ETV Bharat / state

Panchayat Poll: ପ୍ରଚାର ବେଳେ ପ୍ରଶ୍ନବାଣରେ ଘାଇଲା ନେତା - ବଲାଙ୍ଗୀର ପଞ୍ଚାୟତ ନିର୍ବାଚନ ଅପଡେଟ

ବଲାଙ୍ଗୀର ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାର ବଡ଼ବଡ଼ିଆ ନେତା ଏବେ ଗାଁ ମୁହାଁ ହୋଇଛନ୍ତି । ଅନେକ ଗାଁରେ ବିକାଶକୁ ନେଇ ନେତାଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

Panchayat Poll: ପ୍ରଚାର ବେଳେ ନରସିଂହ ମିଶ୍ରଙ୍କୁ ଘେରିଲେ ଲୋକେ

author img

By

Published : Feb 5, 2022, 10:39 PM IST

ବଲାଙ୍ଗୀର: ବଲାଙ୍ଗୀର ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ଜିଲ୍ଲାର ସବୁ ବଡ଼ବଡ଼ିଆ ନେତା ଏବେ ଗାଁ ମୁହାଁ ହୋଇଛନ୍ତି । ତେବେ ଗ୍ରାମବାସୀ କିନ୍ତୁ ଆଉ ଚୁପଚାପ ତାଙ୍କ କଥା କିମ୍ବା ପ୍ରତିଶ୍ରୁତିକୁ ଗ୍ରହଣ କରୁନାହାନ୍ତି । ଲୋକେ ସବୁଠି ଏବେ ନେତାଙ୍କୁ ସିଧାସଳଖ ପ୍ରଶ୍ନ କରୁଥିବାର ଭିଡିଓ ସବୁ ଭାଇରାଲ୍ ହୋଇଛି । ଯେଉଁଥିରେ ନେତାମାନେ ହଟହଟାର ଶିକାର ହେଉଥିବାର ଦେଖିବାକୁ ମିଳିଛି ।

Panchayat Poll: ପ୍ରଚାର ବେଳେ ନରସିଂହ ମିଶ୍ରଙ୍କୁ ଘେରିଲେ ଲୋକେ

ଏହି କ୍ରମରେ ବଲାଙ୍ଗୀରର ବିଧାୟକ ତଥା ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ନିର୍ବାଚନ ପ୍ରଚାର ପାଇଁ ବଲାଙ୍ଗୀର ଆଗଲପୁର ବ୍ଲକ ରେଙ୍ଗାଲି ଗ୍ରାମକୁ ଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ଘେରିଯାଇଥିଲେ । ଗତ ନିର୍ବାଚନ ପରେ ଏଠିକାର କଂଗ୍ରେସ ସମର୍ଥିତ ନେତା ମାନେ ଗାଁକୁ ଆସି ନଥିବା ସହ ଲୋକଙ୍କ ସମସ୍ୟା ମଧ୍ୟ ଦୂର କରି ନଥିବାର ଅଭିଯୋଗ ଆଣି ନରସିଂହ ମିଶ୍ରଙ୍କୁ ଘେରିଥିଲେ । ପ୍ରଶ୍ନବାଣରେ ନରସିଂହ ମିଶ୍ର ହଟହଟା ହେବା ସହ ଲୋକଙ୍କୁ ବୁଝାଇଥିଲେ ।

ସେହିପରି ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ଗୁଡଭେଳା ବ୍ଲକର ବିଭିନ୍ନ ଗ୍ରାମକୁ ପ୍ରଚାର ପାଇଁ ଯାଇଥିଲେ । ଯେଉଁଥିରେ ସେ ଠେଲକୋଭେଲା ଓ ସିକେଲ ପଦର ଗ୍ରାମକୁ ଯାଇଥିଲେ । ତେବେ ଏଠାରେ ମଧ୍ୟ ଲୋକ ତାଙ୍କୁ ଲୋକଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ବିଷୟରେ ଘେରିଥିଲେ । ଯେଉଁଥିରେ ଗାଁକୁ ରାସ୍ତା, ପିଇବା ପାଣି, ବିଦ୍ୟୁତ୍ ସମସ୍ୟା, ଆବାସ ଘର ଦୁର୍ନୀତି ଭଳି ଗୁରୁତର ବିଷୟରେ ଗୁଡାଏ ପ୍ରଶ୍ନ କରିଥିଲେ ।

ସମାନ ଭାବରେ ଦୀର୍ଘ ବର୍ଷରୁ ଏଠାକାର ଲୋକ ଜଙ୍ଗଲ ଜମିରେ ରହି ଆସୁଥିବା ବେଳେ ତାଙ୍କୁ ଏଯାଏଁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ମିଳିବାକୁ ଥିବା ଜମିପଟ୍ଟା ମିଳିନଥିବା ଏମାନେ ଅଭିଯୋଗ କରିଥିଲେ । ସିଧାସଳଖ ପ୍ରଶ୍ନ କରି ମନ୍ତ୍ରୀଙ୍କୁ ଅପଦସ୍ତ କରିଥିଲେ ସେଠାକାର ଲୋକମାନେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବା ସହ ସବୁଠି ଚର୍ଚ୍ଚା ଜୋର ଧରିଛି । ଲୋକ ଏବେ ନିଜ ନ୍ୟାର୍ଯ୍ୟ ଦାବି ପାଇଁ ମୁହଁ ଖୋଲିବାକୁ ବାଧ୍ୟ ହେବା ସହ ନେତାକୁ ଜବାବ ମାଗୁଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.