ETV Bharat / state

balangir BJD: ଉଗ୍ର ରୂପ ନେଉଛି ବିଜେଡି ଅନ୍ତଃକନ୍ଦଳ, କର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ - ବଲାଙ୍ଗୀରରେ କଳିକେଶ ବନାମ ସରୋଜ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ବିଜେଡି ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଏବେ ଧୀରେଧୀରେ ଉଗ୍ର ରୂପ ନେବାରେ ଲାଗିଛି । ବଲାଙ୍ଗୀର ବିଧାୟକ ଓ ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କ କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠୀର କର୍ମୀକୁ ଅନ୍ୟ ଏକ ଗୋଷ୍ଠୀ ଅପହରଣ କରିନେଇଥିବା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ

ଉଗ୍ର ରୂପ ନେଉଛି ବିଜେଡି ଅନ୍ତଃକନ୍ଦଳ, କର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ

author img

By ETV Bharat Odisha Team

Published : Oct 9, 2023, 9:38 AM IST

Updated : Oct 9, 2023, 2:11 PM IST

balangir BJD:

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ବିଜେଡି ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଏବେ ଧୀରେଧୀରେ ଉଗ୍ର ରୂପ ନେବାରେ ଲାଗିଛି । ବଲାଙ୍ଗୀର ବିଧାୟକ ଓ ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କ କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ବିଜେଡି ପଦଯାତ୍ରା ବନ୍ଦ କରିବା ପାଇଁ କର୍ମୀଙ୍କୁ ଅପହରଣ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି ।

ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବଲାଙ୍ଗୀରରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି । ବଲାଙ୍ଗୀରରେ ଉଗ୍ର ରୂପ ନେଉଛି ପାଟଣାଗଡ଼ ବିଜେଡିର ଅନ୍ତଃକନ୍ଦଳ । କଳିକେଶ ସିଂହଦେଓଙ୍କ କିଛି ସମର୍ଥକଙ୍କୁ ବିଧାୟକ ସରୋଜ ମେହେରଙ୍କ କର୍ମୀମାନେ ଅପହରଣ କରିନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ ଅପହୃତ ବିଜେଡି କର୍ମୀ ତଥା କଳିକେଶ ସମର୍ଥକ । ତାଙ୍କ ସହ କିଛି ଦଳୀୟ କର୍ମୀଙ୍କୁ ସହର ବାହାରକୁ ନେଇ ସନ୍ଧ୍ଯା ଯାଏଁ ରଖିବା ପରେ ଛାଡ଼ିଦେଇଥିବା ସୂଚନା ରହିଛି । ତେବେ ଧୁବଲପଡ଼ା ପଦଯାତ୍ରା ଭଣ୍ଡୁର କରିବା ପାଇଁ ଖୋଦ୍ ବିଧାୟକଙ୍କ ଇଙ୍ଗିତରେ ବ୍ଲକ ଅଧ୍ୟକ୍ଷ କିଛି କର୍ମୀଙ୍କୁ ଅପହରଣ କରିବା ଅଭିଯୋଗ ଏବେ ଏଠି ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଗୁରୁବାର ପାଟଣାଗଡ଼ ଧୁବଳପଡ଼ାରେ ବିଜେଡିର ପଦଯାତ୍ରା ଅୟୋଜନ କରାଯାଇଥିଲା । କଳିକେଶଙ୍କ ଦୃଢ ସମର୍ଥକ ଶିବାନନ୍ଦ ପରିଛାଙ୍କ ନେତୃତ୍ଵରେ ଶହ ଶହ କର୍ମୀ ଏଥିରେ ସାମିଲ ହୋଇଥିଲେ । ହେଲେ ଏହି ପଦଯାତ୍ରାର ଆୟୋଜକ ଧୁବଳା ପଡ଼ା ଗ୍ରାମର ବିଜେଡି କର୍ମୀ ତଥା କଳିକେଶଙ୍କ ସମର୍ଥକ ବାବୁଲା ପୃଷ୍ଟି ଓ ଅନ୍ୟ ଚାରି ଜଣ ସାମିଲ ହୋଇନଥିଲେ । ତେବେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଓ ତାଙ୍କର କିଛି ସହଯୋଗୀ ଏମାନଙ୍କୁ ଅପହରଣ କରିବାର ଅଭିଯୋଗ ହୋଇଥିଲା । ତେବେ ବ୍ଲକ ଅଧ୍ୟକ୍ଷ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ସମର୍ଥକ ଅଟନ୍ତି ଓ ବିଧାୟକ ସରୋଜ ମେହେରଙ୍କ ତତ୍ତ୍ବାବଧାନରେ ଏହି ଅପରାଧିକ କାଣ୍ଡ କରାଯାଇଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ସୁନ୍ଦରଗଡ଼ ବିଜେଡିରେ ଫାଟ, 2 ଗୋଷ୍ଠୀ ମୁହାଁମୁହିଁ

ତେବେ ଅଭିଯୋଗକାରୀ ବାବୁଲା ପୃଷ୍ଟି ଓ ତାଙ୍କ ପୁଅ କହିବା ଅନୁସାରେ, ଧୁବଳ ପଡ଼ା ଗ୍ରାମରେ ସେମାନେ ଏକ ବିରାଟ ପଦଯାତ୍ରାର ଆୟୋଜନ କରିଥିଲେ । ଏଥିରେ କଳିକେଶ ସିଂହଦେଓ ଯୋଗ ଦେବାର ଥିଲା । ହେଲେ ତିନିଟି ଗାଡ଼ି ଯେଉଁଥିରେ ଦୁଇଟି ବିଧାୟକ ସରୋଜ ମେହେରଙ୍କ ଦୁଇଟି ଗାଡ଼ି ଓ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷଙ୍କ ଗୋଟିଏ ଗାଡ଼ିରେ କିଛି ଯୁବକ ଆସି ତାଙ୍କୁ ଓ ଅନ୍ୟ ମାନଙ୍କୁ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଉଠାଇ ଥିଲେ ବୋଲି ବାବୁଲା ପୃଷ୍ଟି କହିଛନ୍ତି ଏବଂ ଶେଷରେ ତାଙ୍କ ପୁଅ ଆସି ତାଙ୍କୁ ଉଦ୍ଧାର କରିଥିଲେ ବୋଲି ସେ କହିଛନ୍ତି । ତେବେ କଳିକେଶଙ୍କୁ ନେଇ ଚାଲିଥିବା ପଦଯାତ୍ରା ଭଣ୍ଡୁର କରିବା ପାଇଁ ଏହା କରାଯାଇଥିବା ସେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ..Watch: କଂଗ୍ରେସରେ କନ୍ଦଳ, ବିକ୍ଷୋଭ ବେଳେ ପୂର୍ବତନ ବିଧାୟକ-ଯୁବ ସଭାପତି ମୁହାଁମୁହିଁ

ସେହିପରି ବାବୁଲା ପୃଷ୍ଟିଙ୍କ ପୁଅଙ୍କ କହିବାନୁଯାୟୀ, ବାପାଙ୍କଠାରୁ ଖବର ପାଇବା ପରେ ସେ ନିଜେ ଠିକଣାସ୍ଥାନ ଅର୍ଥାତ ସେହି ଢାବାକୁ ଯାଇଥିଲେ। ସେଠି ତାଙ୍କ ବାପାଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ଜବରଦସ୍ତି ଅଟକ ରଖା ଯାଇଥିବାର ସେ ଦେଖିଥିଲେ । ତେବେ ସେ ସମସ୍ତଙ୍କୁ କୌଣସି ମତେ ଉଦ୍ଧାର କରି ଗାଁକୁ ଆଣିଥିଲେ ବୋଲି କହିଛନ୍ତି । ସେପଟେ କିନ୍ତୁ କର୍ମୀ ଅପହରଣ ଘଟଣାକୁ ଅତି ହାଲୁକା ଭାବରେ ନେଇଛନ୍ତି କଳିକେଶ ଏବଂ ଏହା ତାଙ୍କର ଘରର କଥା ଓ ତାର ସମାଧାନ କରାଯିବ ବୋଲି ସେ କହିଛନ୍ତି । ସେପଟେ କର୍ମୀ ଅପହରଣ ଘଟଣା ନେଇ ବିଧାୟକ ଓ ବ୍ଳକ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଥିବା ବେଳେ ବଲାଙ୍ଗୀରରେ ବିଜେଡି ଗୋଷ୍ଠୀ କନ୍ଦଳ ବିଜେଡି ପାଇଁ ଅଡୁଆ କରିପାରେ ଓ ବିରୋଧୀଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 9, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.