ETV Bharat / state

ଆନ୍ଧ୍ରର ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲା ବଲାଙ୍ଗୀର ପୋଲିସ - ବଲାଙ୍ଗୀର ପୋଲିସ

ଆନ୍ଧ୍ରର ଅସହାୟ ଅସୁସ୍ଥ ବୃଦ୍ଧଙ୍କୁ ବଲାଙ୍ଗୀର ପୋଲିସ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇ ମହାନତା ଦେଖାଇଛି । ଅଧିକ ପଢନ୍ତୁ...

ଆନ୍ଧ୍ରର ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲା ବଲାଙ୍ଗୀର ପୋଲିସ

author img

By

Published : May 30, 2021, 2:15 PM IST

ବଲାଙ୍ଗୀର: ଜିଲ୍ଲା ପୋଲିସ ସବୁବେଳେ ମହତ କାମ କରି ଚର୍ଚ୍ଚାରେ ରହିଆସିଛି । ପୋଲିସ ଆନ୍ଧ୍ରର ଜଣେ ଅସହାୟ ଅସୁସ୍ଥ ବୃଦ୍ଧଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ପୋଲିସର ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଆନ୍ଧ୍ରର ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲା ବଲାଙ୍ଗୀର ପୋଲିସ

ଏହି ଲକଡାଉନ ସମୟରେ କିଛି ଦିନ ହେବ ଆନ୍ଧ୍ର ରାଜ୍ୟର ଜଣେ ଅପରିଚିତ ବୃଦ୍ଧ ଅସହାୟ ଓ ଅସୁସ୍ଥ ହୋଇ ପୁରୁଣା ରାଜବାଟିଠାରେ ପଡି ରହିଥିଲେ। ତାଙ୍କ ଉପରେ କାହାରି ନଜର ପଡି ନଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସର ନଜର ପଡିଥିଲା । ଯେଉଁଥିରେ ପୋଲିସ କର୍ମଚାରୀ ସିବସଙ୍କର ଚଲାନ, କାନ୍ତି ଭୋଇ ଓ ସୁମତି ଭୋଇ ପ୍ରମୁଖ ବୃଦ୍ଧଙ୍କ ହାଲଚାଲ ବୁଝିବା ସହ ତାଙ୍କୁ ଖାଇବା ପିଇବା ଦେଇଥିଲେ।

ବୃଦ୍ଧ ଜଣକ ଗୁରୁତର ଅସୁସ୍ଥ ଥିବାର ଜାଣି ସେମାନେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରିଛନ୍ତି। ତେବେ ଉଦ୍ଧାର ହୋଇଥିବା ବୃଦ୍ଧଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଅନ୍ୟପଟେ ପୋଲିସର ମାନବ ପଣିଆ ପାଇଁ ଆଜି ଜଣେ ଅସହାୟ ବୃଦ୍ଧଙ୍କ ଜୀବନ ବଞ୍ଚି ଯାଇଛି। ପୋଲିସର ଏହି ମଣିଷ ପଣିଆକୁ ନେଇ ତାଙ୍କ ପାଖକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.