ETV Bharat / state

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଅପେକ୍ଷାରେ ପରିବାର - ବଲାଙ୍ଗୀର ଖବର

ଜଣେ ମେଧାବୀ ଛାତ୍ର ଉଦିତ ରଞ୍ଜନ ଜେନା । ଅନେକ କିଛି କରିବାକୁ ସ୍ବପ୍ନ ଦେଖିଥିଲେ । ମାତ୍ର ସେ ସ୍ବପ୍ନକୁ ଆଜି ଚୁରମାର କରି ଦେଇଛି ରୋଗ । ଏବେ ଜିଇଁବାକୁ ସଂଗ୍ରାମ କରୁଛନ୍ତି ଉଦିତ । ଅଧିକ ପଢନ୍ତୁ

students seek sassistance for better treatment
ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
author img

By

Published : May 24, 2023, 5:21 PM IST

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବଲାଙ୍ଗୀର: ଜିଲ୍ଲା କଳାମଣ୍ଡଳ ପଡ଼ାର ଉଦିତ ରଞ୍ଜନ ଜେନା । ଜଣେ ମେଧାବୀ ଛାତ୍ର । ବିଟେକ ପରେ ଏମଟେକ ପଢିବା ପାଇଁ ଇଚ୍ଛା ଥିଲା । ଏନେଇ ଗେଟ୍‌ ପରୀକ୍ଷା ନେଇ ପ୍ରସ୍ତୁତି କରିଥିଲେ । ଆଖିରେ ଅସୁମାରୀ ସ୍ବପ୍ନ ଥିଲା । ଆଗକୁ ଭଲ ପଢିବେ ଚାକିରିଟିଏ କରି ପରିବାର ଚଳାଇବେ । ହେଲେ ଏ ସ୍ବପ୍ନ ତାଙ୍କ ପାଇଁ ଅଧୁରା ରହିଛି । ରୋଗାଗ୍ରସ୍ତ ଉଦିତ ଏବେ ଶଯ୍ୟାଶାୟୀ । ପାଦେ ଚାଲିବାକୁ ବି ତାଙ୍କର ସାମର୍ଥ୍ୟ ନାହିଁ । ଉଦିତଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି ଯାହା ପରିବାର ପାଇଁ ଯୋଗାଡ କରିବା କଷ୍ଟକର । ଉଦିତଙ୍କ ଚିକିତ୍ସା ପାଇଁ ସରକାରୀ ସହୟତା ଅପେକ୍ଷାରେ ରହିଛନ୍ତି ତାଙ୍କ ପରିବାର ।

2022ରେ ଅଚନାକ ଅସୁସ୍ଥ ହୋଇଥିଲେ ଉଦିତ । ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆପେନଣ୍ଡିକ୍ସ ହୋଇଥିବା ଜଣାପଡିବା ପରେ ବଲାଙ୍ଗୀରର ଏକ ଘରୋଇ ସମଲେଶ୍ବରୀ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଭୁଲ ଅସ୍ତ୍ରୋପ୍ରଚାର ନେଇ ସବୁ ଦିନ ଲାଗି ଶଯ୍ୟାଶାୟୀ ହୋଇଛନ୍ତି ଉଦିତ । ପାଠପଢାରେ ଡୋରି ଲାଗିଛି । ସ୍ବପ୍ନ ଛାରଖାର ହୋଇଛି । ଏହାରି ଭିତରେ ଉଦିତଙ୍କର 4ଟି ଅସ୍ତ୍ରୋପଚାର ସରିଲାଣି ମାତ୍ର କୌଣସି ସୁଫଳ ମିଳୁନାହିଁ । ଡାକ୍ତରଙ୍କ ଭୁଲ ହେଉ ବା ଅନ୍ୟ କୌଣସି କାରଣ ହେଉ ଅସ୍ତ୍ରୋପଚାର କିଛି ଲାଭ ମିଳିନାହିଁ । ପୁଅର ଏ ଅବସ୍ଥା ଦେଖି ବାପାମାଆଙ୍କ ଆଖିରୁ ଲୁହ ଶୁଖୁନାହିଁ । ଉଦିତଙ୍କ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି । ଏ ନେଇ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ପରିବାର ।

ଉଦିତ ରଞ୍ଜନ ଜେନା 5ମାସରୁ ଅଧିକ ହେବ ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି । ତେବେ ତାଙ୍କର ଅଧିକ ଚିକିତ୍ସା ଆବଶ୍ୟକ ରହିଛି । ହେଲେ ଏହାରି ମଧ୍ୟରେ ପରିବାର ପାଖରେ ଥିବା ସବୁ ଟଙ୍କା ଶେଷ ହୋଇଯାଇଛି । ବାପା ଏକ ପାନ ଦୋକାନ ଚଳାଉ ଥିଲେ । ମସ୍ତିଷ୍କ ଘାତ ଯୋଗୁଁ ସେ ମଧ୍ୟ ଦୁଇ ବର୍ଷ ହେବ ଏବେ ଘରେ ଅଛନ୍ତି । ପରିବାର ଏବେ ବହୁ ଅସୁବିଧାରେ ଚଳୁଛି । ଏପଟେ ପୁଅର ଔଷଧ ଖର୍ଚ୍ଚ ମାସକୁ 15 ହଜାର ଟଙ୍କାରୁ ଅଧିକ ଥିବା ବେଳେ ତାହା ଯୋଗାଡ଼ କରିବା ଏମାନଙ୍କ ପକ୍ଷରେ ସମ୍ଭବ ହୋଇ ପାରୁନାହିଁ । ପୁଅକୁ ଠିକ କରିବାକୁ ହେଲେ ତାର ଭଲ ଚିକିତ୍ସା ଆବଶ୍ୟକ ରହିଛି । ଯାହା ଏବେ ଏମାନଙ୍କ ପାଇଁ ସାତ ସପନ ହୋଇଛି । ଉଦିତଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣି ବଲାଙ୍ଗୀର ପୌରାଧକ୍ଷ୍ୟ ତାଙ୍କୁ 50 ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ମାତ୍ର ତାହା ଯଥେଷ୍ଟ ନୁହେଁ । ପୁଅର ଚିକିତ୍ସା ପାଇଁ ସରକାରୀ ସହୟତା ଅପେକ୍ଷାରେ ରହିଛନ୍ତି ଉଦିତଙ୍କ ପରିବାର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.