ETV Bharat / state

ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେବ CCTV, ସହର ଜଗିବ ତୃତୀୟ ନୟନ

author img

By

Published : Nov 3, 2022, 8:27 AM IST

ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେବ ସିସିଟିଭି । ଏନେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ

ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେବ ସିସିଟିଭି
ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେବ ସିସିଟିଭି

ବଲାଙ୍ଗୀର: ଓଡ଼ିଶାର ସ୍ମାର୍ଟ ସିଟି ଭୁବନେଶ୍ୱର ଓ କଟକ ପରେ ବଲାଙ୍ଗୀରରେ ଲାଗିଲା ସିସିଟିଭି ସୁରକ୍ଷା ବ୍ୟବସ୍ଥା । ସାରା ସହର ଜଗିବ ସିସିଟିଭି । ଏନେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଡବ୍ଲୁଓଡିସି ଅଧ୍ୟକ୍ଷ(chairman of Western Odisha Development Council)।

ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେବ ସିସିଟିଭି

ଓଡ଼ିଶାର ସ୍ମାର୍ଟ ସିଟି ଭୁବନେଶ୍ୱର ଓ କଟକ ପରି ବଲାଙ୍ଗୀରରେ ମଧ୍ୟ ଲାଗିବ ସିସିଟିଭି ସୁରକ୍ଷା ବ୍ୟବସ୍ଥା । ତେବେ ବୁଧବାର ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଏକ କୋଟି 30 ଲକ୍ଷ ଟଙ୍କା ବ୍ୟୟରେ ଏହି ସିସିଟିଭି ବ୍ୟବସ୍ଥା ସ୍ଥାପିତ ହେବ । ବଲାଙ୍ଗୀର ପୌରପରିଷଦର ସବୁ ସ୍ଥାନରେ ଲାଗିବ ଏହି ସିସିଟିଭି । ଏହାଦ୍ୱାରା ସହରର ଟ୍ରାଫିକ ବ୍ୟବସ୍ଥା ସହ ଅପରାଧ ଉପରେ ନଜର ରହିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Bypolls: ଆଜି 6 ରାଜ୍ୟର 7 ବିଧାନସଭା ଆସନରେ ମତଦାନ

ତେବେ ଭୁବନେଶ୍ୱର ଓ କଟକ ପରେ ବଲାଙ୍ଗୀର ସହର ଏହି ସୁବିଧା ପାଇବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଏହି ସୂଚନା ଦେଇଛନ୍ତି । ସେହିପରି ଏହି ପରିଷଦ ପାଣ୍ଠିରୁ ବଲାଙ୍ଗୀର ଟାଉନ ଥାନା ପରିସରରେ ଏକ ଅଭ୍ୟର୍ଥନା କକ୍ଷ୍ୟ ମଧ୍ୟ ସ୍ଥାପିତ ହେବ ଓ ବଲାଙ୍ଗୀର ଜନସାଧାରଣ ଏଥିରେ ଉପକୃତ ହେବେ ବୋଲି କୁହାଯାଇଛି । ତେବେ ବୁଧବାର ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ଓଡିଶା ଗୃହ ନିର୍ମାଣ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହ ଦେଓ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା, ବଲାଙ୍ଗୀର ଏସପି ନିତିନ କୁସଲକର, ପୌରାଧ୍ୟକ୍ଷା ଲିକା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏନେଇ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି," ବଲାଙ୍ଗୀର ପାଇଁ ସିସିଟିଭିର ବ୍ୟବସ୍ଥା କରୁଛୁ । ଏକ କୋଟି 30 ଲକ୍ଷ ଟାଙ୍କା ବ୍ୟୟରେ ଏହି ସିସିଟିଭି ବ୍ୟବସ୍ଥା ସ୍ଥାପିତ ହେବ । ଏହା ବଲାଙ୍ଗୀର ଜିଲ୍ଲାପାଳ ଏବଂ ଏସପିଙ୍କର ଯୋଜନା ଥିଲା । ବର୍ତ୍ତମାନ ବଲାଙ୍ଗୀରର ସବୁ ମୁଖ୍ୟରାସ୍ତାରେ ସିସିଟିଭି ଲାଗିବ । ଏହା ଅପରାଧ ସହ ଟ୍ରାଫିକ ବ୍ୟବସ୍ଥାରେ ନଜର ରଖିବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.