ETV Bharat / state

ନିଜ ସତ୍ୟବାନର ଚିକିତ୍ସା ପାଇଁ ଭିକ୍ଷା ମାଗୁଛନ୍ତି ବାସନ୍ତି, ଶୁଣୁ ନାହାନ୍ତି ପ୍ରଶାସନିକ ଅଧିକାରୀ

author img

By

Published : May 19, 2023, 10:44 PM IST

ସ୍ୱାମୀର ଚିକିତ୍ସା ପାଇଁ ବାର ଦୁଆର ହେଉଛି ସ୍ତ୍ରୀ । ବଲାଙ୍ଗୀରର ଗରିବ ଓ ଦାଦନ ପ୍ରବଣ ମୁରିବାହାଲ ବ୍ଲକ ବ୍ରାହ୍ମଣୀ ପାଳି ଗ୍ରାମରୁ ଆସିଛଇ ଏଭଳି ଦୃଶ୍ୟ । ଅଧିକ ପଢନ୍ତୁ

ସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ

ବଲାଙ୍ଗୀର: ସତ୍ୟବାନ ଭଳି ସ୍ୱାମୀର ଚିକିତ୍ସା ପାଇଁ ଗୁହାରି କରୁଛି ସ୍ତ୍ରୀ । ବଲାଙ୍ଗୀରର ଗରିବ ଓ ଦାଦନ ପ୍ରବଣ ମୁରିବାହାଲ ବ୍ଲକ ବ୍ରାହ୍ମଣୀ ପାଳି ଗ୍ରାମରୁ ଏଭଳି ଜଣେ ସାବିତ୍ରୀଙ୍କ ସଂଘର୍ଷର କାହାଣୀ ସାମ୍ନାକୁ ଆସିଛି । ଗ୍ରାମର ଟିକମନ ଭୋଇ ଦୀର୍ଘ ଦିନ ହେଲା ଯକ୍ଷ୍ମା ରୋଗର ପୀଡିତ । ତାଙ୍କ ଚିକିତ୍ସା ପାଇଁ ବାର ଦୁଆର ହେଉଛନ୍ତି ତାଙ୍କ ସ୍ତ୍ରୀ ବାସନ୍ତି ଭୋଇ । ତେବେ ନିଃସନ୍ତାନ ଥିବା ଏହି ଦମ୍ପତି ନିଜେ ନିଜର ସାହା ହୋଇ ଜୀବନ କାଟି ଅସୁଥିଲେ । ସ୍ୱାମୀ ଟିକମନ ଭୋଇ ଓ ସେ ସମ୍ବଲପୁରରେ ରହି କୁଲି ମଜୁରୀ କାମ କରି ପେଟ ପୋଶୁଥିଲେ । ହେଲେ ଗତ କୋରୋନା ଲକ ଡାଉନରେ କାମ ନମିଳିବାରୁ ନିଜ ଗାଁକୁ ଫେରି ଆସିଥିଲେ । ଏହାରି ମଧ୍ୟରେ ଟିକମନ ଯକ୍ଷ୍ମା ରୋଗର ପିଡ଼ିତ ହୋଇଥିଲେ । ତେବେ ତାଙ୍କର ଚିକିତ୍ସା ସ୍ଥାନୀୟ ଡାକ୍ତରଖାନାରେ ସମ୍ଭବ ହେଉନଥିବା ବେଳେ ସେମାନେ ବଲାଙ୍ଗୀର ତଥା ବାହାରକୁ ଯାଇ ଚିକିତ୍ସା କରାଉ ଥିଲେ । ହେଲେ ଆର୍ଥିକ ଅନଟନ ଯୋଗୁଁ ତାହା ଏବେ ତାଙ୍କ ପକ୍ଷରେ ସମ୍ଭବ ହୋଇ ପାରୁନାହିଁ ।

ସେପଟେ ସମ୍ବଲପୁରରେ ଥିବା ତାଙ୍କ ରାସନ କାର୍ଡ ଏଯାଏଁ ଏଠି କାମରେ ଆସି ପାରି ନାହିଁ । ଏଥିପାଇଁ ସେମାନେ ଅନେକ ଥର ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟ ଦୌଡ଼ି ଏବେ ହତାଶ ହୋଇଛନ୍ତି । ଗୋଟିଏ ପେଟକୁ ଦାନା ଯୋଗାଡ଼ ତ ଅନ୍ୟ ପଟେ ରୋଗିଣା ସ୍ୱାମୀର ଚିକିତ୍ସା । ଏଭଳି ଅବସ୍ଥାରେ ଦିମୁଠା ଖାଇବା ଓ ସ୍ବାମୀର ଚିକିତ୍ସା ପାଇଁ ଏକା ବାସନ୍ତି ଭୋଇ ସଂଘର୍ଷ କରୁଛନ୍ତି । ଗାଁ ଗାଁ ବୁଲି ଭିକ୍ଷା ମାଗିବା ସହ ସ୍ୱାମୀର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ରେ ଲାଗିଛନ୍ତି । ତେବେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଏଭଳି ପରିସ୍ଥିତି ଯୋଗୁଁ ସରକାରୀ ସାହାଯ୍ୟ ଦାବି କରିଥିବା ବେଳେ ତାଙ୍କର ରାସନ କାର୍ଡରେ ତାଙ୍କୁ ଚାଉଳ ଯୋଗାଇ ଦେବା ପାଇଁ ସେମାନେ ଦାବି ରଖିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ବଲାଙ୍ଗୀରର ଜଣେ ସ୍ବେଚ୍ଛାସେବୀ ସନ୍ତୋଷ ପଟ୍ଟନାୟକ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଉପରେ ପ୍ରଶ୍ନ କରିଛନ୍ତି । ଏ ଗରିବ ଦମ୍ପତିଙ୍କ ପାଖରେ କୌଣସି ଯୋଜନା ପହଞ୍ଚି ନଥିବା କଥା ସେ କହିଛନ୍ତି । ତେବେ ଯକ୍ଷ୍ମା ପୀଡିତ ସ୍ୱାମୀକୁ ସେ ଡାକ୍ତରଖାନାରେ ଭର୍ତ୍ତି କରି ଦିନ ବେଳା ଏଠି ସେଠି ହାତ ପତାଇ ପେଟ ଭରୁଥିବା ଓ ଚିକିତ୍ସା କରାଉଥିବାର ସେ ଦେଖିଛନ୍ତି । ତେଣୁ ସରକାର ଏହି ଦମ୍ପତିଙ୍କୁ ଶୀଘ୍ର ସହାୟ ହେବାକୁ ଦାବି ଉଠିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.