ETV Bharat / state

ତିନି ଦଫା ଦାବି ନେଇ ଓକିଲ ସଂଘର 2ଦିନିଆ ବଲାଙ୍ଗୀର ବନ୍ଦ - ଓକିଲ ସଂଘର ତିନି ଦଫା ଦାବି

ତିନି ଦଫା ଦାବି ନେଇ ବଲାଙ୍ଗୀରରେ 48 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ଏଥିରେ ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ତଥା ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରଖାଯାଇଛି ।

_balangir closed for 48 hours
ତିନି ଦଫା ଦାବି ନେଇ ଓକିଲ ସଂଘର 48 ଘଣ୍ଟିଆ ବଲାଙ୍ଗୀର ବନ୍ଦ
author img

By

Published : Dec 18, 2019, 2:23 PM IST

ବଲାଙ୍ଗୀର: ତିନି ଦଫା ଦାବି ନେଇ ଆଜି(ବୁଧବାର) ବଲାଙ୍ଗୀରରେ 48 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ବଲାଙ୍ଗୀର ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ବାଏପାସ୍ ନିର୍ମାଣ ଓ ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ସାରିବା ଦାବିରେ ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟିର ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି । ଏଥିରେ ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ତଥା ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରଖାଯାଇଛି । ସେପଟେ ଏହି ଦୁଇ ଦିନିଆ ବନ୍ଦରେ ପ୍ରଥମ ଦିନ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଛି ।

ତିନି ଦଫା ଦାବି ନେଇ ଓକିଲ ସଂଘର 48 ଘଣ୍ଟିଆ ବଲାଙ୍ଗୀର ବନ୍ଦ
ଏହାସହ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଛି । ସେପଟେ ଦୋକାନ ବଜାର, ସ୍କୁଲ, କଲେଜ ଓ ଗାଡି ଚଳାଚଳ କିନ୍ତୁ ସ୍ୱାଭାବିକ ରହିଛି । ତେବେ ଏହି ତିନୋଟି ଦାବି ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ ଜିଲ୍ଲା ଓକିଲ ସଂଘ, ଭାରତୀୟ ବାର କାଉନସିଲର ନିର୍ଦ୍ଦେଶ ଆସିବା ପରେ ଏହି ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବରେ ସାମିଲ ନହୋଇ ଆନ୍ଦୋଳନକୁ ସମର୍ଥନ ଜଣାଇ ଥିବାର ଜଣାପଡିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ମୁଖ୍ୟ ତିନୋଟି ଦାବି ନେଇ ଆଜି ବଲାଂଗୀର ରେ 48 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି। ବଲାଂଗୀର ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ବାୟ ପାସ ନିର୍ମାଣ ଓ ଲୋୟର ସୁକ୍ତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ଦାବିରେ ବଲାଂଗୀର କ୍ରିୟା ଅନୁଷ୍ଠାନ କମିଟି ର ନେତୃତ୍ୱରେ ଏହି ବନ୍ଦ କରା ଯାଇଛି । ଯେଉଁଥିରେ ବଲାଂଗୀର ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ତଥା ବେଙ୍କ ଓ ବୀମା କାର୍ଯ୍ୟାଳୟ ଏଥିରେ ବନ୍ଦ ରଖା ଯାଇଛି। ସେପଟେ ଏହି ଦୁଇ ଦିନିଆ ବନ୍ଦ ଆଜି ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରା ଯାଇଛି।

Body:ବଲାଂଗୀରରେ ସବୁ ସରକାରୀ କଲା ଆଜିଠୁ ଦୁଇ ଦିନ ପାଇଁ ସମ୍ପୂର୍ଣ ଅଚଳ ହୋଇଛି। ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକ୍ତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରିବା ଓ ସହର ରେ ବାୟ ପାସ ନିର୍ମାଣ ଦାବିରେ ଆଜିଠୁ ଦୁଇ ଦିନିଆ ବଲାଂଗୀର ବନ୍ଦ କରା ଯାଇଛି। ତେବେ ଏହି ଆନ୍ଦୋଳନର ନେତୃତ୍ୱ ବଲାଂଗୀର କ୍ରିୟା ଅନୁଷ୍ଠାନ କମିଟି ନେଇଥିବା ବେଳେ ତାକୁ ଜିଲ୍ଲାର ସବୁ ଛୋଟ ବଡ଼ ସଂଗଠନ ସମର୍ଥନ ଦେଇ ସିଧା ସଳଖ ଆନ୍ଦୋଳନରେ ସାମିଲ ହୋଇଛନ୍ତ । ସମାନ ଭାବରେ ବିଭିନ୍ନ ସଂଗଠନ ପକ୍ଷ୍ୟ ରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆ ଯାଇଛି। ତେବେ ଆଜିର ଏହି ବନ୍ଦରେ ବଲାଂଗୀର ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ, ବୀମା କାର୍ଯ୍ୟାଳୟକୁ ଏଥିରେ ବନ୍ଦ କରାଯାଇଛି । ସେପଟେ ଦୋକାନ ବଜାର , ସ୍କୁଲ କଲେଜ ଓ ଗାଡି ଚଲା ଚଲ ଏଠି ସ୍ୱାଭାବିକ ରହିଛି । ତେବେ ମୁଖ୍ୟ ଏହି ତିନୋଟି ଦାବି ଶୀଘ୍ର ପୁରାଣ କର ବୋଲି ଆନ୍ଦୋଳନ କାରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦାବି ରଖିଛନ୍ତି । ନ ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଏମାନେ କହିଛନ୍ତି। ସେପଟେ ବଲାଂଗୀର ଜିଲ୍ଲା ଓକିଲ ସଂଘ ଭାରତୀୟ ବାର କାଉନ୍ସିଲ ର ନିର୍ଦେଶ ଆସିବା ପରେ ଏହି ଆନ୍ଦୋଳନରେ ପ୍ରତ୍ୟେକ୍ଷ ଭାବରେ ସାମିଲ ନହୋଇ ଆନ୍ଦୋଳନକୁ ସମର୍ଥନ ଜଣାଇ ଥିବାର କହିଛି। ସେପଟେ ଏହି ଦୁଇ ଦିନିଆ ବନ୍ଦ ଆଜି ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରା ଯାଇଛି।
ବାଇଟ ଗୋପଲଜି ପାଣିଗ୍ରାହୀ ସଭାପତି କ୍ରିୟାନୁଷ୍ଠାନ କମିଟି ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.