ବଲାଙ୍ଗୀର: ଜିଲ୍ଲାରେ ନୂଆଖାଇ ଓ ଗଣେଶ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ବଲାଙ୍ଗୀର ଜିଲ୍ଲାରୁ ସଟଡାଉନ ଉଠାଇ ଥିବା ବେଳେ ରାତି 9 ଟା ପର୍ଯ୍ୟନ୍ତ ଦୋକାନ ବଜାର ଖାଳିବାର ଅନୁମତି ଦେଇଥିଲେ। ଏବେ ଜିଲ୍ଲା ପ୍ରଶାସନ କରୋନା କଟକଣା ମଧ୍ୟରେ ନୂଆଖାଇ ଓ ଗଣେଶ ପୂଜା ପାଳନ ପାଇଁ ନୂଆ ନିର୍ଦେଶନାମା ଜାରି କରିଛି। ତେବେ ନୂଆଖାଇରେ ସାମୁହିକ ମିଳନ ଓ ଭୋଜିଭାତ ଆୟୋଜନକୁ ବାରଣ କରାଯାଇଛି।
ସେହିପରି, ଗଣେଶ ପୂଜା କୈଣସି ସ୍କୁଲ କଲେଜ ଓ ସର୍ବ ସାଧାରଣରେ ପାଳନ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ କୋରୋନା ନିୟମ ମାନି ଘରେ ଘରେ ଏହି ସବୁ ପର୍ବ ପାଳନ କରିବା ନିମନ୍ତେ ସୂଚନା ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅମାନ୍ୟ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କୁହାଯାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ