ETV Bharat / state

ସମ୍ପତ୍ତି ହିସାବ ଦେଇନପାରି ୱେସ୍କୋ ଆକାଉଣ୍ଟାଣ୍ଟ ଗିରଫ - ସମ୍ପତ୍ତି ଆୟବର୍ହିଭୁତ ଠୁଳ ଅଭିଯୋଗରେ ୱେସ୍କୋ ଆକାଉଣ୍ଟାଣ୍ଟ ଗିରଫ

ଆୟବର୍ହିଭୁତ ଠୁଳ ଅଭିଯୋଗରେ ଗିରଫ ହେଲେ ୱେସ୍କୋ ଆକାଉଣ୍ଟାଣ୍ଟ । ସମ୍ପତ୍ତି ହିସାବ ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ସମ୍ପତ୍ତି ହିସାବ ଦେଇନପାରି ୱେସ୍କୋ ଆକାଉଣ୍ଟାଣ୍ଟ ଗିରଫ
ସମ୍ପତ୍ତିର ହିସାବ ଦେଇନପାରି ୱେସ୍କୋ ଆକାଉଣ୍ଟାଣ୍ଟ ଗିରଫ
author img

By

Published : Jan 1, 2021, 8:08 AM IST

ବଲାଙ୍ଗୀର: ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ । ବଲାଙ୍ଗୀର ୱେସ୍କୋରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିବା ବିଭୂତିଭୂଷଣ ବିନ୍ଧାଣୀ ନିଜର ଆୟର ହିସାବ ଦେଇ ନ ପାରି ଗିରଫ ହୋଇଛନ୍ତି । ଆୟ ବର୍ହିଭୁତ ଠୁଳ ଅଭିଯୋଗରେ ବୁଧବାର ଭିଜିଲାନ୍ସ ବିନ୍ଧାଣୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା ।

ସମ୍ପତ୍ତିର ହିସାବ ଦେଇନପାରି ୱେସ୍କୋ ଆକାଉଣ୍ଟାଣ୍ଟ ଗିରଫ

ଚଢାଉ ବେଳେ ତାଙ୍କ ଘରୁ ସୁନା ବିସ୍କୁଟ, ବିପୁଳ ସୁନା ଗହଣା, ବିଭିନ୍ନ ଲୋକଙ୍କ ନାଁରେ ଲକ୍ଷାଧିକ ଟଙ୍କା ଗଚ୍ଛିତ ରଖିଥିଲେ । ଏହା ସହ ଏକ ବିରାଟ ଘର ସହ ଜମିଜମା କାଗଜ ପତ୍ର ଭିଜିଲାନ୍ସ ଜବତ କରିଥିଲା । ଏସବୁର ମୂଲ୍ୟ ପ୍ରାୟ 2 କୋଟିରୁ ଊର୍ଦ୍ଧ୍ବ ହୋଇଥିବାବେଳେ ଏକ କୋଟି 7 ଲକ୍ଷ ଟଙ୍କାର ହିସାବ ଦେଇପାରିନଥିଲେ ୱେସ୍କୋ ଆକାଉଣ୍ଟାଣ୍ଟ । ସମ୍ବଲପୁର, ବରଗଡ, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ କରାଯାଇଥିଲା ।

ସେପେଟ, ଗିରଫ ପୂର୍ବରୁ ତାଙ୍କର ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ଅଧିକ ତଦନ୍ତ ଭିଜିଲାନ୍ସ ଜାରି ରଖିଥିବା କହିଛି ।

ବଲାଙ୍ଗୀରରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.