ETV Bharat / state

ସୁଶାନ୍ତ ସିଂଙ୍କୁ ମିଳିଲାନି ମନ୍ତ୍ରୀ ପଦ; ଅସନ୍ତୋଷ ଝାଡିଲେ ବଲାଙ୍ଗୀର ବିଜେଡି କର୍ମୀ

author img

By

Published : May 23, 2023, 7:51 AM IST

ସୁଶାନ୍ତ ସିଂଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାନଯିବାକୁ ନେଇ ବଢୁଛି ଅସନ୍ତୋଷ । ସୁଶାନ୍ତ ମନ୍ତ୍ରୀ ନହେବା ଦୁଃଖ ଦେଇଛି କହିଲେ ବଲାଙ୍ଗୀର ବିଜେଡି କର୍ମୀ । ଅଧିକ ପଢନ୍ତୁ

ସୁଶାନ୍ତ ସିଂଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାନଯିବାକୁ ନେଇ ବଢୁଛି ଅସନ୍ତୋଷ

ଅସନ୍ତୋଷ ଝାଡିଲେ ବଲାଙ୍ଗୀର ବିଜେଡି କର୍ମୀ

ବଲାଙ୍ଗୀର: ମନ୍ତ୍ରୀ ମଣ୍ଡଳରେ ସୁଶାନ୍ତ ସିଂଙ୍କୁ ସ୍ଥାନ ନମିଳିବା ନେଇ ବଢୁଛି ଅସନ୍ତୋଷ । ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ନେତାଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ସମର୍ଥକ ଓ ବଲାଙ୍ଗୀର ବିଜେଡି କର୍ମୀମାନେ ଆଶାବାଦୀ ଥିଲେ । କିନ୍ତୁ ତାଙ୍କୁ ଅଣଦେଖା କରାଯିବାକୁ ନେଇ ଏଠିକାର ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବଲାଙ୍ଗୀର ଜିଲ୍ଲା ବିଜେଡି ସଂଗଠନ ଦାୟିତ୍ବରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ତାଙ୍କରି ପ୍ରଚେଷ୍ଠାରେ ବିଜେଡି ଏଠି ବେଶ ସଫଳ ହୋଇଥିଲା । ଏଠିକାର ପାୱାର ହାଉସ ରାଜାଘର ସହିତ ମିଶି ବଲାଙ୍ଗୀରରେ ବିଜେଡିକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ମୁଖ୍ୟତଃ ପଦ୍ମପୁର ଉପନିର୍ବାଚନରେ ବିଜେଡିର ବଡ ବିଜୟ ପରେ ସୁଶାନ୍ତଙ୍କୁ ପୁଣିଥରେ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଥିଲା । ତାଙ୍କର ସମର୍ଥକ ତଥା ସ୍ଥାନୀୟ ବିଜେଡି କର୍ମୀମାନେ ବେଶ୍ ଉତ୍ସାହିତ ଥିଲେ । କିନ୍ତୁ ମନ୍ତ୍ରୀମଣ୍ଡଳରେ ସୁଶାନ୍ତଙ୍କୁ ସାମିଲ କରାଯାଇନି । ଏହାକୁ ନେଇ ବଲାଙ୍ଗୀର ବିଜେଡି କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବଲାଙ୍ଗୀର ବିଜେଡି ଯୁବ ନେତା ତଥା ଆଇଟି ସେଲ ସଂଯୋଜକ ବିଭୁତି ମିଶ୍ର କହିଛନ୍ତି, ମନ୍ତ୍ରୀ ପଦ ଦେବା ନିଷ୍ପତ୍ତି କେବଳ ମୁଖ୍ୟମନ୍ତ୍ରୀଙ୍କର । ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ସମସ୍ତେ ଆଶାବାଦୀ ଥିଲେ । ସେ ନିଜକୁ ଦଳ ପାଇଁ ସମର୍ପିତ କରିଛନ୍ତି । ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଏ ସେ ତାହାକୁ ସଫଳ ଭାବରେ ସମ୍ପାଦନ କରିଆସିଛନ୍ତି । ପ୍ରତ୍ୟେକ ନିର୍ବାଚନରେ ତାଙ୍କର ସାଂଗଠନିକ ନେତୃତ୍ବରେ ବିଜେଡି ଜୟଯୁକ୍ତ ହୋଇଛି । ବିଜେପୁର ହେଉକି ପଦ୍ମପୁର ଉପନିର୍ବାଚନ ସବୁଠି ସୁଶାନ୍ତ ସିଂଙ୍କ ପରିଶ୍ରମରେ ବିଜେଡି ଜିତିଛି । ଏଭଳି ଜଣେ ନେତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ସମସ୍ତେ ଆଶା ରଖିଥିଲେ । ହେଲେ ମନ୍ତ୍ରୀ ପଦ ତାଙ୍କୁ ନମିଳିବା ଏଠିକାର କର୍ମୀଙ୍କୁ ଦୁଃଖିତ କରିଛି ।

ବଲାଙ୍ଗୀର ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ହୋତା ମଧ୍ୟ ସୁଶାନ୍ତଙ୍କୁ ମନ୍ତ୍ରୀ କରାନଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୁଶାନ୍ତ ସିଂ ଜଣେ ଟାଣୁଆ ନେତା । ପଶ୍ଚିମ ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ବିଜେଡି ପାଇଁ ବହୁ କାର୍ଯ୍ୟ କରୁଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜଣେ କାମିକିଆ ପୁଅ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ସମସ୍ତଙ୍କର ଆଶା ଥିଲା ସେ ମନ୍ତ୍ରୀ ପଦ ପାଇବେ । ହେଲେ ତାହା ନହେବା ସମସ୍ତଙ୍କୁ ଦୁଃଖ ଦେଇଛି । ସୁଯୋଗ ପାଇଲେ ସେମାନେ ଏହାକୁ ନେଇ ସଭାପତିଙ୍କ ସହିତ ଆଲୋଚନା କରିବେ ବୋଲି ରାଜେନ୍ଦ୍ର କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.