ETV Bharat / state

ମମିତା ମର୍ଡର ମିଷ୍ଟ୍ରି: ମୁହଁ ଖୋଲିଲେ ନରସିଂହ

ମମିତା ମେହେର ମର୍ଡର ମାମଲାରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପୀଡିତା ପରିବାରର ଦାବି ମୁତାବକ ଘଟଣାର ତଦନ୍ତ ହେଉ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି କହିଲେ ନରସିଂହ । ଅଧିକ ପଢନ୍ତୁ...

ମମିତା ମେହେର ମର୍ଡର: ମୁହଁ ଖୋଲିଲେ ନରସିଂହ
ମମିତା ମେହେର ମର୍ଡର: ମୁହଁ ଖୋଲିଲେ ନରସିଂହ
author img

By

Published : Oct 22, 2021, 10:17 AM IST

ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ଘଟଣାରେ ଲାଗି ରହିଛି ଜନଅସନ୍ତୋଷ । ସବୁ ସ୍ଥାନରେ ବିକ୍ଷୋଭ କରୁଛନ୍ତି ବିରୋଧୀ । ଏହି ହତ୍ୟା ମାମଲାରେ ବଡ ବଡ ନେତା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଗର୍ଜୁଛନ୍ତି । ସମାନ ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମୁହଁ ଖୋଲିଛନ୍ତି । ପୀଡିତା ପରିବାରର ଦାବି ମୁତାବକ ଘଟଣାର ତଦନ୍ତ ହେଉ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି ।

ମମିତା ମେହେର ମର୍ଡର: ମୁହଁ ଖୋଲିଲେ ନରସିଂହ

ମମିତାଙ୍କୁ ନ୍ୟାୟ ଦାବିରେ ବଲାଙ୍ଗୀରରେ କଂଗ୍ରେସ ଆନ୍ଦୋଳନ କରୁଥିବାବେଳେ ଗତକାଲି(ଗୁରୁବାର) ନରସିଂହ ମିଶ୍ର ମମିତାଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟିଥିଲେ । ଏହାପରେ ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ପୀଡିତା ପରିବାରର ଦାବି ଅନୁଯାୟୀ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଗଠିତ ଉଚିତ୍ ସଂସ୍ଥା ଦ୍ବାରା ମାମଲାର ତଦନ୍ତ ପାଇଁ କଂଗ୍ରେସ ନେତା ମଧ୍ୟ ଦାବି କରିଛନ୍ତି । ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହଜନକ ଥିବାବେଳେ ତାଙ୍କୁ ପଦରୁ ଇସ୍ତଫା ଦେବାକୁ କହିଛନ୍ତି ନରସିଂହ ।

ଆହୁରି ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କଠୋର ଦଣ୍ଡ ଦିଆଯାଉ । ଗୋବିନ୍ଦ କିପରି ଶିକ୍ଷା ନାଁରେ ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିଲା ଏବଂ ସ୍ଥାନୀୟ ପ୍ରଶାସନ କେମିତି ଏ ବାବଦରେ ଅଜଣା ଥିଲା ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । ଶିକ୍ଷାନୁଷ୍ଠାନରେ ଏଭଳି ଅନୈତିକ କାର୍ଯ୍ୟ ଚାଲୁଥିବାବେଳେ ସରକାରୀ ଦଳର ନେତାମନ୍ତ୍ରୀ ସେଥିରେ ସାମିଲ ହେବା ଏକ ଜଘନ୍ୟ କାଣ୍ଡ ବୋଲି ସେ କହିଛନ୍ତି । ଏପରିକି ପ୍ରତିଟି ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି କଂଗ୍ରେସ ନେତା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.