ETV Bharat / state

ଦରଦାମ ବୃଦ୍ଧି ପ୍ରତିବାଦରେ ବଲାଙ୍ଗୀର କଂଗ୍ରେସର ବିକ୍ଷୋଭ

author img

By

Published : Aug 5, 2022, 1:11 PM IST

ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କଲା ବଲାଙ୍ଗୀର କଂଗ୍ରେସ । ଅଧିକ ପଢନ୍ତୁ

ଦରଦାମ ବୃଦ୍ଧି ପ୍ରସଙ୍ଗ, ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବଲାଙ୍ଗୀର: ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୋଦି ସରକାର ଲୋକଙ୍କୁ ଦରଦାମ କମ କରିବା ପ୍ରତିଶୃତି ଦେଇ ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଦଳ ଅଭିଯୋଗ ଆଣିଛି । ବିଗତ ୮ ବର୍ଷ ମଧ୍ୟରେ ଦେଶରେ ପ୍ରତ୍ୟେକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି ।

ତାହା ଉପରେ ପୁଣି ଗରିବ ଶୋଷଣ ନୀତି ସରକାର ଆପଣାଇ ଗରିବଙ୍କ ଖାଦ୍ୟ ଉପରେ ମଧ୍ୟ GST ଲଗାଇଛି ବୋଲି ଦଳ ଅଭିଯୋଗ କରିଛି । ଆଜି ଏହାକୁ ନେଇ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରୁଥିବାବେଳେ, ବଲାଙ୍ଗୀରରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଗକୁ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି ।

ଦରଦାମ ପ୍ରସଙ୍ଗକୁ ନେଇ ଦେଶ ସମେତ ରାଜ୍ୟରେ ମଧ୍ୟ କଂଗ୍ରେସ ପ୍ରତିବାଦ କରୁଛି । ଅତ୍ୟାବଶ୍ୟକ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଢିବା ଦ୍ବାରା ସାଧାରଣ ଲୋକେ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । ଏଥିଲାଗି ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.