଉଁ ଦଳ କେଉଁ ରାଜ୍ୟରେ ସଫଳ ହେବ ତାହା ସମୟ କହିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.