ETV Bharat / state

ଶ୍ରମିକମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - protest in blangiri

ଶ୍ରମିକମାନଙ୍କୁ ସେମାନଙ୍କ ହକ୍ ଦେବାକୁ ଆନ୍ଦୋଳନକୁ ଓହ୍ଲାଇଛି ପଶ୍ଚିମ ଓଡିଶା ଶାଖା ଭାରତୀୟ ମଜଦୂର ସଂଘ । ଦାବି ପୂରଣ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ 11 ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଶ୍ରମିକମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Nov 3, 2020, 8:57 AM IST

ବଲାଙ୍ଗୀର: ଶ୍ରମିକମାନଙ୍କୁ ସେମାନଙ୍କର ହକରୁ ବଞ୍ଚିତ କରାଯାଇଥିବା ନେଇ ଅଭିଯୋଗ କରିଛି ପଶ୍ଚିମ ଓଡିଶାର ମଜଦୁର ସଂଘ । କୋରୋନା ମହାମାରୀରେ ଜୀବିକା ହରାଇଥିବା ଶ୍ରମିକମାନଙ୍କୁ ହକ ଦେବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି ଭାରତୀୟ ମଜଦୁର ସଂଘ ।

ଶ୍ରମିକମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ତେବେ ନିକଟରେ କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କରି 29 ଗୋଟି ଆଇନକୁ ଉଚ୍ଛେଦ କରିବାକୁ ଯାଉଛନ୍ତି । ଯାହା ବଦଳରେ ଚାରିଗୋଟି ଶ୍ରମ କୋଡ଼ ଲାଗୁ ହେବ ବୋଲି ଜଣାପଡିଛି । ଶ୍ରମ କୋଡ ଲାଗୁ ହେଲେ ଆଗକୁ ଶ୍ରମିକ ମାନେ ଶୋଷିତ ହେବେ ଓ ତାଙ୍କ ପାଇଁ ଜଟିଳ ପରିସ୍ଥିତି ଉପୁଜିବ ବୋଲି ଅଭିଯୋଗ କରିଛି ଭାରତୀୟ ମଜଦୁର ସଂଘ ।

ଏହାକୁ ବିରୋଧ କରି ମଙ୍କଳବାର ମଜଦୁର ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହା ସହ କୋଲକାତାରେ ଦୁଇ ମଜଦୁର ସଂଘର କର୍ମକାର୍ତ୍ତାଙ୍କ ହତ୍ୟାକୁ ମଧ୍ୟ ବିରୋଧ କରିଛନ୍ତି ମଜଦୁର ସଂଘ ।

ଏ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ 11 ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ତେବେ ଦାବି ପୂରଣ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ବଲାଙ୍ଗିରରୁ ଏସ୍ କେ ମହମ୍ମଦ ୱାହିଦ, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.