ETV Bharat / state

ବଲାଙ୍ଗୀରରେ ଭୁଶୁଡିଲା ପୋଲ; 2 ମୃତ, ଜଣେ ଗୁରୁତର

author img

By

Published : Apr 29, 2020, 11:46 AM IST

Updated : Apr 29, 2020, 4:05 PM IST

bridge collapse in balangir
ବଲାଙ୍ଗୀରରେ ଭୁଶୁଡିଲା ପୋଲ; 2 ମୃତ, ଜଣେ ଗୁରୁତର

11:37 April 29

ପୋଲ ଭୁଶୁଡି 2 ମୃତ

ବଲାଙ୍ଗୀର: ପୋଲ ଭୁଶୁଡି 2 ମୃତ । ପାଟଣାଗଡ ମୁଦଲସର୍ ଗ୍ରାମର ଶୁକ୍ତେଲ୍‌ ନଦୀ ଉପରେ ଥିବା ପୋଲ ଭୁଶୁଡି ପଡିବାରୁ 2 ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ମଧ୍ୟପ୍ରଦେଶର ହୋଇଥିବା ସୂଚନା ମିଳିଛି ।

ପୋଲଟି ମରାମତି ଚାଲିଥିବାବେଳେ ଭୁଶୁଡି ପଡିଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବଲାଙ୍ଗୀର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  

ସୂଚନା ଥାଉକି, ପାଖାପାଖି ସାତ କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ବଲାଙ୍ଗୀର ର ରାମ କୁମାର ଅଗ୍ରୱାଲଙ୍କ କମ୍ପାନୀ ଏହି ପୋଲର ଠିକା ନେଇଥିଲେ। ଚାରି ବର୍ଷ ନିର୍ମାଣ ପରେ ନିକଟରେ ଏହି ପୋଲ ଉଦ୍ଘାଟିତ ହୋଇଥିଲା। ଉକ୍ତ ପୋଲଟି ନିମ୍ନମାନର ହୋଇଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଏପରିକି ଏନେଇ ‘ଇଟିଭି ଭାରତ’ ଏକ ବିସ୍ତୃତ ଖବର ମଧ୍ୟ ପ୍ରକାଶ ପାଇଥିଲା । ଫଳରେ ମରାମତି ପାଇଁ ବିଭାଗ ନିର୍ଦ୍ଦେଶ ଦେଇଥିଲା । ହେଲେ ମରାମତି ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

Last Updated : Apr 29, 2020, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.