ETV Bharat / state

କୁହିମୁଣ୍ଡା ଗାଁକୁ ନାହିଁ ରାସ୍ତା, ଭୋଟବର୍ଜନ କରିବେ ଗ୍ରାମବାସୀ - କୁହିମୁଣ୍ଡା ଗ୍ରାମରେ ରାସ୍ତା ସମସ୍ୟା

ବଲାଙ୍ଗୀରର ପରଝର ପଞ୍ଚାୟତର କୁହିମୁଣ୍ଡା ଗ୍ରାମରେ ରାସ୍ତା ସମସ୍ୟା । ସ୍ବାଧୀନତାର ୭୫ ବର୍ଷ ପରେବି ରାସ୍ତା ସମସ୍ୟାରୁ ମୁକୁଳି ପାରୁନାହାନ୍ତି ଗ୍ରାମବାସୀ । ରାସ୍ତା ନହେବାରୁ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନର ନିଷ୍ପତ୍ତି । ଅଧିକ ପଢନ୍ତୁ

କୁହିମୁଣ୍ଡା ଗାଁକୁ ନାହିଁ ରାସ୍ତା, ଭୋଟବର୍ଜନ କରିବେ ଗ୍ରାମବାସୀ

author img

By

Published : Jan 31, 2022, 2:13 PM IST

ବଲାଙ୍ଗୀର: ଆଜି ବି ଗାଁକୁ ନାହିଁ ରାସ୍ତା। ସ୍ୱାଧୀନତାର 75 ବର୍ଷ ପରେ ବି ବଲାଙ୍ଗୀରର ଉପାନ୍ତରେ ଥିବା ଉପରଝର ପଞ୍ଚାୟତର କୁହିମୁଣ୍ଡାକୁ ଏବେବି ରାସ୍ତାଟିଏ ହୋଇପାରି ନାହିଁ। ଗ୍ରାମରେ ୩୫ଟି ପରିବାର ବସବାସ କରୁଥିବା ବେଳେ ୨୦୦ଲୋକ ବସବାସ କରନ୍ତି । କିନ୍ତୁ ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନଥିବାରୁ ଉପରଝର ଗ୍ରାମ ଦେଇ ଯିବାକୁ ପଡିଥାଏ । ଏଥିପାଇଁ ତିନି କିମି ଜଙ୍ଗଲ ଓ ଚାଷ ଜମି ହିଡରେ ହିଁ ଯିବାକୁ ପଡି ଥାଏ।

କୁହିମୁଣ୍ଡା ଗାଁକୁ ନାହିଁ ରାସ୍ତା, ଭୋଟବର୍ଜନ କରିବେ ଗ୍ରାମବାସୀ

ତେବେ ଗ୍ରାମକୁ ଯିବା ପାଇଁ ଗ୍ରାମବାସୀ ନିଜେ ମାଟି ପକାଇ ରାସ୍ତା ତିଆରି କରିଛନ୍ତି। କିନ୍ତୁ ସେହି ରାସ୍ତାରେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଭଲ ରାସ୍ତା ନ ଥିବାରୁ ଗାଁକୁ ଚାରି ଚକିଆ ଯାନ ଯାଇପାରେ ନାହିଁ। ବର୍ଷାଦିନରେ ଏହି ରାସ୍ତା ଆହୁରି ଖରାପ ହେବା ସହ ସମ୍ପୂର୍ଣ୍ଣ ଗାଁ ବିଚ୍ଛିନ୍ନ ହୋଇଥାଏ।

ତେବେ କେହି ଯଦି ଅସୁସ୍ଥ ହୁଏ ଷ୍ଟ୍ରେଚରରେ ଡାକ୍ତରଖାନାକୁ ନିଆଯାଏ । ସେହିପରି ଛାତ୍ରଛାତ୍ରୀ ମଧ୍ୟ ପାଠ ପଡିବା ପାଇଁ ଯିବା ବେଳେ ନାନାଦି ସମସ୍ୟା ର ସମ୍ମୁଖୀନ ହୋଇ ଆସୁଛନ୍ତି। ଗାଁ କୁ ରାସ୍ତା ଖଣ୍ଡିଏ ପାଇଁ ଗ୍ରାମବସୀ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ , ନେତା, ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି, କିନ୍ତୁ ଫଳ ଶୂନ । ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଗ୍ରାମବାସୀଙ୍କୁ ରାସ୍ତା କରିବା ପାଇଁ ମିଛ ପ୍ରତିଶୃତି ଦେଇଆସୁଛନ୍ତି । ତେଣୁ ଏଥର ଗ୍ରାମବାସୀ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି କହିବା ସହ ପଞ୍ଚାୟତ ନିର୍ବାଚନକୁ ଏମାନେ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି।

ଏହି କୁହିମୁଣ୍ଡା ଗ୍ରାମବାସୀ ଦୀର୍ଘ ବର୍ଷ ହେବ ରାସ୍ତା ଖଣ୍ଡିଏ ପାଇଁ ଆନ୍ଦୋଳନ କରି ଆସୁଛନ୍ତି। ଏପରିକି ଏମାନେ ସ୍ଥାନିୟ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ମଧ୍ୟ ଅନେକ ଥର ଘେରାଉ କରି ଥିଲେ। ସ୍ଥାନୀୟ ପ୍ରଶାସନ ଏଥିରେ ହାତ ଟେକି ଦେବାରୁ ସେମାନେ ଦୁଇ ଦୁଇ ଥର ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରି ରାସ୍ତା ପାଇଁ ଦାବି କରିଥିଲେ। ହେଲେ ଏଯାଏଁ ଏହି ଗାଁ କୁ ରାସ୍ତା ଖଣ୍ଡିଏ ସରକାର ଦେଇ ପାରି ନାହାନ୍ତି।

ଏହି ଗାଁକୁ ତିନି ପଟରୁ ଘରୋଇ ଚାଷ ଜମି ଘେରି ଥିବା ବେଳେ ଆଉ ଗୋଟିଏ ପଟେ ବିରାଟ ନିବୃତି ନାଳ ରହିଛି। ଏବଂ ଗାଁ ଲୋକ ଆଜି ବି ଅସ୍ଥାୟୀ ଭାବରେ ଅନ୍ୟ ଲୋକଙ୍କ ଜମି ଦେଇ ଯିବା ଆସିବା କରୁଛନ୍ତି। ତେବେ ଏହାହିଁ ଏଠିକାର ମୁଖ୍ୟ ସମସ୍ୟା ଥିବା ବେଳେ ଅନ୍ୟ ଲୋକ ଜମିରେ ଚାଷ କିମ୍ବା ରାସ୍ତା ବନ୍ଦ କରିଦେଲେ ଏହି କୁହିମୁଣ୍ଡା ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇ ଥାଏ। ଏବଂ ଏହି ସମସ୍ୟା ଯୋଗୁଁ ପ୍ରଶାସନ ରାସ୍ତା ତିଆରି କରିପାରୁନଥିବା ଶୁଣିବାକୁ ମିଳିଛି। ସେହିପରି ଗାଁ କୁ ଲାଗି ସରକାରୀ ଜମି ନ ଥିବା ହେତୁ ଏହି ଗାଁ ପାଇଁ ରାସ୍ତା ନିର୍ମାଣ ସମ୍ଭବ ହୋଇ ପାରୁନାହୁଁ ବୋଲି କହିଛନ୍ତି ଉପଜିଲ୍ଲାପାଳ । ବିଭିନ୍ନ ଯୋଜନା ରେ ଟଙ୍କା ଅଛି ହେଲେ ଜମି ସମସ୍ୟା କାରଣରୁ ରାସ୍ତା ହୋଇପାରୁନାହିଁ।

ତେବେ ଏଥିପାଇଁ ଜମି ଅଧିଗ୍ରହଣ କରିବାର ଆବଶ୍ୟକ ଥିବା ବେଳେ ଏନେଇ ସରକାରଙ୍କୁ ଅବଗତ କରାଯାଇଛି । ଭୋଟ ବର୍ଜନ ନେଇ ମଧ୍ୟଲୋକଙ୍କ ସହ ପ୍ରଶାସନ ଆଲୋଚନା କରିବା ନେଇ କହିଛନ୍ତି ଉପଜିଲ୍ଲାପାଳ ।

ବଲାଙ୍ଗୀରରୁ ଶେଖମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.