ETV Bharat / state

ଘରେ ପଶି ପ୍ରାଣାନ୍ତକ ଆକ୍ରମଣ ଘଟଣା: ଆଉ ଜଣେ ଗିରଫ, ଅପରାଧର ଗଡ଼କୁ ଧ୍ୱଂସ କଲା ପୋଲିସ - ଅପରାଧର ଗଡ଼କୁ ଧ୍ୱଂସ କଲା ପୋଲିସ

ବ୍ୟବସାୟ ଆଳରେ ସରକାରୀ ଜମିରେ ଆଡ୍ଡା ଜମାଇ ଅପରାଧିକ କାମରେ ଜଡିତ ଥିଲେ କିଛି ଅସାମାଜିକ ବ୍ୟକ୍ତି । ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅପରାଧୀଙ୍କ ଗଡ଼ ଧ୍ୱସ୍ତ କରିଛି ପୋଲିସ । ଅଧିକ ପଢନ୍ତୁ

balangir brutally attacked case
balangir brutally attacked case
author img

By

Published : Feb 15, 2023, 11:33 AM IST

Updated : Feb 15, 2023, 12:07 PM IST

ଘରେ ପଶି ମରଣାନ୍ତକ ଆକ୍ରମଣ ଘଟଣା

ବଲାଙ୍ଗୀର: ସହରରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ନିକଟରେ କଣ୍ଟ୍ରାକ୍ଟର ଘରକୁ ପଶି କଣ୍ଟ୍ରାକ୍ଟର ସମେତ ତାଙ୍କ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସେମାନଙ୍କୁ ଧରିବା ପାଇଁ ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହି ଘଟଣାରେ ପୂର୍ବରୁ ଜଣକୁ ଗିରଫ କରା ଯାଇଥିବା ବେଳେ ଗତକାଲି ଆଉ ଜଣକୁ ଗିରଫ କରିବା ସହ ଅପରାଧର ଗଡ଼କୁ ଧ୍ୱସ୍ତ କରିଛି ପୋଲିସ ।

ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବ ପରେ ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଶ୍ରୀପତି ସିଂହକୁ ପୋଲିସ ଗିରଫ କରିବା ସହ ସେହି ଘଟଣାର ସିନ୍‌ ରିକ୍ରିଏସନ କରିଥିଲା । ଏହାପରେ ଶ୍ରୀପତି ସିଂର ଅବୈଧ ଅଡ୍ଡା ସବୁକୁ ଡୋଜର ଲଗାଇ ଭାଙ୍ଗି ଦେଇଛି ପୋଲିସ । ତେବେ ପୋଲିସ ପୁଣି ଆଉ ଜଣେ ବଡ ପେଶାଦାର ଅପରାଧୀ ବବଲୁ ମହନନ୍ଦକୁ ଧରିଛି । କଣ୍ଟ୍ରାକ୍ଟର ସମେତ ତାଙ୍କ ସ୍ତ୍ରୀକୁ ଆକ୍ରମଣ ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି ।

ବବଲୁ ନାଁରେ ହତ୍ୟା, ଲୁଟ, ଡକାୟତି, ମରଣାନ୍ତକ ଆକ୍ରମଣ, ବେଆଇନ ନିଶା କାରବାର ଭଳି ଅନେକ ସଙ୍ଗିନ ମାମଲା ରହିଛି । ସେହିପରି ପୋଲିସ ଏନକାଉଣ୍ଟରରେ ମଧ୍ୟ କିଛି ବର୍ଷ ତଳେ ସେ ଆହତ ହୋଇଥିଲା । ହେଲେ ପୁଣି ଜାମିନରେ ବାହାରି ସେ ତାର ଅପରାଧ ବିସ୍ତାର କରିଥିଲା । ତେବେ ଏହି ଘଟଣା ପରେ ସେ ଫେରାର ଥିବା ବେଳେ କିଛି ଦିନ ପୂର୍ବରୁ ବଲାଙ୍ଗୀର ସଇଁତଲା କୋର୍ଟରେ ସେ ଆତ୍ମସମର୍ପଣ କରିଥିଲା । ଏବଂ ଆଜି ବଲାଙ୍ଗୀର ଟାଉନ ପୋଲିସ ତାକୁ ରିମାଣ୍ଡରେ ଆଣି ସେହି ମରଣାନ୍ତକ ଆକ୍ରମଣର ସିନ ରିକ୍ରିଏସନ କରିଥିଲା । ସେହିପରି ସହରର ବିଭିନ୍ନ ସରକାରୀ ସ୍ଥାନରେ ସେ ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟ ନାଁରେ ଅପରାଧିକ କାର୍ଯ୍ୟକଳାପ କରୁଥିବାର ଅଭିଯୋଗ ଥିଲା । ଯାହାକୁ ଭିତ୍ତି କରି ମଙ୍ଗଳବାର ପୋଲିସ ଓ ଜିଲ୍ଲା ପ୍ରଶାସନ ତାର ସବୁ ଅବୈଧ ଅଡ୍ଡାଗୁଡିକୁ ଧ୍ୱସ୍ତ କରିଛନ୍ତି ।

ବଲାଙ୍ଗୀର ପଟଣାଗଡ ରାସ୍ତାରେ ଥିବା ତାର ଏକାଧିକ ଆଡ଼୍ଡ଼ାକୁ ପୋଲିସ ଧ୍ୱସ୍ତ କରିଛି । ତେବେ ସହରରେ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନସିଳତା ଅବଲମ୍ବନ କରାଯାଇ ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଡ୍ରାଇଭ ପୋଲିସ ହାତକୁ ନେଇଥିବା କହିଛନ୍ତି ବଲାଙ୍ଗୀର ଏସଡିପିଓ ତୁଫାନ ବାଗ । ସେ କହିଛନ୍ତି, "ପେଶାଦାର ଅପରାଧୀ ବବଲୁ ମହାନନ୍ଦ ଅନେକ ଥର ଗିରଫ ହୋଇ ଜେଲ ଯିବା ସତ୍ତ୍ୱେ ସେ ସୁଧୁରି ନଥିଲା । ସରକାରୀ ଜମିରେ ବ୍ୟବସାୟ ନାଁରେ ହୋଟେଲ ଇତ୍ୟାଦି କରି ସେଠି ଅପରାଧିକ କାମ କରୁଥିଲା । ତେଣୁ ପୋଲିସ ଡୋଜର ଲଗାଇ ଭାଙ୍ଗି ଦେଇଛି । ଆଗକୁ ମଧ୍ୟ ଏଭଳି ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ।"

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 15, 2023, 12:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.