ETV Bharat / state

ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣାକୁ ବିରୋଧ - ସାମ୍ବାଦିକକୁ ପୋଲିସ୍ ଗିରଫ ଘଟଣା

ସାମ୍ବାଦିକକୁ ପୋଲିସ୍ ଗିରଫ କରିବା ସହ ତାଙ୍କୁ ବେଡ଼ି ଲଗାଇବା ଘଟଣାକୁ ତୀବ୍ର ବିରୋଧ କରିଛି ବଲାଙ୍ଗୀର ସାମ୍ବାଦିକ ସଂଘ । ଅଧିକ ପଢନ୍ତୁ

ସାମ୍ବାଦିକକୁ ପୋଲିସ୍ ଗିରଫ ଘଟଣାକୁ ବିରୋଧ କରିଛି ସାମ୍ବାଦିକ ସଂଘ

author img

By

Published : Apr 8, 2022, 10:01 PM IST

ବଲାଙ୍ଗୀର: ନୀଳଗିରିର ଜଣେ ସାମ୍ବାଦିକଙ୍କୁ ପୋଲିସ୍ ଗିରଫ କରିବା ସହ ତାଙ୍କ ଗୋଡ଼ରେ ବେଡ଼ି ଲଗାଇବା ଘଟଣାକୁ ସବୁଠି ତୀବ୍ର ନିନ୍ଦା କରାଯାଇଛି । ବଲାଙ୍ଗୀରରେ ମଧ୍ୟ କଳା ବ୍ୟାଚ ପିନ୍ଧି ଏହାକୁ ତୀବ୍ର ବିରୋଧ କରିଛି ବଲାଙ୍ଗୀର ସାମ୍ବାଦିକ ସଂଘ । ପୋଲିସର ଏହି ଗୁଣ୍ଡାଗିରିକୁ ବିରୋଧ କରି ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ମାନେ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ସାମ୍ବାଦିକକୁ ପୋଲିସ୍ ଗିରଫ ଘଟଣାକୁ ବିରୋଧ କରିଛି ସାମ୍ବାଦିକ ସଂଘ

ସେହିପରି ସାମ୍ବାଦିକଙ୍କୁ ବେଡ଼ି ଲଗା ଘଟଣାର ଶୀଘ୍ର ତଦନ୍ତ ଦାବି ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଆଜି(ଶୁକ୍ରବାର) ଏଥିପାଇଁ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରଥମେ ବଲାଙ୍ଗୀର ସାମ୍ବାଦିକ ସଂଘ ନିନ୍ଦା ପ୍ରସ୍ତାବ ନେବା ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ତେବେ ଆଜିର ଏହି ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ସାମ୍ବାଦିକ ସାମିଲ ହୋଇଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.