ବଲାଙ୍ଗୀର: ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବତନ୍ତ୍ର ଡ୍ରାଇଭ ଜାରି ରଖିଛି ବଲାଙ୍ଗୀର ପୋଲିସ । ଯେଉଁଥିରେ ଅଭ୍ୟାସଗତ ଅପରାଧି ସବୁ ବେଳେ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି । ତେବେ ଏମାନଙ୍କ ବିରୋଧରେ ଏବେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ପୋଲିସ ପଦକ୍ଷେପ ନେଇଛି । ଏନେଇ ଜିଲ୍ଲାର କୁଖ୍ୟାତ ଅପରାଧୀ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି।
ସେହିପରି ଏସପିଙ୍କ ତତ୍ତ୍ବବଧାନରେ ଏମାନଙ୍କ ତାଲିକା ଅନୁମୋଦନ ପାଇଁ ଯାଇଛି । ଯାହାପରେ ଏମାନଙ୍କୁ ଏନଏସଏ ବା ଜାତୀୟ ସୁରକ୍ଷା ଆଇନରେ ଗିରଫ କରାଯିବ । ଏହି କ୍ରମରେ ବଲାଙ୍ଗୀରର କଫ ସିରଫ ମାଫିଆ ସାନ ନେଗିକୁ ପୋଲିସ ଗିରଫ କରି ଜେଲ ପଠାଇଛି । ତେବେ ସାନ ନେଗି ନାଁରେ ବଲାଙ୍ଗୀର ଟାଉନ ଥାନା, ସଦର ଥାନା, ପୁଇଁତଳା ଥାନାରେ ଏକାଧିକ ମାମଲା ରହିଛି । ଏଥିସହ ସେ ଜାମିନରେ ଆସି ନିଜର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିବାରୁ ପୋଲିସ ଏହି ପଦକ୍ଷେପ ନେଇଛି । ତେବେ ଏହାଦ୍ୱାରା ବଲାଙ୍ଗୀରରେ ଅପରାଧ ନିୟନ୍ତ୍ରଣରେ ସହାୟକ ହେବ ବୋଲି ବଲାଙ୍ଗୀର ଏସଡିପିଓ କହିଛନ୍ତି।
ଇଟିଭି ଭାରତ, ବଲାଙ୍ଗୀର