ETV Bharat / state

ବିପୁଳ ପରିମାଣର କଫସିରପ ଜବତ, 3 ଗିରଫ

author img

By

Published : Nov 28, 2019, 11:36 PM IST

ବଲାଙ୍ଗୀର ପୋଲିସକୁ ବଡ ସଫଳତା । ବିପୁଳ ପରିମାଣର କଫସିରପ ଜବତ । ତିନି ଜଣଙ୍କୁ ଗିରଫ । ଅଧିକ ପଢନ୍ତୁ...

ବଲାଙ୍ଗୀରରେ କଫସିରପ ନିଶା: ପୋଲିସ ହାତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ
ବଲାଙ୍ଗୀରରେ କଫସିରପ ନିଶା: ପୋଲିସ ହାତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବଲାଙ୍ଗୀର: ପୋଲିସକୁ ମିଳିଛି ବଡ ସଫଳତା । ବିପୁଳ ପରିମାଣର କଫସିରପ ଜବତ । ତିନି ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ବଲାଙ୍ଗୀରରେ କଫସିରପ ନିଶା: ପୋଲିସ ହାତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ
ସୂଚନାଯୋଗ୍ୟ ଯେ ଅନେକ ଦିନରୁ ବଲାଙ୍ଗୀରରେ ଅବାଧ ଭାବରେ ବଢିଚାଲିଥିଲା ନିଶା କାରବାର । କଫସିରପକୁ ନିଶା ଆକାରରେ ବହୁଳ ମାତ୍ରାରେ ବିକ୍ରି ହେଉଥିଲା । ଏଥିରେ ଯୁବଗୋଷ୍ଠୀ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିଲେ । ଏହାସହ ଜିଲ୍ଲାରେ ଅପରାଧ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା । କିଛିଦିନ ପୂର୍ବରୁ ଏହାର ମାଷ୍ଟର ମାଇଣ୍ଡକୁ ପୋଲିସ ଗିରଫ କରିଥିଲା । ଏବେ ଲକ୍ଷାଧିକ ଟଙ୍କାର ଏହି କଫସିରପ ଜବତ କରି ପାଇଛି ବଡ ସଫଳତା ।ଖବର ଅନୁସାରେ ପୋଲିସର ଏକ ସ୍ବତନ୍ତ୍ର ଟିମ ଏହି ଅପରେସନରେ ନିୟୋଜିତ ହୋଇଥିଲା । ବିଶ୍ଵସ୍ତ ସୂତ୍ରରୁ ଏକ ବଡ ଧରଣର ନିଶା ସାମଗ୍ରୀ ଭାବରେ ବିକ୍ରି ହେଉଥିବା ତଥା ନିଷିଦ୍ଧ ଥିବା କଫସିରପ ବଲାଙ୍ଗୀର ଆସିବାର ଥିଲା । ଖବର ପାଇ ପୋଲିସ ବୁଧବାର ରାତିରେ ବଲାଙ୍ଗୀର-ସୁବର୍ଣ୍ଣପୁର ରାସ୍ତାରେ ତଲାସି କରୁଥିଲା । ଏହି ସମୟରେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି ପୋଲିସ ଉପରକୁ ଗାଡି ଚଢାଇ ଫେରାର ଉଦ୍ୟମ କରିଥିଲା । ଯେଉଁଥିରେ ପୋଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।ତେବେ ସମ୍ପୃକ୍ତ ପିକଅପ ଭ୍ୟାନକୁ ଧରିବାରେ ପୋଲିସ ସଫଳ ହୋଇଥିଲା । ଏଥିରୁ ପୋଲିସ 48 ପେଟି କଫସିରପ ଜବତ କରିଥିଲା । ଏଥିରେ 7680 ବୋତଲ କଫସିରପ ଓ 10,680 ରେକୋ ଡେଲ କଫସିରଫ ବୋତଲ ଥିଲା । ଯାହାର ମୂଲ୍ୟ ଦଶ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏହି ନିଶାଦ୍ରବ୍ୟ କଟକରୁ ବଲାଙ୍ଗୀର ଆସୁଥିବା ପୋଲିସ ସୂଚନା ଦେଇଛି । ସେହିପରି ଏଥିରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ପ୍ରଶାନ୍ତ ଖେତି, ରାଜୁ ପ୍ରଦାନ ଓ ସୁଶିଲ ବାରିକ ।ଘଟଣାରେ ଜଣେ ଫେରାର ଥିବା ବେଳେ ପୋଲିସ ଧରିବାକୁ ଉଦ୍ୟମ କରୁଛି । ଗିରଫ ଅଭିଯୁକ୍ତ ବଲାଙ୍ଗୀରରେ ନିଶା ଡନ ସାନ ଓରଫ ଗୋବିନ୍ଦ ନେଗିକୁ ମଧ୍ୟ ଏହି ନିଶା ସାମଗ୍ରୀ ଯୋଗାଉଥିବାର ସ୍ବୀକାର କରିଛନ୍ତି । ଘଟଣାରେ ପୁଇନ୍ତଳା ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଏଥିରେ ତିନୋଟି ମୋବାଇଲ ମଧ୍ୟ ଜବତ କରିଛି । ହ୍ବାଟ୍ସ ଆପ ଦ୍ବାରା ପୋଲିସ ଏହି ଖବର ପାଇଥିବାବେଳେ ଏଭଳି ସୂଚନା ଦେବାକୁ ଲୋକଙ୍କୁ ଅନୁରୋଧ କରିଛି ।ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଙ୍ଗୀର ପୋଲିସକୁ ମିଳିଛି ବଡ଼ ସଫଳତା । ଯେଉଁଥିରେ ପୋଲିସ ବିପୁଳ ପରିମାଣର କଫ କଫସିରପ୍ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ବହୁ ଦିନରୁ ବଲାଙ୍ଗୀର ରେ ଅବାଧ ଭାବରେ ନିଶା କାରବାର ବଢ଼ିଥିବା ବେଳେ କଫ ସିରପ୍ କୁ ନିଶା ଆକାରରେ ବହୁଳ ମାତ୍ରାରେ ବିକ୍ରି ହେଉଛି । ତେବେ ଏଥିରେ ଯୁବ ଗୋଷ୍ଟି ବିଶେଷ କରି ନିଶା ଖୋର୍ ହୋଇଥିବା ବେଳେ ଅପରାଧ ମଧ୍ୟ ବଢ଼ି ବଢ଼ି ଚାଲିଥିଲା। ଏବଂ ପୋଲିସ କିଛି ଦିନ ପୂର୍ବରୁ ଏହାର ମାଷ୍ଟର ମାଇଣ୍ଡ କୁ ଗିରଫ କରିଥିବା ବେଳେ ଏବେ ଲକ୍ଷାଧିକ ଟଙ୍କାର ଏହି କଫ ସିରପ ଜବତ କରି ଆଉ ଗୋଟେ ବଡ଼ ସଫଳତା ପାଇଛି। Body:ବଲାଙ୍ଗୀର ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଏଥିରେ ନିୟୋଜିତ ହୋଇ ଏହି ସଫଳତା ପାଇଛନ୍ତି। ପୋଲିସ ଦେଇଥିବା ସୂଚନା ଅନୁସାରେ ପୋଲିସ ପାଖକୁ ବିଶ୍ଵସ୍ତ ସୂତ୍ରରୁ ଏକ ବଡ଼ ଧରଣର ନିଶା ସାମଗ୍ରୀ ଭାବରେ ବିକ୍ରି ହେଉଥିବା ତଥା ନିଷିଦ ଥିବା କଫ ଶିରପ୍ ବଲାଙ୍ଗୀର ଆସି ପହଞ୍ଚିବା । ତେବେ ଏହି ତଥ୍ୟ କୁ ଆଧାର କରି ବଲାଙ୍ଗୀର ପୋଲିସ୍ ଗତକାଲି ରାତିରେ ବଲାଙ୍ଗୀର ସୁବର୍ଣ୍ଣ ପୂର୍ ରାସ୍ତାରେ ତନଖି ଫାଟକ ଲାଗିଥିଲା। ତେବେ ଏହି ସମୟରେ ଏକ ପିକ୍ ଅପ୍ ଭେ ନ ଦୃତ ଗତିରେ ଆସି ପୋଲିସ୍ ଉପରକୁ ଗାଡ଼ି ଚଢାଇ ଫେରାର ଉଦ୍ୟମ କରିଥିଲା । ଯେଉଁଥିରେ ପୋଲିସ୍ କର୍ମଚାରୀ ଅଳ୍ପକେ ଏଥିରୁ ବର୍ତ୍ତି ଯାଇଥିଲେ । ଏବଂ ସଂପୃକ୍ତ ପିକ ଅପ୍ ଭେନ କୁ ଧରିବାରେ ସଫଳ ହୋଇଥିଲେ। ତେବେ ଏହି ଭେନ୍ ରୁ ପୋଲିସ୍ 48 ପେଟି ଏସ କଫ କଫ ସୀରପ୍ ଅର୍ଥାତ 7ହଜାର ଛଶହ 80ବୋତଲ କଫ ଶୀରପ୍ ଓ 10 ହଜାର 680 ରେକୋ ଡେଲ୍ କଫ ସିରଫ୍ ବୋତଲ ପୋଲିସ୍ ଜବତ କରିଥିଲା। ଯାହାର ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଛି। ତେବେ ଏହି ନିଶାର ଏତେ ବଡ଼ ପରିମାଣ କଟକ ରୁ ବଲାଂଗୀର ଆସୁଥିବାର ପୋଲିସ୍ କହିଛି। ସେହିପରି ଏଥିରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ପ୍ରଶାନ୍ତ ଖେତି, ରାଜୁ ପ୍ରଦାନ ଓ ସୁଶିଲ ବାରିକ୍ ବୋଲି ପୋଲିସ୍ ସୂଚନା ଦେଇଛି। ସେହିପରି ଏହି ଘଟଣାରେ ଜଣେ ଫେରାର ଥିବା ବେଳେ ପୋଲିସ୍ ତାକୁ ଧରିବାକୁ ତନାଘନା କରିଛି। ତେବେ ଏହି ଅଭିଯୁକ୍ତ ମାନେ ବଲାଙ୍ଗୀରରେ ନିଶା ଢନ୍ ସାନ ଓରଫ୍ ଗୋବିନ୍ଦ ନେଗିକୁ ମଧ୍ୟ ଏହି ନିଶା ସାମିଗ୍ରି ଯୋଗାଉଥିଲେ ବୋଲି ସ୍ବୀକାର କରିଛନ୍ତି । ସେହି ପଟେ ଏହାକୁ ନେଇ ପୁଇନ୍ତଳା ଥାନାରେ 232ରେ ମାମଲା ରୁଜୁ ହୋଇଛି । ଏବଂ ପୋଲିସ୍ ଏଥିରେ ତିନୋଟି ମୋବାଇଲ ସହ ପୀକ୍ ଅପ ଭେନ୍ କୁ ମଧ୍ୟ ଜବତ କରିଛି । ତେବେ ପୋଲିସ୍ ଏହି ବଡ଼ ସଫଳତା ହ୍ୱାତ୍ସ ଏପ୍ ଜରିଆରେ ଖବର ପାଇଥିଲା ଓ ଏହି ଭଳି ସୂଚନା ଲୋକଙ୍କୁ ଦେବାକୁ ସେ ଅନୁରୋଧ କରିଛନ୍ତି । ତେବେ ବଲାଙ୍ଗୀର ରେ ଅବାଧ ଭାବରେ ନିଶା କାରବାର ବଢ଼ିଥିବା ବେଳେ କଫ ସିରପ୍ କୁ ନିଶା ଆକାରରେ ବହୁଳ ମାତ୍ରାରେ ବିକ୍ରି ହେଉଛି । ଏବଂ ଏଥିରେ ଯୁବ ଗୋଷ୍ଟି ବିଶେଷ କରି ନିଶା ଖୋର୍ ହୋଇଥିବା ବେଳେ ଅପରାଧ ମଧ୍ୟ ବଢ଼ି ବଢ଼ି ଚାଲିଥିଲା। ଏବଂ ପୋଲିସ କିଛି ଦିନ ପୂର୍ବରୁ ଏହାର ମାଷ୍ଟର ମାଇଣ୍ଡ କୁ ଗିରଫ କରିଥିବା ବେଳେ ଏବେ ଲକ୍ଷାଧିକ ଟଙ୍କାର ଏହି କଫ ସିରପ ଜବତ କରି ଆଉ ଗୋଟେ ବଡ଼ ସଫଳତା ପାଇଛି। ଏବଂ ଏଥିରେ ରୋକ ଲାଗିବ ବୋଲି କହିଛି ।
ବାଇ ତ୍ ସୁବାସ ଜମାଦାର ଅତିରିକ୍ତ ଏସପି ବଲାଂଗୀରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.