ETV Bharat / state

କଙ୍ଗାରୁ କୋର୍ଟ ବସାଇ ଆଶାକର୍ମୀଙ୍କ ନିଆଁପାଣି ବାସନ୍ଦ, ନ୍ୟାୟ ଅପେକ୍ଷାରେ ଆଶାକର୍ମୀ

ଗାଁର ଜଣେ ଗର୍ଭବତୀଙ୍କ ମୃତ୍ୟ ହେବା ପରେ ଗ୍ରାମବାସୀ ଏଥିପାଇଁ ଆଶାକର୍ମୀ ମହିମା ମହାନନ୍ଦଙ୍କୁ ଦୋଷ ଦେଇ ଗାଁରେ କଙ୍ଗାରୁ କୋର୍ଟ ବସାଇଥିଲେ । ଏବଂ ଏହି କୋର୍ଟରେ ତାଙ୍କୁ ଦଣ୍ଡ ଦେଇ ତାଙ୍କୁ ଓ ତାଙ୍କ ପରିବାରକୁ ଗାଁରେ ନିଆଁପାଣି ବାସନ୍ଦ କରିଛନ୍ତି । ସମାନ ଭାବରେ ଏମାନେ ଆଶାକର୍ମୀଙ୍କୁ ତାଙ୍କ ଦାୟିତ୍ବ ପ୍ରତିପାଦନ କରିବା ପାଇଁ ମଧ୍ୟ ମନା କରିଛନ୍ତି ।

କାଙ୍ଗାରୁ କୋର୍ଟ ବସାଇ ଆଶା କର୍ମୀଙ୍କ ନିଆଁପାଣି ବାସନ୍ଦ, ନ୍ୟାୟ ଅପେକ୍ଷାରେ  ଆଶାକର୍ମୀ

author img

By

Published : Oct 13, 2020, 12:09 PM IST

ବଲାଙ୍ଗୀର:ଜଣେ କୋରୋନା ଯୋଦ୍ଧା ଆଶାକର୍ମୀଙ୍କୁ ତାଙ୍କ ଗାଁ ଲୋକେ ନିଆଁପାଣି ବାସନ୍ଦ କରିଛନ୍ତି । ସେପଟେ ଆଶା କର୍ମୀ ଓ ତାଙ୍କ ପରିବାର ନ୍ୟାୟ ପାଇଁ ବାର ଦୁଆର ହୋଇ ମଧ୍ୟ ନ୍ୟାୟ ପାଇପାରୁ ନଥିବାର ଅଭିଯୋଗ କରିଛନ୍ତି । ଏପରି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତରଗତ ଯମୁନା ପାଳି ଗ୍ରାମରେ ଘଟିଛି ।

କାଙ୍ଗାରୁ କୋର୍ଟ ବସାଇ ଆଶାକର୍ମୀଙ୍କ ନିଆଁପାଣି ବାସନ୍ଦ, ନ୍ୟାୟ ଅପେକ୍ଷାରେ ଆଶାକର୍ମୀ

ଗାଁର ଜଣେ ଗର୍ଭବତୀଙ୍କ ମୃତ୍ୟ ହେବା ପରେ ଗ୍ରାମବାସୀ ଏଥିପାଇଁ ଆଶା କର୍ମୀ ମହିମା ମହାନନ୍ଦଙ୍କୁ ଦୋଷ ଦେଇ ଗାଁରେ କଙ୍ଗାରୁ କୋର୍ଟ ବସାଇଥିଲେ । ଏବଂ ଏହି କୋର୍ଟରେ ତାଙ୍କୁ ଦଣ୍ଡ ଦେଇ ତାଙ୍କୁ ଓ ତାଙ୍କ ପରିବାରକୁ ଗାଁରେ ନିଆଁପାଣି ବାସନ୍ଦ କରିଛନ୍ତି । ଏବଂ ଅନ୍ୟ କେହି ତାଙ୍କ ସହ ସମ୍ପର୍କ ରଖିଲେ ତାଙ୍କୁ ମଧ୍ୟ ଆର୍ଥିକ ଦଣ୍ଡ ବିଧାନ କରୁଛନ୍ତି । ସମାନ ଭାବରେ ଏମାନେ ଆଶା କର୍ମୀଙ୍କୁ ତାଙ୍କ ଦାୟିତ୍ବ ପ୍ରତିପାଦନ କରିବା ପାଇଁ ମଧ୍ୟ ମନା କରି ଛନ୍ତି ବୋଲି ସମ୍ପୃକ୍ତ ଆଶା କର୍ମୀ ମହିମା ମହାନନ୍ଦ ଅଭିଯୋଗ କରିଛନ୍ତି ।

ଏହି ଜଟିଳ ସମୟରେ ଯେଉଁମାନେ ଅହରହ ସେବାରେ ଲାଗି ପଡିଛନ୍ତି ତାଙ୍କୁ ସାରା ଦୁନିଆ ସଲାମ କରୁଛି । ହେଲେ ଏହି ଗାଁରେ କଙ୍ଗାରୁ କୋର୍ଟ ବସାଇ ଗ୍ରାମବାସୀ ଜଣେ ଆଶା କର୍ମୀ ସହ ଏଭଳି ଆଚରଣ କରିବା ନିହାତି ଭାବରେ ଚିନ୍ତାର ବିଷୟ ଅଟେ । ତେବେ ନିଆପାଣି ବାସନ୍ଦ ଏହି ପରିବାର ଏବେ ଗାଁ ରେ ଚାଲିବା ଗୋଟିଏ ପ୍ରକାରରେ ଅସମ୍ଭବ ହୋଇ ପଡିଛି । ଅନ୍ୟପଟେ ନ୍ୟାୟ ପାଇଁ ଆଶାକର୍ମୀ ଓ ତାଙ୍କ ପରିବାର ନ୍ୟାୟ ପାଇଁ ଧାଇଁଧାଇଁ ମଧ୍ୟ ନ୍ୟାୟ ପାଇ ପାରୁ ନଥିବାର ଅଭିଯୋଗ କରିଛନ୍ତି । ଏପରିକି ଜିଲ୍ଲା ପ୍ରଶାସନ ଓ ପୋଲିସ ତଥା ରାଜ୍ୟ ସରକାରଙ୍କ ଠାରେ ଏମାନେ ଗୁହାରି କରି ଅସଫଳ ହୋଇଥିବାର କହିଛନ୍ତି ।

ତେବେ ଏହି ପୀଡିତ ଆଶାକର୍ମୀ ଓ ତାଙ୍କ ପରିବାର କେବେ ନ୍ୟାୟ ପାଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.