ETV Bharat / state

ବିଜେଡି କର୍ମୀଙ୍କୁ ରାସ୍ତାରେ ପିଟିଲେ କଂଗ୍ରେସ କର୍ମୀ, ମାମଲା ରୁଜୁ

author img

By

Published : Apr 15, 2019, 3:34 PM IST

ପ୍ରଚାର ସାରି ଫେରୁଥିବା ବେଲେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି । ଯାହାକୁ ନେଇ ଦଳ ପକ୍ଷରୁ ସ୍ଥାନୀୟ ସ୍ଥାନୀୟ ଥାନା ସମ୍ମୁଖରେ ଧାରଣା ଦିଆଯିବା ସହ ଏଥିରେ ଜଡିତ ଥିବା ବ୍ୟକ୍ତିବିଶେଷଙ୍କୁ ଶିଘ୍ର ଗିରଫ କରିବା ଦାବି କରାଯାଇଛି

ଫଟୋସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ବଲାଙ୍ଗିର: ନିର୍ବାଚନକୁ ଆଉ ଦିନ କେଇଟା ଦିନ ବାକି ଥିବା ବେଳେ ଏବେ ଜିଲ୍ଲାର ବିଭିନ୍ନ ସ୍ଥାନର ଦେଖିବାକୁ ମିଳୁଛି ଛୋଟବଡ ପ୍ରାକ ନିର୍ବାଚନୀ ହିଂସା । ଯାହାକୁ ନେଇ ଜିଲ୍ଲା ରାଜନୀତିରେ ଦେଖାଦେଇଛି ହଟଚମଟ । ସଦ୍ୟ ସମାନ ଧରଣର ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ।
ଯେଉଁଠି ପ୍ରଚାର ସାରି ଫେରୁଥିବା ବେଲେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି । ଯାହାକୁ ନେଇ ଦଳ ପକ୍ଷରୁ ସ୍ଥାନୀୟ ସ୍ଥାନୀୟ ଥାନା ସମ୍ମୁଖରେ ଧାରଣା ଦିଆଯିବା ସହ ଏଥିରେ ଜଡିତ ଥିବା ବ୍ୟକ୍ତିବିଶେଷଙ୍କୁ ଶିଘ୍ର ଗିରଫ କରିବା ଦାବି କରାଯାଇଛି । ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ତଥା ବିଜେଡି କର୍ମୀ ହଂସଲାଲ ଜୈନ ତାଙ୍କ ସମର୍ଥକଙ୍କ ସହିତ ପ୍ରଚାର କରି ଫେରୁଥିବା ବେଳେ, ପାତାଲପଡା ଗ୍ରାମରେ ତାଙ୍କୁ କଂଗ୍ରେସର କର୍ମୀ ତାଙ୍କୁ ଅଟକାଇ ଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ସେମାନେ କିଛି ବୁଝିବା ଆଗରୁ ନିସ୍ତୁକ ମାଡ ମାରିଥିଲ । ଏପରିକି ରାସ୍ତାରେ ଘୋଷାଡି ପିଟିଥିଲେ । ମାଡରୁ ବର୍ତ୍ତୀ ପାରିନଥିଲେ ବିଜେଡି କର୍ମୀ । ଏଥିରେ ଦଳର ଜଣେ କର୍ମୀ ନିଲାମ୍ବର ମହାକୁଡ ଆହତ ହୋଇଥିବାର ମଧ୍ୟ ଜଣାପଡିଛି । ସେପଟେ ଏହି ଘଟଣାକୁ ନେଇ ବିଜେଡିର ଶତାଧିକ କର୍ମୀ ଓ ନେତା ମୁରିବାହାଲା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜାଙ୍କ ପୁତ୍ର ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିବା ଓ ସୁନାଟଙ୍କା ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏଥିରେ ଜଡିତ ଥିବା ଅଭିଯୁକ୍ତଙ୍କୁ ଶିଘ୍ର ଗିରଫ କରିବାର ଦାବିରେ ଥାନା ସାମନାରେ ଧାରଣାରେ ବସିଛନ୍ତି । ଏ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ବଲାଙ୍ଗିରରୁ ସେକ ମହମ୍ମଦ ୱାହିଦ, ଈଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.