ETV Bharat / state

ମାୟାନଗରୀରେ ହିଟ୍ ଓଡିଆ ପୁଅ ମନୋଜ, 240 ହିନ୍ଦୀ ଓ 60 ସାଉଥ୍ ସିନେମାରେ କରିଛନ୍ତି କମାଲ

author img

By

Published : Jul 14, 2022, 9:39 PM IST

ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଆଜି ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରିରେ ସେ ବେଶ ସଫଳ । ନିଜ କ୍ୟାମେରା ଲେନ୍ସରେ ସେ ଶତାଧିକ ସିନେମା କଏଦ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଖାଲି ବଲିଉଡ଼ ନୁହେଁ, କନ୍ନଡ, ତେଲୁଗୁ, ତାମିଲ ଭାଷାର ଅନେକ ହିଟ୍‌ ଫିଲ୍ମ ସମେତ ଭାରତର ନାମିଦାମି ନିର୍ଦ୍ଦେଶକ, ପ୍ରଯୋଜକ ଓ ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନ, ଶାହାରୁଖ, ଆମିର, ରଣବୀର କପୁରଙ୍କ ସହ ସେ କାମ କରିଛନ୍ତି । ଦେଖନ୍ତୁ ମନୋଜଙ୍କ ଏହି ବଲାଙ୍ଗୀରରୁ ବଲିଉଡ଼ ଯାତ୍ରାର ସଂଘର୍ଷପୂର୍ଣ୍ଣ କାହାଣୀ ।

ମାୟାନଗରୀରେ ହିଟ୍ ଓଡିଆ ପୁଅ ମନୋଜ, ଷ୍ଟେଡି କ୍ୟାମେରା ମ୍ୟାନ ଭାବେ ହାତଉଛନ୍ତି ସଫଳତା

ବଲାଙ୍ଗୀର: ଜୀବନର ଅନ୍ୟନାମ ସଂଘର୍ଷ । ଏଠାରେ ସଂଘର୍ଷ ବିନା ସଫଳତାର ସ୍ବାଦ ଚାଖିବା ନିହାତି କଷ୍ଟକର । ଆଜିର ସ୍ବାର୍ଥବାଦୀ ଦୁନିଆରେ ପରିଚୟ ତିଆରି କରିବା ପାଇଁ ଅନେକଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ । ସେଥିମଧ୍ୟରୁ ଜଣେ ହେଉଛନ୍ତି ବଲାଙ୍ଗୀର ମାଟିର ପୁଅ ମନୋଜ କୁମାର ମିଶ୍ର । ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ବଲାଙ୍ଗୀରରୁ ବଲିଉଡ଼କୁ ସଫଳ ଯାତ୍ରା କରିଛନ୍ତି । ଆଉ ଭାରତୀୟ ସିନେମାରେ ଷ୍ଟେଡି କ୍ୟାମେରା ମ୍ୟାନ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ମାୟାନଗରୀରେ ହିଟ୍ ଓଡିଆ ପୁଅ ମନୋଜ

ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ଆଜି ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରିରେ ସେ ବେଶ ସଫଳ । ନିଜ କ୍ୟାମେରା ଲେନ୍ସରେ ସେ ଶତାଧିକ ସିନେମା କଏଦ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବଲାଙ୍ଗୀର ସହରର ଯୁବକ ମନୋଜ କୁମାର ମିଶ୍ର ପାଠପଢା ସାରି ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ କିଛି କରିବାର ସପ୍ନ ଦେଖି 1992ରେ ମୁମ୍ବାଇ ଯାଇଥିଲେ ଏବଂ ସେଠି 5ବର୍ଷର ସଂଘର୍ଷ ପରେ ସେ ବଲାଙ୍ଗୀର ଫେରି ଆସିଥିଲେ । ପରେ ପୁଣି ଦୃଢ଼ ମନୋବଳ ସହ 2004 ବର୍ଷରେ ମୁମ୍ବାଇ ଯାଇଥିଲେ । ସେଠାରେ ସେ ଜଣଙ୍କ ଠାରୁ ପୁରୁଣା ଷ୍ଟେଡି କ୍ୟାମେରା ଆଣି ଶିଖିବା ଆରମ୍ଭ କରିଥିଲେ ।

ଏହି ମଧ୍ୟରେ ତାଙ୍କ ଜୀବନରେ ଆସିଥିଲା ପ୍ରଥମ ସୁଯୋଗ । ଯେଉଁଥିରେ ସେ 2006 ମସିହାରେ ଗୋଟିଏ ଦକ୍ଷିଣ ଭାରତୀୟ ସିନେମାରେ ନିଜ କ୍ୟାମେରା ଚଳାଇବାର ସୁଯୋଗ ପାଇଥିଲେ । ତାଙ୍କର ଉତ୍କୃଷ୍ଟ କାମ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଦେଖୁ ଦେଖୁ ତାଙ୍କ ପାଖରେ ବଲିଉଡ ହିନ୍ଦୀ, କନ୍ନଡ, ତାମିଲ, ତେଲୁଗୁ ଇତ୍ୟାଦି ଭାଷାରେ ତିଆରି ହେଉଥିବା ସିନେମାର ଲମ୍ବା ଧାଡ଼ି ଲାଗି ଯାଇଥିଲା । ଏହାଛଡା ୱେବ୍ ସିରିଜ, ବିଜ୍ଞାପନ ଭିଡିଓ ଭଳି ବିଭିନ୍ନ ପ୍ରକାରର କାମ ତାଙ୍କ ହାତରେ ଲାଗିଥିଲା । ସେ ଏସବୁ କାମ କରି ତାଙ୍କର ଗୁଣକୁ ଆହୁରି ନିଖୁଣତାର ସହ କରିବା ଆରମ୍ଭ କରିଥିଲେ । ଯାହାଦ୍ବାରା ସେ ଏଯାବତ 240ଟି ହିନ୍ଦୀ ସିନେମା ଓ 60ଟି ଦକ୍ଷିଣ ଭାରତୀୟ ସିନେମାରେ ନିଜର ଷ୍ଟେଡି କ୍ୟାମେରାର ଯାଦୁ ଦେଖାଇ ସାରିଲେଣି । ଭାରତର ନାମୀ ଦାମୀ ଡାଇରେକ୍ଟର ପ୍ରଡ୍ୟୁସର୍ ସହ ନାମୀ ଦାମୀ କଳାକାର ମାନଂକ ସହ ସେ କାମ କରି ତାଙ୍କୁ ରୂପେଲି ପରଦାରେ ସ୍ଥାପିତ କରିଛନ୍ତି।

ବଲାଙ୍ଗୀରର ମନୋଜ କୁମାର ମିଶ୍ର ଅଳ୍ପ ବୟସରୁ ଉଚ୍ଚ ଆଶା ଓ ସପ୍ନ ଦେଖିଥିଲେ । ତାକୁ ସଫଳ କରିବା ପାଇଁ ସେ ଅନେକ ବାଧାବିଘ୍ନ ସହ ଆଗକୁ ବଢ଼ି ଚାଲିଥିଲେ । ସାଧାରଣତଃ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ତିଆରି କରିବାକୁ ଅନେକ ସଂଘର୍ଷ କରି ଅସଫଳ ହୋଇ ସବୁ ଦିନ ପାଇଁ ହଜି ଯାଇଥାନ୍ତି । ହେଲେ ମନୋଜ ଅନେକ ଧକ୍କା ଖାଇ ମଧ୍ୟ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଗକୁ ବଢ଼ି ଚାଲିଥିଲେ । ତାଙ୍କର ଏହି ପ୍ରଚେଷ୍ଟା ଯୋଗୁଁ ସେ ହିନ୍ଦୀ ଓ ଅନ୍ୟ ଭାଷାରେ ଅନେକ ନାମୀ ଦାମୀ ସିନେମାରେ ନିଜର ଷ୍ଟେଡି କ୍ୟାମେରାର ଯାଦୁ ଦେଖାଇ ଚାଲିଛନ୍ତି ।

ତେବେ ତାଙ୍କ ସଫଳ ସିନେମା ତାଲିକା ଖୁବ୍ ଢେର ଥିବା ବେଳେ ବଜରଙ୍ଗୀ ଭାଇଜାନ, ଅଗ୍ନିପଥ, ଡନ-2, ଡାର୍ଟି ପିକ୍ଚର, ରାୱଡି ରାଠୋର, ରାମ ଲୀଲା, ହାପି ନ୍ୟୁ ଇଅର, ବଚନ ପାଣ୍ଡେ ଭଳି ହିଟ୍‌ ସିନେମାରେ ସେ କ୍ୟାମେରା ଯାଦୁ ଦେଖାଇ ସାରିଛନ୍ତି ।

ତେବେ ଏହି ସଫଳତା ପଛରେ, ଦୃଢ଼ ଇଚ୍ଛା ଶକ୍ତି, ପରିଶ୍ରମ ଧୈର୍ଯ୍ୟ ସହିତ ତାଙ୍କ ପରିବାର ଲୋକଙ୍କୁ ସେ (ମନୋଜ) ଶ୍ରେୟ ଦେଇଛନ୍ତି । "ସେହିପରି ସିନେମା ଇଣ୍ଡଷ୍ଟ୍ରିରେ ଭବିଷ୍ୟତ ଖୋଜୁଥିବା ଯୁବପିଢ଼ିକୁ ସେ ଧୈର୍ଯ୍ୟ ଓ କଠିନ ପରିଶ୍ରମ କରିବାର ଉପଦେଶ ଦେଇଛନ୍ତି ।"

ତେବେ ତାଙ୍କର ଏହି ଉପଲବ୍ଧିରେ ତାଙ୍କ ପରିବାର ଲୋକେ ଓ ବଲାଙ୍ଗୀରବାସୀ ଗର୍ବିତ ଥିବାର ସେ କହିଛନ୍ତି । ସଫଳତା ବିନା ପରିଶ୍ରମରେ ମିଳେ ନାହିଁ ଏବଂ ତାକୁ ପୁଣି ବଜାୟ ରଖିବାକୁ ହେଲେ ମଧ୍ୟ ସେତେ ପରିଶ୍ରମ ଆବଶ୍ୟକ ଥାଏ । ଏହି ମୂଳମନ୍ତ୍ରକୁ ଆଧାର କରି ସେ (ବଲାଙ୍ଗୀରର ମନୋଜ ମିଶ୍ର) ଆଜି ଏହି ଉପଲବ୍ଧି ପାଇଥିବା କୁହନ୍ତି ନିଜେ ମନୋଜ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.