ETV Bharat / state

ହନୁମାନ ପଇସା ପାଇଁ ଅପହରଣ ପରେ ହତ୍ୟା

ବଲାଙ୍ଗୀର ପୁଇଁତଳାର ଶ୍ରୀକାନ୍ତ ହତ୍ୟାକାଣ୍ଡ ଉପରୁ ହଟିଛି ପରଦା । ହନୁମାନ ପଇସା ପାଇଁ କରାଯାଇଥିଲା ହତ୍ୟା । ଏହି ଘଟଣାରେ 4ଜଣଙ୍କୁ ଗିରଫ କରାଯାଇଥିବା ନେଇ ବଲାଙ୍ଗୀର ଏସଡିପିଓ ସୂଚନା ଦେଇଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 18, 2019, 9:15 PM IST

ବଲାଙ୍ଗୀର: ପୁଇଁତଳା ଶ୍ରୀକାନ୍ତ ହତ୍ୟା ମାମଲାରୁ ଉଠିଲା ପରଦା । ହନୁମାନ ପଇସା ପାଇଁ କରାଯାଇଥିଲା ହତ୍ୟା । ବଲାଙ୍ଗୀର ପୋଲିସ ଏହି ମାମଲାର ଫର୍ଦ୍ଦାଫାଶ କରିଛି । ଏହି ହତ୍ୟାକାଣ୍ଡରେ ପୋଲିସ 4 ଜଣଙ୍କୁ ଗିରଫ କରିଥିବା ନେଇ ବଲାଙ୍ଗୀର ଏସଡିପିଓ ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ପୁରା ଘଟଣାଟି ଥିଲା ଏମିତି, ଗତ 9 ତାରିଖରେ ପୁଇଁତଳା ବ୍ଲକ ବରଗାଁର ଶ୍ରୀକାନ୍ତଙ୍କୁ ଘରକୁ ଫେରି ନଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳି ନଥିଲା । ପର ଦିନ ପରିବାର ଲୋକେ ଥାନାରେ ଶ୍ରୀକାନ୍ତଙ୍କ ନିଖୋଜ ନେଇ ଖବର ଦେଇଥିଲେ ।

ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଗାଁ ନିକଟରେ ଶ୍ରୀକାନ୍ତଙ୍କ ଚଷମା ଓ ଚପଲ ପଡିଥିବା ଦେଖିବାକୁ ମିଳିଥିଲା । 10 ତାରିଖ ଦିନ ତାଙ୍କ ମୃତଦେହ ଦୁର୍ଗାପାଲି ଠାରେ ସୁକତେଲ ନଦୀରୁ ଉଦ୍ଧାର କଲା ପୋଲିସ । ଏହି ଘଟଣାରେ ତଦନ୍ତ କରି ଶ୍ରୀକାନ୍ତଙ୍କ ସମ୍ପର୍କୀୟ ସୁରେଶ ବାଘଙ୍କୁ ଅଟକ ରଖିଲା ପରେ ହତ୍ୟାର ପ୍ରକୃତ ସତ୍ୟ ଉନ୍ମୋଚନ ହୋଇଛି ।

ଶ୍ରୀକାନ୍ତଙ୍କ ଘରେ ଏକ ହନୁମାନ ପଇସା ଥିବା ନେଇ କୌଣସି ସୁତ୍ରରୁ ଜାଣିବାକୁ ପାଇଥିଲେ ସୁରେଶ । କୌଶଳ କ୍ରମେ ପଇସାଙ୍କୁ ହାତେଇବା ପାଇଁ ସେ ଚକ୍ରାନ୍ତ କରିଥିଲା । ତାଙ୍କୁ ଅପହରଣ କରି ପରିବାର ଲୋକଙ୍କ ଠାରୁ ହନୁମାନ ପଇସା ନେବା ଥିଲା ସେମାନଙ୍କ ଉଦ୍ଦେଶ୍ୟ । ଯୋଜନା ଅନୁସାରେ ସୁରେଶ କିଛି ଲୋକଙ୍କ ସହ ମିଶି ତାଙ୍କୁ ଅପହରଣ କରିଥିଲେ । ହେଲେ ସେ ମରିଯାଇଛି ଭାବି ତାଙ୍କ ମୃତଦେହକୁ ନଦୀକୁ ଫୋପାଡି ଦେଇଥିଲେ ସେମାନେ ।

ତେବେ ଏହି ଘଟଣାରେ ମୋଟ 8 ଜଣଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଛି ପୋଲିସ । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ସହ ମୋଟ 4 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ଅନ୍ୟମାନେ ଫେରାର ଅଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଙ୍ଗୀର ରେ ହନୁମାନ ଡାବୁ ପଇସା ପାଇଁ ଜଣେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ହୋଇଥିବାର ଅଭିଯୋଗ। ଏହି ମାମଲାରେ ପୋଲିସ ଦ୍ଵାର ଚାରି ଜଣ ଗିରଫ ହୋଇଥିବା ବେଳେ ଚାରି ଜଣ ଫେରାର ଥିବା କହିଲା ପୋଲିସ । Body:ବଲାଙ୍ଗୀର ରେ ଜଣେ ଯୁବକ ପ୍ରଠମେ ନିଖୋଜ ଥିବା ଓ ପରେ ତାର ଶବ୍ ନଦୀରୁ ଏଦ୍ଧର ହେବା ଘଟଣାର ପରଦା ଫାସ୍ କରିଛି ପୋଲିସ୍। ତେବେ ହନୁମାନ ଡ଼ାବୁ ପଇସା ପାଇଁ ଯୁବକଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରାଯାଇଥିବାର ପୋଲିସ୍ ସ୍ପଷ୍ଟ କରିଛି । ତେବେ ଗତ 9 ଅଗଷ୍ଟ ଦିନ ପୁଇଁ ନ୍ତଲା ବ୍ଲକ୍ ଅନ୍ତରଗତ ବରଗାଁ ର ଶ୍ରୀକାନ୍ତ ନନ୍ଦ ବଲାଙ୍ଗୀର ର ଏକ କଦଳୀ ଦୋକାନରେ କାମ କରି ଘରକୁ ଫରିବାବେଳେ ନିଖୋଜ ହୋଇଯାଇଥିଲେ । ତେବେ ଏହି ଗାଁ ନିକଟ କାମ ଗାଁ ଠାରେ ତାଙ୍କ ଚପଳ ଚଷମା ପଡିଥିବାର ପୋଲିସ୍ ଜାଣିବାକୁ ପାଇ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲେ । ସେପଟେ ଘଟଣା ପର୍ ଦିନ 10ତାରିଖରେ ତାଙ୍କ ଶବ ବଲାଙ୍ଗୀର ଦୁର୍ଗା ପାଲି ଠାରେ ସୁକତେଲ ନଦୀରୁ ପୋଲିସ୍ ଉଦ୍ଧାର କରିଥିଲା । ତେବେ ଏହି ଘଟଣାର ତଦନ୍ତ କରି ପୋଲିସ୍ ମୃତକଙ୍କ ଦୂର୍ ସମ୍ପର୍କୀୟ ସୁରେଶ ବାଘ୍ ଙ୍କୁ ଅଟକ ରଖିଥିଲା । ଏବଂ ତାକୁ ପଚରା ଉଚୁରା କରିବା ପରେ ଏହି ଘଟଣା ର ରହସ୍ୟ ଉନ୍ମୋଚିତ ହୋଇଥିଲା। ତେବେ ମୃତ୍ ଶ୍ରୀକାନ୍ତ ନନ୍ଦ ପାଖରେ ହନୁମାନ ଡ଼ାବୁ ପଇସା ଥିବା ସୁରେଶ ବାଗ୍ ଜାଣିବାକୁ ପାଇଥିଲା । ଏବଂ ସେ ଏହାକୁ ହାତେଇବା ପାଇଁ ତା ଗ୍ରାମର ସଞ୍ଜୀବ ବାରିକ୍ ସହ ମିଶି ଚକ୍ରାନ୍ତ ଆରମ୍ଭ କରିଥିଲା। ଏବଂ ଏହିପରି ବଲାଙ୍ଗୀର ବେହେରାପଳି ନରେଶ ନନ୍ଦ,ମାନସ ହର୍ପାଲ୍, ରୋହିତ ବାଗ, ଅଭି ତାଣ୍ଡି, ସକଳ ତାଣ୍ଡି ଓ ବଲାଙ୍ଗୀର କଂସାରି ପଦାର ରିତେଶ ସେଠ୍, ମଧ୍ୟାହ୍ନ ନାଗ ଙ୍କ ସହ ମିଶି ଏମାନେ ଶ୍ରୀକାନ୍ତ କୁ ଏକ ଅଟୋ ରେ ଅପହରଣ କରିଥିଲେ । ଏବଂ ତାକୁ ମାଡ଼ ଦେବା ହେତୁ ତାର ମୃତ୍ୟୁ ହୋଇଯାଇଥିଲା ଯାହା ପରେ ଏମାନେ ତାର ଶବକୁ ନଦୀରେ ଫିଙ୍ଗି ଦେବା ସହ ତାର ବାଇକ୍ କୁ ଫାଷଡ୍ ବ୍ରିଜ ନିକଟରେ ଛାଡ଼ି ଦେଇଥିଲେ । ତେବେ ପୁଇନ୍ତଲା ପୋଲିସ୍ ଏହି ହତ୍ୟା କାଣ୍ଡ ର ପରଦା ଫାସ କରିବା ସହ ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏବଂ ଏମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଅଟୋ, ତିନୋଟି ମୋବାଇଲ ଜବତ କରିଛି । ସେହିପରି ଏହିଘଟଣାରେ ଫେରାର ଥିବା ଅନ୍ୟ ମାନଙ୍କର ଖା ନ ତଲାସୀ ଜାରି ରଖିଛି ।
ବାଇ ଟ ଶ୍ରୀମ ନ୍ତ୍ ବାରିକ୍ ଏ ସ୍ ଡି ପି ଓ ବଲାଙ୍ଗୀର Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.