ETV Bharat / state

ବଲାଙ୍ଗୀରରେ ମମିତା ତାତି, ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା BJP - ବଲାଙ୍ଗୀର ଜିଲ୍ଲା ବିଜେପି

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାରେ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେପି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ଦଳ । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ମମିତା ତାତି, ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା BJP
ବଲାଙ୍ଗୀରରେ ମମିତା ତାତି, ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା BJPବଲାଙ୍ଗୀରରେ ମମିତା ତାତି, ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା BJP
author img

By

Published : Oct 20, 2021, 7:30 PM IST

ବଲାଙ୍ଗୀର: କଳାହାଣ୍ଡି ମହାଲିଙ୍ଗରେ ଶିକ୍ଷୟିତ୍ରୀ ଅପରହଣ ଓ ହତ୍ୟା ଘଟଣାରେ ଆସନ୍ତାକାଲି 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଲା ବିଜେପି । ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରିବା ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏହି ବନ୍ଦ ଡାକରା ଦେଇଛି ଦଳ । ଆସନ୍ତାକାଲି ଜିଲ୍ଲାରେ ଜରୁରୀ ସେବା ବ୍ୟତୀତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ବିଜେପି କହିଛି ।

ବଲାଙ୍ଗୀରରେ ମମିତା ତାତି, ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା BJP

ଦଳ କହିଛି ଏହି ଜଘନ୍ୟ ଘଟଣାରେ ଖୋଦ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ସଂପୃକ୍ତ ଥିବାରୁ ନିରପେକ୍ଷ ତଦନ୍ତ ହୋଇ ମମିତା ମେହେରଙ୍କୁ ନ୍ୟାୟ ମିଳିବା ସମ୍ଭବ ନୁହେଁ। ମାମଲାକୁ ସରକାର ଓ ପୋଲିସ ପ୍ରଶାସନ ଜାଣିଶୁଣି ଅନ୍ୟ ମୋଡ ଦେଇ ବାଟବଣା କରିବାର ପ୍ରୟାସ କରୁଥିବା ଅଭିଯୋଗ କରିଛି ବିଜେପି । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଖସାଇ ଦିଆଯିବା ଓ ପରେ ପୁଣି ତାକୁ ଗିରଫ କରିବା ଏହାର ସ୍ପଷ୍ଟ ଉଦାହରଣ । ତେଣୁ ମନ୍ତ୍ରୀଙ୍କ ବହିଷ୍କାର ସହ ଏହାର ସିବିଆଇ କିମ୍ବା ନ୍ୟାୟିକ ତଦନ୍ତର ଆବଶ୍ୟକତା ରହିଛି ବୋଲି କହିଛି ଦଳ ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.