ETV Bharat / state

କଳିକେଶ ଓ ଅର୍କେଶଙ୍କ ପରେ ମୈଦାନକୁ ଆସିଲେ ମନ୍ମଥ, ବଦଳିବ ବିଜେଡି ସମୀକରଣ !

ବଲାଙ୍ଗୀର ରାଜ ପରିବାରର ମୁଖିଆ ଅନଙ୍ଗ ଉଦୟ ସିଂହଦେଓ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିବା ପରେ ଏଠାରେ ଗତ ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିଥିଲା ବିଜେଡି । କଳିକେଶ ନାରାୟଣ ଓ ଅର୍କେଶ ନାରାୟଣ ଗତ ନିର୍ବାଚନରେ ବିଫଳ ହେବାପରେ ଏବେ ପ୍ରତ୍ୟକ୍ଷ ମୈଦାନକୁ ଆସିଛନ୍ତି ମନ୍ମଥ ବିଜୟ ସିଂହଦେଓ । ଅଧିକ ପଢ଼ନ୍ତୁ

କଳିକେଶ ଓ ଅର୍କେଶଙ୍କ ପରେ ମୈଦାନକୁ ଆସିଲେ ମନ୍ମଥ

author img

By

Published : May 10, 2023, 6:02 PM IST

କଳିକେଶ ଓ ଅର୍କେଶଙ୍କ ପରେ ମୈଦାନକୁ ଆସିଲେ ମନ୍ମଥ

ବଲାଙ୍ଗୀର: ବଲାଙ୍ଗୀର ରାଜନୀତିର ପାୱାର ହାଉସ କହିଲେ ରାଜ ପରିବାରକୁ ବୁଝାଏ । ପରିବାର ମୁରବୀ ଅନଙ୍ଗ ଉଦୟ ସିଂହଦେଓ ବିଜେଡିରେ ରହି ତାଙ୍କର ରାଜନୀତି ସବୁ ବେଳେ ବିରୋଧୀଙ୍କୁ ମାତ୍ ଦେଇ ଆସିଛି । ହେଲେ ଅନଙ୍ଗ ଉଦୟ ନିଜେ ନିର୍ବାଚନ ନ ଲଢ଼ିବାର ନିଷ୍ପତ୍ତି ପରେ ବିରୋଧୀ ଏଠାରେ ଭାରି ପଡ଼ିଥିଲେ । ତେବେ ସେ ନିଜେ ନିର୍ବାଚନ ନଲଢିବାର ନିଷ୍ପତ୍ତି ପରେ ତାଙ୍କ ଦୁଇ ପୁଅ ମୈଦାନକୁ ଆସିଥିଲେ । ଏବେ ପୁଣି ତାଙ୍କର ଆଉ ଜଣେ ପୁତ୍ର ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କ ବଡ଼ ଓ ସାନ ପୁଅ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ବିଫଳ ହୋଇଥିଲେ । ତେବେ ଏଭଳି ସମୟରେ ସେ ପୁଣି ଆଉ ଗୋଟେ ପୁଅକୁ ସାମ୍ନାକୁ ଆଣିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚାରେ ରାଜା ଘର ରାଜନୀତି ।

ରାଜ ପରିବାର ଉପରେ ଭାରି ପଡ଼ିଥିଲେ ବିରୋଧୀ: ନିଜେ ରାଜନୀତିରେ ବେଶ ସଫଳତା ପାଇଛନ୍ତି ଅନଙ୍ଗ ଉଦୟ ସିଂହଦେଓ । ବିଜେଡିର ପ୍ରତିଷ୍ଠାତା ସଭ୍ୟ ଭାବେ ରାଜନୀତିର ଗୋଟି ଚାଳନାରେ ବିରୋଧୀଙ୍କୁ ସେ ଧରାଶାୟୀ କରି ବଲାଙ୍ଗୀରରେ ବିଜେଡିକୁ ଅପ୍ରତିଦ୍ଵନ୍ଦୀ କରି ରଖିଥଲେ । ଅନଙ୍ଗ ଉଦୟ ସିଂହଦେଓ ବିଜେଡି ପ୍ରତିଷ୍ଠାତା ସଦସ୍ୟ ଏବଂ ବଲାଙ୍ଗୀରରେ ବିଜେଡି ଗଡ ମଜବୁତ୍ କରିବାରେ ସେ ସଫଳ ବିନ୍ଧାଣୀ । ବିଗତ ୫ଟି ନିର୍ବାଚନରେ ସେ କ୍ରମାଗତ ବିଜୟୀ ହୋଇ ରେକର୍ଡ କରିଥିଲେ । ତେବେ ତାଙ୍କ ସଫଳ ରାଜନୀତି ଗୋଟି ଚାଳନାରେ ଏଠି ବିରୋଧୀ କଂଗ୍ରେସର ଦିଗ୍ଗଜ ନେତା ଥାଇ ମଧ୍ୟ ସଫଳ ହୋଇ ପାରିନଥିଲେ । ହେଲେ ପରବର୍ତ୍ତୀ ସମୟରେ ଅନଙ୍ଗ ଉଦୟ ସିଂହଦେଓ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କଲେ । ଫଳରେ ତାଙ୍କର ତାଙ୍କ ବଡ଼ ପୁଅ କଳିକେଶ ନାରାୟଣ ସିଂହଦେଓ ଏଠିକାର ମଙ୍ଗ ଧରିଥିଲେ । ସେହିପରି ସେ ମଧ୍ୟ କ୍ରମାଗତ ୩ ଥର ନିର୍ବାଚନରେ ସଫଳ ହୋଇଥିଲେ । ତାଙ୍କ ସହିତ ତାଙ୍କର ସାନ ଭାଇ ଅର୍କେଶ ନାରାୟଣ ସିଂହଦେଓ ମଧ୍ୟ ରାଜନୀତି ରଣାଙ୍ଗନକୁ ଓହ୍ଲାଇ ଦୀର୍ଘ ବର୍ଷ ଧରି ଏଠାରେ ବିଜେଡି ସଂଗଠନ ସୁଦୃଢ଼ କରିବା ପାଇଁ ଦିନ ରାତି କାମ କରିଥିଲେ । ଗତ ନିର୍ବାଚନରେ ଦୁଇ ଭାଇ ଟିକେଟ୍‌ ପାଇଥିଲେ । କଳିକେଶ ନାରାୟଣ ସାଂସଦ ଭାବରେ ଓ ଅର୍କେଶ ନାରାୟଣ ବଲାଙ୍ଗୀର ବିଧାନସଭାରୁ ଟିକେଟ ପାଇଥିଲେ । ତେବେ ଦୁଇ ଭାଇଙ୍କ ଉପରେ ବିରୋଧୀ ଭାରି ପଡ଼ିଥିଲେ ଏବଂ ଦୁଇ ଜଣ ନିର୍ବାଚନରେ ବିରୋଧୀଙ୍କଠାରୁ ଅଳ୍ପ ବ୍ୟବଧାନରେ ହାରିଥିଲେ । ଫଳରେ ବିଜେଡି ବଲାଙ୍ଗୀରରେ ଦୁର୍ବଳ ହେଲା ବୋଲି ଚର୍ଚ୍ଚା ହେଲା ।

କଳିକେଶ ଓ ଅର୍କେଶଙ୍କ ପରେ ମୈଦାନକୁ ଆସିଲେ ମନ୍ମଥ: ଏଭଳି ସମୟରେ ଅନଙ୍ଗ ଉଦୟ ସିଂହଦେଓ ପୁଣି ବଲାଙ୍ଗୀରରେ ମୋର୍ଚ୍ଚା ସମ୍ଭାଳିଛନ୍ତି । କେବଳ ସେ ନୁହେଁ, ତାଙ୍କର ଆଉ ଜଣେ ପୁତ୍ର ମନ୍ମଥ ବିଜୟ ସିଂହଦେଓ ମଧ୍ୟ ଏବେ ବଲାଙ୍ଗୀରରେ ସକ୍ରିୟ ହେଉଛନ୍ତି । ଏପରିକି ବିଭିନ୍ନ ଉତ୍ସବ ଇତ୍ୟାଦିରେ ମଧ୍ୟ ଅନଙ୍ଗ ଉଦୟ ସିଂହଦେଓଙ୍କ ସହିତ ତାଙ୍କୁ ଦେଖିବାକୁ ମିଳୁଛି । ଏହାକୁ ନେଇ ଏବେ ଅନ୍ୟ ଦୁଇ ପୁଅ ବିଫଳ ହେବାପରେ ସେ ଆଉ ଜଣଙ୍କୁ ସାମ୍ନାକୁ ଆଣୁଥିବା ଚର୍ଚ୍ଚା ହେଉଛି । ତେବେ ଏହି କଳ୍ପନା ଜଳ୍ପନା ମଧ୍ୟରେ ଅନଙ୍ଗ ଉଦୟ ସିଂହଦେଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ନବୀନ ପଟ୍ଟନାୟକ ଯୁବପୀଢ଼ିକୁ ପସନ୍ଦ କରନ୍ତି । ସେ ଆମ ୩ ପୁଅଙ୍କ ମଧ୍ୟରୁ ଯାହାକୁ କହିବେ ସେ ନିର୍ଦ୍ଦେଶ ଅନୁସାରେ ସମସ୍ତେ ମିଶି କାମ କରିବେ । ଆମ ପରିବାର ରକ୍ତରେ ରାଜନୀତି ଅଛି ଏବଂ ବିଜେଡି ଆମ ନିଜ ପରିବାର ଭଳି । ତେଣୁ ଯାହା ଦଳର ମୁଖ୍ୟ ନିର୍ଦ୍ଦେଶ ଦେବେ, ସେ ଅନୁସାରେ ସମସ୍ତେ ମିଳିମିଶି କାମ କରିବେ । "ସେହିପରି ୩ ପୁଅଙ୍କ ମଧ୍ୟରୁ ନିର୍ବାଚନ କିଏ ଲଢ଼ିବ ପ୍ରଶ୍ନରେ ସେ କହିଛନ୍ତି, "ଟିକଟ ତିନି ପୁଅଙ୍କ ମଧ୍ୟରୁ ଯାହାକୁ ମିଳୁ, ତାହା ତାଙ୍କର ଭାଗ୍ୟ । ଆମ ପରିବାରର ସମସ୍ତ ସଦସ୍ୟ ମିଳିମିଶି ଦଳ ପାଇଁ କାମ କରୁଛନ୍ତି ଓ ଆଗକୁ ମଧ୍ୟ କରିବେ ।"

'ମାଟି ପାଇଁ କାମ କରିବା ମୋ ପାଇଁ ଗର୍ବ': ସେପଟେ ମନ୍ମଥଙ୍କୁ ନେଇ ହେଉଥିବା ଚର୍ଚ୍ଚା ଉପରେ ନିଜେ ମନ୍ମମଥ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ବଲାଙ୍ଗୀର ମୋର ଜନ୍ମମାଟି । ମାଟି ପାଇଁ କାମ କରିବା ମୋ ପାଇଁ ଗର୍ବ । ବିଜେଡି ଦଳ ମୋ ସମ୍ମୁଖରେ ତିଆରି ହୋଇଥିଲା । ମୁଁ ନିଜେ ଏହି ଦଳକୁ ବଢିବା ଦେଖିଛି । ମୁଁ ମଧ୍ୟ ଏହାର ଏକ ସଦସ୍ୟ । ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ, ଆମେ ସମସ୍ତେ ମିଳିମିଶି କାମ କରିବୁ ।" ତେବେ ରାଜ ପରିବାର କେନ୍ଦ୍ରିତ ବଲାଙ୍ଗୀର ବିଜେଡି ରାଜନୀତିରେ ଆଗାମୀ ଟିକେଟ୍‌ ଆଶାୟୀଙ୍କୁ ନେଇ କର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି । କର୍ମୀ ଏହି ପରିବାର ସହିତ ଥିବାବେଳେ ଯିଏ ବି ଟିକେଟ ପାଇବେ ତାଙ୍କ ପାଇଁ ବିନା ଦ୍ବିଧାରେ କାମ କରିବେ ବୋଲି କହିଛନ୍ତି ଯୁବ ବିଜେଡି ନେତା ରାଜେନ୍ଦ୍ର ହୋତା । ଏବେ ଏହି ପରିବାର ମୁଖ୍ୟ ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କ ପୁଅ ଏବେ ରାଜନୀତିରେ ସକ୍ରିୟ ହୋଇଥିବାରୁ କର୍ମୀ ଉତ୍ସାହିତ ଥିବା କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.