ETV Bharat / state

ବଲାଙ୍ଗୀରରେ ୪୦ ଲକ୍ଷର ଚୂନା ଲଗାଇଥିଲେ, ନେପାଳ ସୀମାରୁ ଧରାହେଲେ ୩ ଆନ୍ତରାଜ୍ୟ ଲୁଟେରା

author img

By

Published : Jan 24, 2022, 4:57 PM IST

Updated : Jan 24, 2022, 5:25 PM IST

ବଲାଙ୍ଗୀର ପୋଲିସ୍ ତିନିଜଣ ଆନ୍ତରାଜ୍ୟ ଲୁଟେରାକୁ ନେପାଳ ସୀମାରୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଲକ୍ଷାଧିକ ମୂଲ୍ୟର ମୋବାଇଲ ଜବତ ହୋଇଛି । ଅଧିକ ପଢନ୍ତୁ

ନେପାଳ ସୀମାରୁ ୩ କୁଖ୍ୟାତ ଅନ୍ତରାଜ୍ୟ ଲୁଟେରା ଗିରଫ

ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଯେଉଁଥିରେ ବଲାଙ୍ଗୀର ପୋଲିସ୍ ତିନିଜଣ ଆନ୍ତରାଜ୍ୟ ଲୁଟେରାକୁ ନେପାଳ ସୀମାରୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଗତ 15 ତାରିଖରେ ବଲାଙ୍ଗୀର ସହର ମଧ୍ୟରେ ଥିବା ଏକ ବଡ଼ ମୋବାଇଲ ହୋଲସେଲ ଦୋକାନରୁ 40 ଲକ୍ଷ ଟଙ୍କାର ମୋବାଇଲ ଲୁଟ ହୋଇଥିବାର ଅଭିଯୋଗ ହୋଇଥିଲା । ତେବେ ବଲାଙ୍ଗୀର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହାର ତଦନ୍ତ କରୁଥିବା ବେଳେ ବିହାରର ନେପାଲ ସୀମାରୁ ତିନି ଜଣ ଅଭିଯୁକ୍ତକୁ ଏଥିରେ ଗିରଫ କରିଛି ।

ବଲାଙ୍ଗୀରରେ ୪୦ ଲକ୍ଷର ଚୂନା ଲଗାଇଥିଲେ, ନେପାଳ ସୀମାରୁ ଧରାହେଲେ ୩ ଆନ୍ତରାଜ୍ୟ ଲୁଟେରା

ତେବେ ବିହାର ରାଜ୍ୟ ରୋହତସ ଜିଲ୍ଲାର କହ୍ନେୟା କୁମାର (50 ବର୍ଷ), ଘୋଡ଼ା ସହଁନ ଜିଲ୍ଲାର ମିରାଜ୍ ଅନସାରୀ (ବୟସ 50) ଓ କୌଶର ଆଲମ୍ (ବୟସ 20)ଙ୍କୁ ପୋଲିସ୍ ନେପାଳ ସୀମାରୁ ଗିରଫ କରିଛି । ତେବେ ଏହି ତିନି ଜଣ ଗତ 15 ତାରିଖ ରାତିରେ ବଲାଙ୍ଗୀର ସହର ମଧ୍ୟରେ ଥିବା ମୋବାଇଲ ହୋଲସେଲ ଦୋକାନରୁ 40 ଲକ୍ଷ ଟଙ୍କାର ମୋବାଇଲ ଚୋରି କରିଥିଲେ । ତେବେ ପୋଲିସ୍ ଏମାନଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ବିଭିନ୍ନ ନାମୀ ଦାମୀ କମ୍ପାନୀର 113ଟି ମୋବାଇଲ ଉଦ୍ଧାର କରିଛି । ଯାହାର ମୂଲ୍ୟ 30 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ତେବେ ବଲାଙ୍ଗୀର ପୋଲିସର ସ୍ଵତନ୍ତ୍ର ଟିମରେ ବଲାଙ୍ଗୀର SDPO ତୁଫାନ ବାଗ, ଟାଉନ ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତରାୟ, ଏସଆଇ କେ.କେ ଜାନି, ଏଏସଆଇ ବି. ଦେହୁରୀ ଓ ଏଏସଆଇ ବି. ଭୋଇ ପ୍ରମୁଖ ସାମିଲ ଥିଲେ । ବିହାର ରାଜ୍ୟରୁ ଏମାନଙ୍କୁ ଟ୍ରଞ୍ଜିଟ ରିମାଣ୍ଡରେ ବଲାଙ୍ଗୀର ଆଣି ଅଧିକ ତଦନ୍ତ କରୁଥିବାର ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Jan 24, 2022, 5:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.