ETV Bharat / state

ନରସିଂହଙ୍କ ଭଡ଼ାଟିଆ ବୟାନ ବିବାଦ; ଜିଲ୍ଲାପାଳଙ୍କୁ ଭେଟିଲା ମହିଳା ବିଜେଡି

Narasingha Mishra statement: ସୁକତେଲ ପ୍ରକଳ୍ପ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଭଡ଼ାଟିଆ ଉଚ୍ଚାରଣ ବିବାଦ । ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ମହିଳା ବିଜେଡି । ଅଧିକ ପଢ଼ନ୍ତୁ

ନରସିଂହଙ୍କ ଭଡ଼ାଟିଆ ବୟାନ ବିବାଦ
ନରସିଂହଙ୍କ ଭଡ଼ାଟିଆ ବୟାନ ବିବାଦ
author img

By ETV Bharat Odisha Team

Published : Jan 9, 2024, 9:32 PM IST

ନରସିଂହଙ୍କ ଭଡ଼ାଟିଆ ବୟାନ ବିବାଦ

ବଲାଙ୍ଗୀର: ବିଧାୟକ ନରସିଂହ ମିଶ୍ରଙ୍କ ଭଡ଼ାଟିଆ ଉଚ୍ଚାରଣ ବିବାଦ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ପୁଣି ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି ମହିଳା ବିଜେଡି । ମହିଳାଙ୍କ ପ୍ରତି ଏଭଳି ଅସମ୍ମାନ ବକ୍ତବ୍ୟ ଦେଇଥିବା ବିଧାୟକ ଏବେ ଓଲଟା ଅଭିଯୋଗ ଆଣିବା ନିନ୍ଦନୀୟ ବୋଲି କହିଲେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ।

ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନୀ ସଭାରେ ଉଦ୍‌ବୋଧନ ଦେବା ସମୟରେ ତାଙ୍କ ବକ୍ତବ୍ୟକୁ ବିରୋଧ କରୁଥିବା କିଛି ଲୋକଙ୍କ ଉଦ୍ଦେଶ୍ୟରେ ଭଡାଟିଆ ବୋଲି ମନ୍ତବ୍ୟ ଦେଇଥିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଯାହାକୁ ସହଜରେ ଗ୍ରହଣ କରିପାରିନି ମହିଳା ବିଜେଡି । ଏହାକୁ ନେଇ ନରସିଂହଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଦାବି କରିଆସୁଛି ମହିଳା ବିଜେଡି । ଏହି ଘଟଣାରେ ମହିଳା ବିଜେଡି ସଂଗଠନ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବଲାଙ୍ଗୀର ଏସ୍‌ପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ସେହିପରି ଆଜି ବିଜେଡିର ଶତାଧିକ ମହିଳା କର୍ମୀ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ପୌରାଧ୍ୟକ୍ଷା ଲିକା ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କୁ ଭେଟି ବିଧାୟକ ନରସିଂହ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଗକୁ ଏମାନେ ମୁଖ୍ୟମନ୍ତ୍ରୀଙ୍କୁ ଓ ମହିଳା କମିଶନଙ୍କ ପାଖରେ ମଧ୍ୟ ଅଭିଯୋଗ କରିବେ ବୋଲି କହିଛନ୍ତି ।

ଏହି ଘଟଣାରେ ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି, "ବିଧାୟକ ସୁକତେଲ ଉଦ୍‌ଘାଟନୀ ସଭାରେ ଲୋକଙ୍କୁ ଭଡ଼ାଟିଆ ବୋଲି କହିଥିଲେ, ଯେଉଁ ସଭାରେ 90 ପ୍ରତିଶତ ମହିଳା ଉପସ୍ଥିତ ଥିଲେ । ତେବେ ମହିଳାଙ୍କୁ ଭଡାଟିଆ କହି ସେ ଅସମ୍ମାନ କରିଛନ୍ତି ।" ଏନେଇ ପୂର୍ବରୁ ପୋଲିସ ପାଖରେ ଏମାନେ ଅଭିଯୋଗ କରିଥିବା ବେଳେ ଆଜି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଥିବା ସେ କହିଛନ୍ତି । ସପଟେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ କହିଛନ୍ତି, "ମହିଳାଙ୍କୁ ଭଡାଟିଆ କହି ସେ ଅସମ୍ମାନ କରିଛନ୍ତି । ଜଣେ ବରିଷ୍ଠ ନେତା ଓ ଆଇନଜୀବୀ ନରସିଂହ ମିଶ୍ର ମହିଳାଙ୍କୁ ଭଡାଟିଆ କହିବା ନିହାତି ଭାବରେ ନିନ୍ଦନୀୟ ।"

ଏହା ମଧ୍ୟ ପଢ଼ନ୍ତୁ...ତେଜିଲା 'ଭଡ଼ାଟିଆ' ବୟାନ ବିବାଦ, ନରସିଂହ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ସେପଟେ ଏହାକୁ ନେଇ ବିଧାୟକ ନରସିଂହ ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ମହିଳାଙ୍କ ଉଦ୍ଦେଶ୍ୟରେ ମୁଁ କୌଣସି ପ୍ରକାରର ଅପଶବ୍ଦ ବ୍ୟବାହର କରିନାହିଁ । ଯେଉଁମାନେ ଅଭିଯୋଗ ଆଣିଛନ୍ତି, ସେମାନେ 'ମନ୍ଦିରରେ କିଏ ନା ମୁଁ କଦଳୀ ଖାଇନାହିଁ' ଭଳି ଲୋକ ପ୍ରତିତ ହେଉଛନ୍ତି । ଏମାନଙ୍କୁ ଯିଏ ଅଭିଯୋଗ କରିବାକୁ ପ୍ରବର୍ତ୍ତାଇଛି, ସେମାନଙ୍କ ଘରର ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି ।" ତାଙ୍କ ବିପକ୍ଷରେ ନିର୍ବାଚନରେ ହାରିଥିବା ବିଜେଡି ନେତା ତଥା ରାଜପରିବାର ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା ଅଭିଯୋଗ ଆଣିଛନ୍ତି ନରସିଂହ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.