ETV Bharat / state

ବଲାଙ୍ଗୀର ଭୀମ ପାହାଡ ମହୋତ୍ସବ, ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ - ବଲାଙ୍ଗୀର ଭୀମପାହାଜ ମହୋତ୍ସବ ଉଦଯାପିତ

ବଲାଙ୍ଗୀରରେ ଆୟୋଜିତ ହୋଇ ଯାଇଛି ଅଷ୍ଟମ ଭୀମ ପାହାଡ ମହୋତ୍ସବ । ଅଧିକ ପଢନ୍ତୁ

ଭୀମ ପାହାଡ ମହୋତ୍ସବ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

author img

By

Published : May 6, 2022, 9:15 AM IST

ବଲାଙ୍ଗୀର: ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭୀମ ପାହାଡ଼ରେ ଆୟୋଜିତ ହୋଇ ଯାଇଛି ଅଷ୍ଟମ ଭୀମ ପାହାଡ ମହୋତ୍ସବ । ଲୋକ ନୃତ୍ୟରେ ଦୁଲୁକିଲା ମଞ୍ଚ । ପୁରୁଣା କୀର୍ତ୍ତି ଓ ଗାଥାକୁ ସ୍ମରଣ କରିବା ପାଇଁ ଏହି ମହୋତ୍ସବର ମୂଳ ଲକ୍ଷ୍ୟ ।

ଭୀମ ପାହାଡ ମହୋତ୍ସବ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ବଲାଙ୍ଗୀର ମୁକୁନ୍ଦପୁର ପଞ୍ଚାୟତରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀ ନିଜର ପ୍ରାକୃତିକ ସୋନ୍ଦର୍ଯ୍ୟ ପାଇଁ ବେଶ ପ୍ରସିଦ୍ଧ । ଏଠାରେ 1800 ମସିହା ମଧ୍ୟରେ ହୋଇଥିବା କନ୍ଧମେଳିରେ ଅନେକ ଯୋଦ୍ଧା ଓ ସଂଗ୍ରାମୀ ଏଠି ଆଶ୍ରୟ ନେଇଥିଲେ । ସେହିପରି ଆଠଗାଁ ଜାମିନଦାରରେ ଧରମ ସିଂହ ମାଝୀ ମାନ୍ଧାତା ନିଜେ ଚକ୍ର ବିଶୋଇ ସହ ମିଶି ଏଠାରୁ ଇଂରେଜ ବିରୋଧରେ ସଂଗ୍ରାମ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ଐତିହାସିକ ମହତ୍ତ୍ଵ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଏଠି ଥିବା ଶତାଧିକ ଗୁମ୍ଫା ପାଇଁ ଏହାକୁ ସରକାର ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ।

ଏଠିକାର ଲୋକେ ଏହି କୀର୍ତ୍ତି ମନେ ପକାଇ ସବୁ ବର୍ଷ ଭୀମ ପାହାଡ ମହୋତ୍ସବ ପାଳନ କରିଥାନ୍ତି । କୋରୋନା କାରଣରୁ ଦୁଇ ବର୍ଷ ହେଲା ଏ ମହୋତ୍ସବ ପାଳନ ହେଉନଥିଲା । କିନ୍ତୁ ଚଳିତ ଥର ଏ ଉତ୍ସବ ହୋଇଥିବାରୁ ବହୁ ଲୋକେ ଏଠାରେ ସାମିଲ ହୋଇଥିଲେ । ବିଭିନ୍ନ ପ୍ରାନ୍ତରୁ କଳାକର ଆସି ଲୋକ ନୃତ୍ୟ ଓ ଗୀତ ପ୍ରଦର୍ଶିତ କରିଥିଲେ । ତିନି ଦିନ ଧରି ଲୋକ ନୃତ୍ୟ ଏଠାରେ ଚାଲିଥିଲା । ଅନ୍ତିମ ରଜନୀରେ ମନ୍ତ୍ରୀ ସୁଶାନ୍ତ ସିଂ ଓ ଅନ୍ୟମାନେ ଏଥିରେ ସାମିଲ ହୋଇ ଆଗକୁ ଏହି ଅଞ୍ଚଳର ବିକାଶ ନିହାତି ଭାବରେ କରାଯିବ ବୋଲି କହିଛନ୍ତି । ସଂଗ୍ରାମୀ ଧରମ ସିଂହ ମାଝୀ ମାନ୍ଧାତା ଙ୍କ ଉପରେ ଅଧିକ ଗବେଷଣା ମଧ୍ୟ ହେବ ବୋଲି ସେ କହିଛନ୍ତି। ତେବେ ଏହି ମହୋତ୍ସବରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.