ETV Bharat / state

ବଲାଙ୍ଗୀର: ପାଟଣାଗଡ଼ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ

author img

By

Published : Aug 9, 2022, 11:09 PM IST

ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ବାଣିଜ୍ୟ ପେଣ୍ଠସ୍ଥଳୀ ପାଟଣାଗଡ଼ ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାର ଅଭିଯୋଗ କରିଛନ୍ତି ଏଠିକାର ବଣିକ ସଂଘ । ଅଧିକ ପଢନ୍ତୁ

banika union warned for protest in balangir
ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ; ଶିଘ୍ର କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ବଲାଙ୍ଗୀର:ପାଟଣାଗଡ଼ ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ । ସଠିକ୍ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ଆନ୍ଦୋଳନର ଚେତାବନୀ ଦେଲା ବଣିକ ସଂଘ । ଲୁଟ ଡକାୟତି ହତ୍ୟା ଭଳି ଗୁରୁତର ଅପରାଧ ଏଠି ଦିନ ଦ୍ୱିପ୍ରହରରେ ବଢ଼ି ଚାଲିଥିବାର ଏମାନେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଜଣେ ବ୍ୟବସାୟୀଙ୍କ ଠାରୁ ଡକାୟତି କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାକୁ ପାଞ୍ଚ ଦିନ ବିତି ଥିଲେ ସୁଦ୍ଧା ପୋଲିସ୍ ପ୍ରଶାସନ ଏହାର ଟେର ପାଇପାରି ନାହିଁ ।

ସେହିପରି ବିଭିନ୍ନ ରାସ୍ତାରେ ରାହାଜାନୀ ମଧ୍ୟ ଘଟୁଥିବା ବେଳେ ଏଠି ବ୍ୟବସାୟୀ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ସେହିପରି ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ପୋଲିସ୍ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାଥିବାର ଅଭିଯୋଗ କରିଛନ୍ତି । ଏଥିପାଇଁ ପାଟଣାଗଡ଼ ବ୍ୟବସାୟୀ ସଂଘ, ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଭାବରେ ଦାବି ଜଣାଇଛନ୍ତି । ତେବେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନହେଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.