ETV Bharat / state

ସହରରେ ଥିବା ଔଷଧ ଦୋକାନ ଉପରେ ବଲାଙ୍ଗୀର ପ୍ରଶାସନର ଚଢାଉ

ମାସ୍କ ଓ ସାନିଟାଇଜର କଳାବଜାରୀକୁ ରୋକିବା ପାଇଁ ବଲାଙ୍ଗୀର ପ୍ରଶାସନର ଚଢାଉ ।

Balangir
Balangir
author img

By

Published : Mar 25, 2020, 9:21 PM IST

ବଲାଙ୍ଗୀର: କୋରୋନା ଭାଇରସ ଏବେ ସାରା ଦେଶକୁ ସଂକଟ ଭିତରକୁ ଠେଲି ଦେଇଛି । ମହାମାରୀ କୋରୋନାର ମୁକାବିଲା ପାଇଁ ସାରା ଦେଶବାସୀ ଏବେ ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି । କୋରୋନାରୁ ବର୍ତ୍ତିବା ପାଇଁ ବିଶେଷଜ୍ଞ ଏବେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି । ହେଲେ ଅନେକ ସ୍ଥାନରେ ଏହି ଦୁଇଟି ସାମଗ୍ରୀର କଳା ବଜାରୀ ହେଉଥିବାର ଅଭିଯୋଗ ହେଉଛି । ଲୋକଙ୍କର ଆବଶ୍ୟକତା ବେଳେ କଳାବଜାରୀକୁ ସାବାଡ କରିବା ପାଇଁ ପ୍ରଶାସନ କଡା ନିର୍ଦ୍ଦେଶ ଦେଇଛି ।

ସହରରେ ଥିବା ଔଷଧ ଦୋକାନ ଉପରେ ବଲାଙ୍ଗୀର ପ୍ରଶାସନର ଚଢାଉ

ଏହାକୁ ଦୃଷ୍ଟିରେ ରଖି ଆଜି(ବୁଧବାର) ବଲାଙ୍ଗୀର ସହରରେ ଥିବା ସମସ୍ତ ଔଷଧ ଦୋକାନରେ ପୋଲିସ ଚଢାଉ କରିଛି । ସହରରେ ଥିବା ସମସ୍ତ ଔଷଧ ଦୋକାନରେ ଏହି ଚଢାଉ ହୋଇଥିବା ବେଳେ ବିଶେଷ କରି ମାସ୍କ ଓ ସାନିଟାଇଜରର ମହଜୁତ ଉପରେ ପୋଲିସ ପ୍ରଶାସନ ଖୋଲତାଡ କରିଥିଲେ । ଏହି ଚଢାଉରେ ବଲାଙ୍ଗୀର ଟାଉନ ପୋଲିସ ଓ ଉପ-ଜିଲ୍ଲାପାଳ ସାମିଲ ହୋଇଥିଲେ ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.