ETV Bharat / state

୫ ବର୍ଷରେ ଦୁର୍ନୀତିର ଗନ୍ତାଘର ପାଲଟିଛନ୍ତି ସରପଞ୍ଚ, ଅକ୍ରୋଶ ଝାଡିଲେ ପଞ୍ଚାୟତବାସୀ - ବଲାଙ୍ଗୀରରେ ସରପଞ୍ଚଙ୍କ ଦୁର୍ନୀତି ଖବର

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରପଞ୍ଚଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ବିଭିନ୍ନ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଭିଯୋଗ କଲେ ପଞ୍ଚାୟତବାସୀ । ଅଧିକ ପଢନ୍ତୁ

୫ ବର୍ଷରେ ଦୁର୍ନୀତିର ଗନ୍ତାଘର ପାଲଟିଛନ୍ତି ସରପଞ୍ଚ, ଅକ୍ରୋଶ ଝାଡିଲେ ପଞ୍ଚାୟତବାସୀ

author img

By

Published : Dec 31, 2021, 10:14 PM IST

ବଲାଙ୍ଗୀର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲି ଥିବାବେଳେ ଏବେ କିଛି ଦୁର୍ନୀତି ଖୋର୍ ସରପଞ୍ଚଙ୍କ କଳା କାରନାମା ସାମନାକୁ ଆସିବାରେ ଲାଗିଛି । ଏହିପରିପ୍ରେକ୍ଷୀରେ ବଲାଙ୍ଗୀର ଉପାନ୍ତ ମାଓ ଅଧ୍ୟୁଷିତ ଏକ ପଞ୍ଚାୟତରେ ଜଣେ ସରପଞ୍ଚ ତାଙ୍କ ପାଞ୍ଚ ବର୍ଷ କାଳରେ ଘୋର ଦୁର୍ନୀତି କରିଥିବାର ଆସିଛି ଗୁରୁତର ଅଭିଯୋଗ ।

୫ ବର୍ଷରେ ଦୁର୍ନୀତିର ଗନ୍ତାଘର ପାଲଟିଛନ୍ତି ସରପଞ୍ଚ, ଅକ୍ରୋଶ ଝାଡିଲେ ପଞ୍ଚାୟତବାସୀ

ଲୋକଙ୍କ ଠୁ ଭୋଟ ନେଇ ସରପଞ୍ଚ ହୋଇଥିବା ନେତା କିଭଳି ଲୋକଙ୍କୁ ଭୁଆଁ ବୁଲାଇବା ସହ ଘୋର ଦୁର୍ନୀତି କରିଛନ୍ତି ତାହା ସାମ୍ନାକୁ ଆସିଛି । ଯେଉଁଥିରେ ସରକାରୀ ଯୋଜନା ବାଟବଣା ହୋଇ ଥିବାବେଳେ କାର୍ଯ୍ୟ ନକରି କାଗଜ କଲମରେ ଚାଲିଛି ଯୋଜନାର ହରି ଲୁଟ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି
ବଲାଙ୍ଗୀର ଜିଲ୍ଲା ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଲକ୍ ବେନ୍ଦେର ଗ୍ରାମ ପଞ୍ଚାୟତରୁ । ଏଠାକାର ସରପଞ୍ଚ ଖଗେଶ୍ବର ପ୍ରଧାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଲୋକେ ଯୋଜନାର ସୁଫଳ ପାଇନାହାନ୍ତି । ସେ ପୋଖରୀ ପୁନରୁଦ୍ଧାର କାମ ହେଉ କି ଜମି ମରାମତି କିମ୍ବା ଗାଈ ଗୁହାଳ ପ୍ରଦାନରେ ସବୁଥିରେ ହେରଫେର କରିଥିବାର ଅଭିଯୋଗ ହୋଇଛି ।

ପ୍ରକୃତ ହିତାଧିକାରୀ କାର୍ଯ୍ୟ ପାଇଁ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥିବାବେଳେ ପରିବାର ଲୋକଙ୍କ ନାମରେ ସରପଞ୍ଚ ସବୁ ଯୋଜନାର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ଗତ ପଞ୍ଚାୟତ ସମୟରେ ଭୋଟ ଦେଇନଥିବା କହି ସରପଞ୍ଚ ବିଭିନ୍ନ ଲୋକଙ୍କୁ ଯୋଜନାରେ ସାମିଲ କରି ନାହାନ୍ତି । ନିଜ ଗାଁ ବେନ୍ଦେରରେ ସେ ବୃକ୍ଷରୋପଣ ନାଁରେ ବ୍ୟାପକ ଅନିୟମିତତା କରିଥିବାର ମଧ୍ୟ ଅଭିଯୋଗ ହୋଇଛି । ଏପରିକି ମାଷ୍ଟର ଟ୍ୟାଙ୍କ ନିର୍ମାଣ ନକରି ମଧ୍ୟ ଟଙ୍କା ଉଠାଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ଅଭିଯୋଗକୁ ନେଇ ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ଖପ୍ରାଖୋଲ ବିଡ଼ିଓ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.