ETV Bharat / state

ଫେରାର ଅପରାଧୀଙ୍କ ପାଇଁ କଠୋର ନୀତି ଆପଣାଇଲା ବଲାଙ୍ଗୀର ପୋଲିସ - ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି

ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ । ଅପରାଧ ଘଟାଇ ଫେରାର ଥିବା ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ବଲାଙ୍ଗୀର ପୋଲିସ । ଅଧିକ ପଢନ୍ତୁ

ଫେରାର ଅପରାଧୀଙ୍କ ପାଇଁ କଠୋର ନୀତି ଆପଣାଇଲା ବଲାଙ୍ଗୀର ପୋଲିସ

author img

By

Published : Nov 10, 2022, 9:48 PM IST

Updated : Nov 11, 2022, 7:27 PM IST

ବଲାଙ୍ଗୀର: ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ । ଫେରାର ଅପରାଧିଙ୍କୁ ଆଉ ମିଳିବନି ମୁକ୍ତି । ଅପରାଧୀ ଘଟାଇ ଫେରାର ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଆରମ୍ଭ ହେଲା ଉଦ୍ୟମ । ଏମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ପୋଲିସ(zero tolerance against absconded criminal )। ପୋଲିସ ପକ୍ଷରୁ ଡେଙ୍ଗୁରା ପିଟାଯାଇ ଫେରାର ଥିବା ଅପରାଧୀଙ୍କ ନାଁ ମାଇକ ଯୋଗେ ପଳାତକ ଘୋଷଣା କରାଯିବା । ଏପରିକି ସେମାନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜପ୍ତ କରାଯିବା ନେଇ ପୋଲିସ ତରଫରୁ ନୋଟିସ ମରାଯାଇଛି ।

ଫେରାର ଅପରାଧୀଙ୍କ ପାଇଁ କଠୋର ନୀତି ଆପଣାଇଲା ବଲାଙ୍ଗୀର ପୋଲିସ

ଜିଲ୍ଲାରେ ଅପରାଧ ଘଟାଇ ବାହାର ରାଜ୍ୟକୁ ଖସି ପଳାଇଥାନ୍ତି ଅପରାଧି । ଫଳରେ ଏମାନଙ୍କୁ ଖୋଜିବାରେ ନାକେଦମ ହୁଏ ପୋଲିସ । ତେବେ ପୋଲିସ ଏବେ ଏମାନଙ୍କୁ ଧରିବା ପାଇଁ କଠୋର ଉଦ୍ୟମ ଆରମ୍ଭ କରିଛି । 82 ସିଆରପିସି ଅନୁଯାୟୀ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ପଳାତକ ଘୋଷଣା କରିବା ସହ ସମ୍ପତ୍ତି ବ୍ୟାଜପ୍ତ ନୋଟିସ ଅପରାଧୀଙ୍କ ଘରେ ମାରିଛି ପୋଲିସ ।

ବଲାଙ୍ଗୀର ଜିଲ୍ଲାର ୭ଜଣ ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ । ଏହି ଅପରାଧୀ ତାଲିକାରେ ଅଛନ୍ତି ବଲାଙ୍ଗୀର ସହରର ଜଣେ, ପୁଇଁତଲା ବ୍ଲକର ଦୁଇ ଜଣ, ତୁଷୁରାର ଜଣେ, ଗନ୍ଧରେଲର ଜଣେ ଓ ମାଧିଆପାଲି ଗାଁର ଦୁଇ ଜଣ । ଏହି ଅପରାଧୀଙ୍କ ବିରୋଧରେ ନିଆଯାଇଛି କଠୋର ପଦକ୍ଷେପ । ଏହି ସବୁ ଅଞ୍ଚଳରେ ଡେଙ୍ଗୁରା ପିଟି ସେମାନଙ୍କୁ ପଳାତକ ଘୋଷଣା କରିବା ସହ ଆଗାମୀ ସାତ ଦିନ ମଧ୍ୟରେ ଥାନାରେ କିମ୍ବା କୋର୍ଟରେ ହାଜର ନହେଲେ ସେମାନଙ୍କ ସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜପ୍ତ ହେବ ବୋଲି କହିଛି ପୋଲିସ । ତେବେ ପୋଲିସର ଏହି ପଦକ୍ଷେପ ପରେ ଏବେ ଫେରାର ଅପରାଧୀ ଧରା ପଡିବେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-ବାଲେଶ୍ଵରର ଉନ୍ନତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ପିସିସି ସଭାପତି

ଏନେଇ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି , ''ଆମର ବର୍ତ୍ତମାନ ଯେତିକି ପୁରୁଣା ଓ୍ବାରେଣ୍ଟ ଗୁଡିକ ରହିଛି, ଯେଉଁ ମାନେ ବାରମ୍ବାର କୋର୍ଟର ସମନ ଆସିବା ପରେ ଏପରିକି ଓ୍ବାରେଣ୍ଟ ଜାରି ହେବା ପରେ ମଧ୍ୟ ସେମାନେ କୋର୍ଟରେ ହାଜିରା ହେଉ ନାହାନ୍ତି ସେମାନଙ୍କର ଲିଷ୍ଟ ବାହର କରାଯାଇଛି । ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଥାନାକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଅପରାଧି ମାନେ ଏବେ ଫେରାର ଅଛନ୍ତି ସେମାନଙ୍କୁ 82 ସିଆରପିସି ଧାରା ଅନୁଯାୟୀ ପଳାତକ ଘୋଷଣା କରାଯାଉଛି । ଏବଂ ତାଙ୍କୁ ସାତ ଦିନ ସମୟ ଦିଆଯାଉଛି । ଯଦି ସେମାନେ ସେହି ସମୟ ମଧ୍ୟରେ ହାଜର ହେବେନାହିଁ ତେବେ ତାଙ୍କର ସମସ୍ତ ସମ୍ପତ୍ତି ବ୍ୟାଜାପ୍ତ କରାଯିବ ।''

ଇଟିଭି ଭାରତ, ବଲାଙ୍ଗୀର

Last Updated : Nov 11, 2022, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.