ETV Bharat / state

ରବି ଋତୁ ଧାନ କିଣା ଆରମ୍ଭ, ଜିଲ୍ଲାପାଳ କଲେ ଶୁଭାରମ୍ଭ - ବଲାଙ୍ଗୀର ରବି ଋତୁ ଧାନ କିଣା

ବଲାଙ୍ଗୀର ଆଜି ଠାରୁ ରବି ଋତୁ ଧାନ କିଣା ଆରମ୍ଭ ହୋଇଛି । ହେଲେ ଚାଷୀ ଏଯାଏଁ ଟୋକନ ପାଇ ନଥିବାର କରିଛନ୍ତି ଅଭିଯୋଗ । ଅଧିକ ପଢନ୍ତୁ...

ରବି ଋତୁ ଧାନ କିଣା ଆରମ୍ଭ, ଜିଲ୍ଲାପାଳ କଲେ ଶୁଭାରମ୍ଭ

author img

By

Published : May 17, 2021, 9:33 PM IST

ବଲାଙ୍ଗୀର: ଜିଲ୍ଲାରେ ଆଜି ଠାରୁ(ସୋମବାର) ରବି ଋତୁ ଧାନ କିଣା ଆରମ୍ଭ ହୋଇଛି । ଯେଉଁଥିରେ ବଲାଙ୍ଗୀର ଜିଲ୍ଲାପାଳ ପୂଇନ୍ତଲା ବ୍ଲକ ପିପିର୍ଡା ଗ୍ରାମର ପ୍ରାଥମିକ ସମବାୟ ସମିତିରେ ଏହାର ଶୁଭାରମ୍ଭ କରିଛନ୍ତି । ତେବେ ଜିଲ୍ଲାରେ 96ଟି ପେକ୍ସ ଓ 9 ଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଦ୍ବାରା ଏଥର ଧାନ କିଣା ହେବ ।

ରବି ଋତୁ ଧାନ କିଣା ଆରମ୍ଭ, ଜିଲ୍ଲାପାଳ କଲେ ଶୁଭାରମ୍ଭ

ପ୍ରଥମ ପର୍ଯ୍ୟାୟରେ 35 ହଜାର କ୍ୟୁଣ୍ଟାଲ ଧାନ କିଣାଯିବାର ବ୍ୟବସ୍ଥା ହୋଇଥିବାର ଜଣାପଡ଼ିଛି । ସେହିପରି ଏଯାବତ ଚାରି ହଜାର ଚାଷୀ ଏଥିପାଇଁ ପଞ୍ଜୀକୃତ ହୋଇଥିବା ସୂଚନା ରହିଛି ।

ତେବେ ଆଜିଠାରୁ ଧାନ କିଣା ଆରମ୍ଭ ହୋଇଥିବାବେଳେ ଚାଷୀ କିନ୍ତୁ, ଧାନ ବିକ୍ରି କରିବା ପାଇଁ ଏଯାଏଁ ଟୋକନ ପାଇ ନଥିବାର ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲାପାଳ ଦିନେ ଦୁଇଦିନ ମଧ୍ୟରେ ସବୁ ଠିକ୍ ହୋଇଯିବ ଓ ଏଥର ସୁରୁଖୁରୁରେ ଧାନ କିଣା ହେବ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.