ETV Bharat / state

ବଲାଙ୍ଗୀରରେ ବନ୍ୟା ବିଭୀଷିକା; ରାଜ୍ୟ ସରକାରଙ୍କ ରିଲିଫ କାର୍ଯ୍ୟର ସମୀକ୍ଷା - ବଲାଙ୍ଗୀରରେ ବନ୍ୟା ବିଭୀଷିକା

ବଲାଙ୍ଗୀରରେ ବନ୍ୟା ବିଭୀଷିକା ପରେ ସାଧାରଣ ଜୀବନ ଯାପନ ଖୁବ ପ୍ରଭାବିତ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ବଲାଙ୍ଗୀର ବନ୍ୟାଅଞ୍ଚଳ ବୁଲିବା ସହ ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Aug 17, 2019, 6:53 AM IST

ବଲାଙ୍ଗୀର: ଲଗାଣ ବର୍ଷାରୁ ବନ୍ୟା । ବଲାଙ୍ଗୀରରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା । ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ପାଇଁ ଅଶୁଭ ଥିଲା ଅଗଷ୍ଟ 13 । ଏହି ଦିନରୁ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା । ଦୁଇ ଦିନ ମଧ୍ୟରେ ଏହା ରଚାଇଥିଲା ତାଣ୍ଡବ । ସାରା ଜିଲ୍ଲା ପାଣି ଘେରରେ । ଅସ୍ତବ୍ୟସ୍ତ ଜନଜୀବନ । କିନ୍ତୁ ଧିରେ ଧିରେ କମିଲା ବର୍ଷା । ହେଲେ କମିଲାନି ଲୋକଙ୍କ ଦୁର୍ଦ୍ଦଶା । ସାଧାରଣ ଲୋକେ ନିଜର ଅନେକ କିଛି ହରାଇଥିବା ବେଳେ ଏବେ ତାଙ୍କ ସାହାରା ପାଲଟିଛି ଭଙ୍ଗା ଘର। ସେପଟେ ରାଜ୍ୟ ସରକାରଙ୍କ ତରଫରୁ ରିଲିଫ କାର୍ଯ୍ୟର ସମୀକ୍ଷା କରାଯାଇଛି ।

ଲଘୁଚାପ ଜନିତ ବର୍ଷାରେ ଆସିଥିଲା ପ୍ରବଳ ବନ୍ୟା ଏବଂ କିଛି ଘଣ୍ଟା ମଧ୍ୟରେ ସବୁ ଛାରଖାର କରିଥିଲା । ବନ୍ୟା ବିଭୀଷିକା ପରେ ସାଧାରଣ ଜୀବନ ଯାପନ ଖୁବ ପ୍ରଭାବିତ ହୋଇଛି । ଲୋକଙ୍କ ଘର, ଯାନବାହନ, ରାସ୍ତାଘାଟ, ଚାଷବେଉସା ସବୁ ବନ୍ୟା ପାଣିରେ ବୁଡି ଯାଇଥିଲା । ଏବେ ବି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ କ୍ଷତିଗ୍ରସ୍ତ ଲୋକେ ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜି ସବୁ ସଜାଡ଼ିବାରେ ଲାଗିଛନ୍ତି । ବର୍ତ୍ତମାନ ଧିରେ ଧିରେ ସ୍ଥିତି ସୁଧୁରି ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ବଲାଙ୍ଗୀର ବନ୍ୟାଅଞ୍ଚଳ ବୁଲିବା ସହ ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସେପଟେ କିଛି ବନ୍ୟାଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରିନଥିବା ବେଳେ ରିଲିଫ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିନାହିଁ । ସମାନ ଭାବରେ ଏହି ସମସ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକେ ଅସନ୍ତୋଷ ମଧ୍ୟ ଅଛନ୍ତି । ଏହାସହ ଖୁବଶୀଘ୍ର ତାଙ୍କୁ ସବୁ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ପ୍ରଶାସନ ମଧ୍ୟ ଦୃତ ଗତିରେ ସବୁ ଠିକ କରିବାର ପ୍ରୟାସ ଜାରି ରଖିଛି ।

ରାଜ୍ୟ ସରକାରଙ୍କ ଗସ୍ତକୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସ୍ବାଗତ କରିବା ସହ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରୟାସ କରିବା ଦରକାର ବୋଲି କହିଛନ୍ତି । ସେପଟେ ରାଜ୍ୟ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଶୁକ୍ରବାର ସମୀକ୍ଷାରେ ଜିଲ୍ଲାର ସବୁ ବିଭାଗ ସହିତ ଆଲୋଚନା କରିଛନ୍ତି । ଆସନ୍ତା 15 ଦିନ ମଧ୍ୟରେ ସବୁ ଠିକ କରିବାକୁ ନିର୍ଦେଶ ଦେଇଛନ୍ତି ।

ଯେଉଁଥିରେ ପିଇବା ପାଣି, ବିଦ୍ୟୁତ ରାସ୍ତା ଯୋଗାଯୋଗକୁ ସେ ଶୀଘ୍ର ଠିକ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସମାନ ଭାବରେ 15 ଦିନ ପାଇଁ କୌଣସି ଅଧିକାରୀ ଛୁଟି ନେଇ ପାରିବେ ନାହିଁ ବୋଲି ସେ କହିଛନ୍ତି । ତେବେ ବ୍ୟବସ୍ଥାରେ ସୁଧାର ଆସିଲେ ବନ୍ୟା କ୍ଷୟକ୍ଷତିର ଆକଳନ ହେବ ଓ ଲୋକଙ୍କୁ କ୍ଷତି ପୁରଣ ଦିଆଯିବ ବୋଲି ସେ କହିଛନ୍ତି । ସେପଟେ ଜିଲ୍ଲାରେ ଏହି ବନ୍ୟା ଯୋଗୁଁ ଯୋଗାଯୋଗ, ବିଦ୍ୟୁତ, ଜଳ ଯୋଗାଣ, ଚାଷ, ଘରଦ୍ବାର ସବୁ ବ୍ୟାପକ ନଷ୍ଟ ହୋଇଛି । ତେବେ ଏସବୁ କେବେ ଠିକ ହେଉଛି ତାହା ଦେଖିବାକୁ ବାକି ରହିଲା।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀରରେ ବନ୍ୟା ବିଭୀଷିକା ପରେ ସାଧାରଣ ଜୀବନ ଯାପନ ଖୁବ ପ୍ରଭାବିତ ହୋଇଛି । ଏବେବି ଲୋକେ ଦୁର୍ଦଶାରେ ଥିବା ବେଲେ ପରିସ୍ଥିତରେ ଧୀରେ ଧୀରେ ସୁଧାର ଆସୁଛି । ଲୋକ ନିଜର ଅନେକ କିଛି ହଜାଇ ଥିବା ବେଳେ ଏବେ ତାଙ୍କ ଭଙ୍ଗା ଘରେ ମୁଣ୍ଡ ଗୁଂଜିଛନ୍ତି । ଏବଂ ଅନ୍ୟପଟେ ପ୍ରଶାସନର ମଧ୍ୟ ଯୁଦ୍ଧ ଗତିରେ ସବୁ ଠିକ କରିବାର ପ୍ରୟାସ ଜାରି ରହିଛି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ରାଜସ୍ୟ ଓ ବିପର୍ଯ୍ୟୟ ମନ୍ତ୍ରୀ ବଲାଂଗୀର ବନ୍ୟା ଅଂଚଳ ବୁଲିବା ସହ ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

Body:ବଲାଂଗୀର ପାଇଁ ଏବର୍ଷ ଅଶୁଭ ଥିଲା ଅଗଷ୍ଟ 13 ତାରିଖ। ଏହିଦିନରୁ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା ଏବଂ ଦୁଇ ଦିନ ମଧ୍ୟରେ ଏହା ବଲାଂଗୀର ରେ ରଚଇଥିଲା ତାଣ୍ଡବ। ଆସିଥିଲା ପ୍ରବଳ ବନ୍ୟା ଏବଂ କିଛି ଘଣ୍ଟା ମଧ୍ୟରେ ସବୁ ଛାତ୍ର ଖାର କରି ଥିଲା । ସାରା ଜିଲା ପାଣି ଘେରରେ ଥିଲା ଏବଂ ଘର,ଯାନ ବହନ ରୋଡ଼ ରାସ୍ତା, ଚାଷ ସବୁ ପାଣିରେ ବୁଡି ଯାଇଥିଲା। ତେବେ ଏ ପ୍ରବଳ ବନ୍ୟା ବିଭୀଷିକା ପରେ ଏଠି ସାଧାରଣ ଜୀବନ ଯାପନ ଖୁବ ପ୍ରଭାବିତ ହୋଇଛି । ଏବେବି ଲୋକେ ଦୁର୍ଦଶାରେ ଥିବା ବେଲେ ପରିସ୍ଥିତରେ ଧୀରେ ଧୀରେ ସୁଧାର ଆସୁଛି । ଏଥରେ ଲୋକ ନିଜର ଅନେକ କିଛି ହଜାଇ ଥିବା ବେଳେ ଏବେ ତାଙ୍କ ଭଙ୍ଗା ଘରେ ମୁଣ୍ଡ ଗୁଂଜି ସବୁ ସଜାଡ଼ିବାରେ ଲାଗିଛନ୍ତି ।ସେପଟେ କିଛି ବନ୍ୟା ଅଂଚଳରେ ପ୍ରଶାସନ ପହଞ୍ଚ ପାରି ନଥିବା ବେଳେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରି ନାହିଁ । ସମାନ ଭାବରେ ଏହି ସମସ୍ୟା ଯୋଗୁଁ ବନ୍ୟା ପୀଡିତ ଅସନ୍ତୋଷ ମଧ୍ୟ ଅଛନ୍ତି । ଏବଂ ଶୀଘ୍ର ତାଙ୍କର ସବୁ ସୁବିଧା କାରାଯିବାକୁ ଦାବି କରିଛନ୍ତି । ଅନ୍ୟପଟେ ପ୍ରଶାସନ ମଧ୍ୟ ଯୁଦ୍ଧ ଗତିରେ ସବୁ ଠିକ କରିବାର ପ୍ରୟାସ ଜାରି ରଖିଛି। ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ରାଜସ୍ୟ ଓ ବିପର୍ଯ୍ୟୟ ମନ୍ତ୍ରୀ ବଲାଂଗୀର ବନ୍ୟା ଅଂଚଳ ବୁଲିବା ସହ ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏବଂ ତାଙ୍କ ଗସ୍ତକୁ ବଲାଂଗୀର ବିଧାୟକ ନରସିଂହ ମିଶ୍ର ସ୍ୱାଗତ କରିଥିବା ରାଜନୀତିରୁ ଉର୍ଧ୍ବରେ ରହି ଲୋକଙ୍କ ସାହାଯ୍ୟ କରିବ ସହ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରୟାସ କରିବା ଦରକାର ବୋଲି କହିଛନ୍ତି । ସେପଟେ ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ସମୀକ୍ଷାରେ ଜିଲ୍ଲାର ସବୁ ବିଭାଗ ସହିତ ଆଲୋଚନ କରିଛନ୍ତି । ଏବଂ ଆସନ୍ତା 15 ଦିନ ଅଧ୍ୟରେ ସବୁ ଠିକ କରିବାକୁ ନିର୍ଦେଶ ଦେଇଛନ୍ତି । ଯେଉଁଥିରେ ପିଇବା ପାଣି, ବିଦ୍ୟୁତ ରାସ୍ତା ଯୋଗାଯୋଗକୁ ସେ ଶୀଘ୍ର ଠିକ କରିବା ପାଇଁ ଗ୍ରୁର୍ତ୍ବରପ କରିଛନ୍ତି । ସମାନ ଭାବରେ 15 ଦିନ ପାଇଂ କୌଣସି ଅଧିକାରୀ ଛିଟି ନେଇ ପାରିବେ ନାହିଁ ବୋଲି ସେ କହିଛନ୍ତି । ତେବେ ବ୍ୟବସ୍ଥାରେ ସୁଧାର ଆସିଲେ ବନ୍ୟା କ୍ଷୟ କ୍ଷ୍ୟଟିର ଆଙ୍କାଳନ ହେବ ଓ ଲୋକଙ୍କୁ କ୍ଷତି ପୁରାଣ ଦିଆଯିବ ବୋଲି ସେ କହିଛନ୍ତି ।
ବାଇଟ ମନିଶା ମିଶ୍ର ବନ୍ୟା ପୀଡିତ
ବାଇଟ ନରସିଂହ ମିଶ୍ର ବଲାଂଗୀର ବିଧାୟକ
ବାଇଟ ସୁଦାମ ମାରାଣ୍ଡି ମନ୍ତ୍ରୀ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ

Conclusion:ବଲାଂଗୀର ରେ ଏହି ବନ୍ୟା ଯୋଗୁଁ ଯୋଗା ଯୋଗ, ବିଦ୍ୟୁତ, ଜଳ ଯୋଗାଣ , ଚାଷ, ଘର ଦ୍ୱାର ସବୁ ବ୍ୟାପକ ନଷ୍ଟ ହୋଇଛି । ତେବେ ଏସବୁ କେବେ ଠିକ ହେଉଛି ତାହା ଦେଖିବାକୁ ବାକି ରହିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.