ବଲାଙ୍ଗୀର: ଜିଲ୍ଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ପୋଲିସ ଚୁପ ହୋଇ ବସିଥିବା ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଦାହରଣ ଦେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ନରସିଂହ ।
ନରସିଂହ କହିଛନ୍ତି ବଲାଙ୍ଗୀରରେ ନୂଆ କରି ହୋଇଥିବା ମେଡିକାଲ କଲେଜରେ ସେକ୍ସ ରାକେଟ ଚାଲୁଛି । ତାହା ପୁଣି ପୋଲିସର ଜାଣତରେ ବୋଲି କହିଛନ୍ତି । ସମାନ ଭାବରେ ମେଡିକାଲ କଲେଜରେ ପୋଲିସ ବିଟ ହାଉସ ଥିଲେ ମଧ୍ୟ ସେଠି ଅପରାଧ ବଢିବାରେ ଲାଗିଥିବା ବେଳେ ପୋଲିସ କେବଳ କିଛି ଦଲାଲଙ୍କୁ ଗିରଫ କରି ଚୁପ ବସିଥିବା ସେ ଅଭିଯୋଗ କରିଛନ୍ତି । ବଲାଙ୍ଗୀରରେ ବିଭିନ୍ନ ସ୍ଥାନରେ ଲୁଟ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।
ସମୟ ଥାଉ ଥାଉ ପୋଲିସ ପଦକ୍ଷେପ ନେଉ ନଚେତ ଲୋକେ ଆନ୍ଦୋଳନ କରିବେ ବୋଲି ଚେତାଇ ଦେଇଛନ୍ତି ନରସିଂହ ।
ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ